ଜଗବନ୍ଧୁ ଖଟୁଆ/ରାଜନଗର ସାମ୍ବାଦିକ /ସମୀକ୍ଷା ନ୍ୟୁଜ :
ରାଜନଗର , ୧୩/୧୦ (ଇମିସ ) କେନ୍ଦ୍ରାପଡା ଜିଲ୍ଲା ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁରସ୍ଥିତ ୟୁକେ ମହାବୀର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ତୀବ୍ର ଉତ୍ତେଜନା ଥମିବାର ନା ଧରୁନି | ୧୦ ତାରିଖ ଦିନ ମହାବିଦ୍ୟାଳୟକୁ ସାଇନ ଏ ଡାଏ ଘୋଷଣା କରାଯିବା ସହିତ ନିର୍ବାଚନ ବାତିଲ କରାଯାଇଥିଲେ ମଧ୍ୟ ଉତ୍ତେଜନା ଥମୁନି | ଆଜି ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମୁଖରେ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ସମୁଖରେ ସଭାପତି ପାର୍ଥୀଙ୍କୁ ଆକ୍ରମଣ କରିଥିବା ଅଣଛାତ୍ରମାନଙ୍କୁ ଗିରଫ ଦାବିରେ ଆଜି ଧାରଣାରେ ବସିଥିଲେ | ପଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଧାରଣା ଦେଇଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ | ଗ୍ରାମାଞ୍ଚଳ ଥାନାରେ ମାମଲା ରୁଜୁ ହୋଇଛି , ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ପତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀ ଧାରଣାରୁ ଉଠିଥିଲେ | ବିଜୁ ଛାତ୍ର ଜନତା ଦଳ ସମର୍ଥିତ ସଭାପତି ପାର୍ଥୀ ଦୀପଙ୍କର ରାଉତଙ୍କୁ ଜୋର ଜବରଦସ୍ତ ନାମାଙ୍କନ ପ୍ରତ୍ୟାହାର କରିବାକୁ ନେବା ନେଇ ୧୦ ତାରିଖ ଦିନ ଉତ୍ତେଜନା ଆରମ୍ବ ହୋଇଥିଲା | ବିଜୁ ଛାତ୍ର ଜନତା ଦଳ ସମର୍ଥିତ ସଭାପତି ପାର୍ଥୀ ଦୀପଙ୍କର ରାଉତଙ୍କୁ ପୋଲିସ ଉପସ୍ଥିତରେ ଅଣଛାତ୍ର ମାନେ ନିର୍ମମ ମାଡ ମାରିଥିଲେ | ସଭାପତି ପାର୍ଥୀଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିଖିସ୍ଛାଳୟକୁ ସ୍ଥାନତରିତ କରାଯାଇଥିଲା | ଏହାର ପ୍ରତିବାଦରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଜନଗର କଟକ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ | ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ କମିଟି ସମ୍ପାଦକ ଶୁଭକାନ୍ତ ଦାସ ଏନେଇ ବିଜେପି ନେତା ଓ ଅଣଛାତ୍ରଙ୍କ ନାଁରେ ଗତକାଲି ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଥିଲେ | ଅନ୍ୟ ପକ୍ଷରେ କେନ୍ଦ୍ରାପଡା ମେଡିକାଲରେ ଦୀପଙ୍କର ପହଞ୍ଚିବା ପରେ ସେଠାରେ ବିଜେପି ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ଖଣ୍ଡଯୁଧ୍ୟ ଦେଖିବାକୁ ମିଳିଥିଲା | ଏହି ଉତ୍ତେଜନା ପରେ ନିର୍ବାଚନ ବାତିଲ କରାଯିବା ସହ ମହାବିଦ୍ୟାଳୟକୁ ସାଇନ ଡାଏ ଘୋଷଣା କରାଯାଇଥିଲେ ମଧ୍ୟ ଉତ୍ତେଜନା ଥମିବାର ନା ଧରୁନି |






