ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଜଗତସିଂହପୁର :ଦୁର୍ଗା ବଜାର ଦ୍ଵିତୀୟା ପୂଜା

ଜଗତସିଂହପୁର :ଦୁର୍ଗା ବଜାର ଦ୍ଵିତୀୟା ପୂଜା – ସମୀକ୍ଷା ଖବର

ଭଗବାନ ମହାନ୍ତି /ଜିଲା ପ୍ରତିନିଧି /ଜଗତସିଂହପୁର /ସମୀକ୍ଷା ନ୍ୟୁଜ :

ଜଗତସିଂହପୁର, 13/10/2026 (ନି. ପ୍ର ):ଆଜି ନବରାତ୍ରିର ଦ୍ଵିତୀୟା ଦିନ ପୂଜା |ବ୍ରହ୍ମଚାରିଣୀ ମାଙ୍କ ପୂଜା ବିଧିରେ ଦ୍ଵିତୀୟା ପୂଜା ଆଜି ଜଗତସିଂହପୁରର ଦୁର୍ଗା ବଜାର ସ୍ଥିତ ଦୁର୍ଗା ମଣ୍ଡପରେ ବୈଦିକ ବିଧିରେ ସମ୍ପନ୍ନ ହୋଇଯାଇଛି | ଏଠାରେ ଜାଣିବାର କଥା ଯେ, ବ୍ରହ୍ମଚାରିଣୀ ରୂପରେ ମା ଏକ ତପସ୍ୱିନୀ ରୂପରେ ପୂଜା ପାଇଥାନ୍ତି |ବ୍ରହ୍ମଚାରିଣୀ ରୂପ ଭକ୍ତି, ତପସ୍ୟା ଓ ଆଧ୍ୟାତ୍ମିକ ଜ୍ଞାନକୁ ବୁଝାଇ ଥାଏ |ମା ଜଣେ ସାନ୍ୟାସିନୀ ରୂପରେ ଶୁଖିଲା ରୁଦ୍ରାକ୍ଷ୍ୟ ଏବଂ ଫୁଲରେ ସଜା ହୋଇଥାନ୍ତି |ତାଙ୍କର ଏକ ହାତରେ ମାଳା ଓ ଅନ୍ୟ ହାତରେ ପାଣି କମଣ୍ଡଳୁ ଥାଏ | ପ୍ରଥା ଅନୁଯାଇ ଆଜିର ପୂଜାରେ ମା ସାତ୍ଵିକ ବିଚାର ସହ ସାତ୍ଵିକ ଜ୍ଞାନ ପ୍ରଦାନ ଭକ୍ତଙ୍କୁ କରିଥାନ୍ତି |ପଣ୍ଡିତ ନିରଞ୍ଜନ ପଣ୍ଡାଙ୍କ ମତରେ ମାଙ୍କ ପୂଜା ସାମଗ୍ରୀରେ ମିଠା ଓ ପଞ୍ଚାମୃତ ଅର୍ପଣ କରିବା କଥା |ଏହା ଦ୍ୱାରା ପରିବାର ସଦସ୍ୟ ଙ୍କର ଆୟୁଷ ବୃଦ୍ଧି ପାଇବ |ଭକ୍ତ ମାନଙ୍କ ମଧ୍ୟରେ ମାନସିକ ଶକ୍ତି ଏବଂ ପବିତ୍ରତା ଉତ୍ପନ ହୋଇଥାଏ |

ଜଗତସିଂହପୁର :ଦୁର୍ଗା ବଜାର ଦ୍ଵିତୀୟା ପୂଜା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜଗତସିଂହପୁର :କେବେ ବନିବ ଗୋରଖନାଥ ରେଳ ଫାଟକ ଓଭରବ୍ରିଜ