ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ:
ନୂଆପଡା /କୋମନା -ତାରିଖ 13.10.2026 ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ଗୁଣାବଳୀ ଓ ପ୍ରତିଭା ର ବିକାଶ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ କାର୍ଯ୍ୟକ୍ରମମାନ ରହିଛି। ଏହି ପରିପ୍ରେକ୍ଷୀରେ ରେ ଆଜି ମଙ୍ଗଳବାର ଦିନ 10 ଟା ସମୟରେ ରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବୁଦ୍ଧିକୋମନା ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି l ବୁଦ୍ଧିକୋମନା ସାଧନ କେନ୍ଦ୍ର ସଂଯୋଜକ କ୍ଷୀରଧର ରାଉତ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବାବୁଲାଲ ବରିହା, ମୁଖ୍ୟ ବକ୍ତା ରୂପେ ଯୁବ ପ୍ରାଧ୍ୟାପକ ଶ୍ରୀ ରାଜକୁମାର ସୁନାନୀ, ସମ୍ମାନିତ ଅତିଥି ରୂପେ ସୁଧୀର କୁମାର ପଣ୍ଡା ମଞ୍ଚାସୀନ ଥିଲେ l ଅତିଥି ଓ ମୁଖ୍ୟ ବକ୍ତା ଶ୍ରୀ ସୁନାନୀ ଶିକ୍ଷା ସହ ବିଭିନ୍ନ ପ୍ରକାର ପ୍ରତିଭା ସଙ୍ଗୀତ, ବକୃତl, ବିତର୍କ, କୁଇଜ୍, ସୃଜନାତ୍ମକ ଲିଖନ, elocution, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ , ଦଳଗତ ନୃତ୍ୟ ଗୁଣାତ୍ମକ ଶିକ୍ଷା ଗ୍ରହଣରେ ସହାୟକ ହୋଇଥାଏ ବୋଲି କହିଥିଲେ l ସରକାରୀ ସ୍ତରରେ ଆୟୋଜିତ ସାମୁହିକ କାର୍ଯ୍ୟକ୍ରମ ଏହାର ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ l ଏହା ପରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ମାନପାତ୍ର ଦେଇ ପୁରସ୍କୃତ କରିଥିଲେ l କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୋଟିଏ, ଦୁଇଟି ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ 10 ଟି ମୋଟ 13 ଟି ବିଦ୍ୟାଳୟ ର 350 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ସଭା ପରେ ବୁଦ୍ଧିକୋମନା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ କ୍ଳଷ୍ଟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଶ୍ରୀକାନ୍ତ ପଣ୍ଡା, ପ୍ରମୋଦ ବନଛୋର, ଟଙ୍କଧର ମାଝୀ, ଅରୁଣ ଭୋଇ, ସାଵିତ୍ରୀ ନାଗ, ସୁଷମା ମଞ୍ଜୁରୀ ପତି, ବୃନ୍ଦାବତୀ ଦାସ, ସୌଭାଗ୍ୟ ମଞ୍ଜୁରୀ ପଣ୍ଡା,ବିନୟ ପଣ୍ଡା, ବିଭୂତି ପଣ୍ଡା,ସବିତା ଶବର, ବୁଢ଼ୀକୋମନା ହାଇସ୍କୁଲ ର ସମସ୍ତ ଶିକ୍ଷକ ସମ୍ମାନୀୟ ଅତିଥି ତଥା ବିଶିଷ୍ଟ କଳାକାର ଗୌରଚନ୍ଦ୍ର ରଣା ପ୍ରମୁଖ ସହଯୋଗ କରିଥିଲେ l






