ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ମୁରିବାହାଲ ରେଞ୍ଜରେ ପୁଣି ଅଘଟଣ : ଚାଷ କୂଅରୁ ମାଈ ହାତୀ ସୁରକ୍ଷିତ ଉଦ୍ଧାର, ଅଳ୍ପକେ ବର୍ତ୍ତିଲେ ଫରେଷ୍ଟ ଗାର୍ଡ

ମୁରିବାହାଲ ରେଞ୍ଜରେ ପୁଣି ଅଘଟଣ : ଚାଷ କୂଅରୁ ମାଈ ହାତୀ ସୁରକ୍ଷିତ ଉଦ୍ଧାର, ଅଳ୍ପକେ ବର୍ତ୍ତିଲେ ଫରେଷ୍ଟ ଗାର୍ଡ – ସମୀକ୍ଷା ଖବର

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:

ମୁରିବାହାଲ, ତା ୧୪/୧୦/୨୬ ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜରେ ପୁଣି ଏକ ମାଈ ହାତୀ ଚାଷ କୂଅରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛି। ଗତ ଦୁଇ ବର୍ଷରୁ ଅଧିକ ସମୟ ଧରି ହାତୀମାନେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେଉଥିବା ବେଳେ କୂଅରେ ପଡ଼ିବା ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ଏହି ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ଲୋକଙ୍କ ଚାଷ, ଗୃହପାଳିତ ପଶୁ, ଘରଦ୍ୱାର ନଷ୍ଟ ହେବା ସହ ମଣିଷ ଜୀବନ ମଧ୍ୟ ଯାଉଛି। ଆଜି ସକାଳେ ଯଇଁତରା ସେକ୍ସନ ହୀରାପୁର ଗାଁ ନିକଟରେ ଚାଷ ଜମିରେ ଥିବା ଏକ କୂଅରେ ଏକ ବଣୁଆ ମାଈ ହାତୀ ପଡ଼ିଯାଇଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଖବର ପାଇ ଭାରପ୍ରାପ୍ତ ରେଞ୍ଜର ଡମ୍ବରୁଧର ପ୍ରଧାନଙ୍କ ନେତୃତ୍ୱରେ ଯଇଁତରା ଫରେଷ୍ଟର କୀର୍ତ୍ତିଚନ୍ଦ୍ର ସୁଆର, ଜିନାସିସ ସା, ଗୁଡିଘାଟ ଫରେଷ୍ଟର ଦିବସ ମାଝୀ, ଫରେଷ୍ଟ ଗାର୍ଡ ଆକାଶ ପ୍ରଧାନ ଏବଂ ମୁରିବାହାଲ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବଲାଙ୍ଗୀର ଏସିଏଫ୍ ମୁରାରୀ ପ୍ରସାଦ ପଣ୍ଡାଙ୍କ ଉପସ୍ଥିତିରେ ଜେସିବି ସାହାଯ୍ୟରେ ରାମ୍ପ ପ୍ରସ୍ତୁତ କରାଯାଇ ହାତୀଟିକୁ ସୁରକ୍ଷିତ ଭାବେ କୂଅରୁ ବାହାର କରାଯାଇଛି।

ମୁରିବାହାଲ ରେଞ୍ଜରେ ପୁଣି ଅଘଟଣ : ଚାଷ କୂଅରୁ ମାଈ ହାତୀ ସୁରକ୍ଷିତ ଉଦ୍ଧାର, ଅଳ୍ପକେ ବର୍ତ୍ତିଲେ ଫରେଷ୍ଟ ଗାର୍ଡ – ସମୀକ୍ଷା

ଉଦ୍ଧାର ସମୟରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ମାଈ ହାତୀଟି କୂଅରୁ ବାହାରିବା ସମୟରେ ଲୋକଙ୍କୁ ଘଟଣାସ୍ଥଳରୁ ହଟାଯାଉଥିବା ବେଳେ ହଠାତ୍ ହାତୀଟି ଅତି ନିକଟକୁ ଚାଲିଆସିଥିଲା। ଏହି ସମୟରେ ଯଇଁତରା ଫରେଷ୍ଟ ଗାର୍ଡ ଆକାଶ ପ୍ରଧାନ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ କର୍ମଚାରୀଙ୍କ ଜୀବନ ଯାଇଥିଲା। ଏ ସମ୍ପର୍କରେ ଭାରପ୍ରାପ୍ତ ରେଞ୍ଜର ଡମ୍ବରୁଧର ପ୍ରଧାନ କହିଛନ୍ତି, “ସକାଳ ୯ଟା ୧୦ରେ ସୂଚନା ପାଇ ତତ୍ପରତାର ସହ ମୁରିବାହାଲ ବନ କର୍ମଚାରୀ, ଅଗ୍ନିଶମ ବିଭାଗ ଓ ଜେସିବି ସାହାଯ୍ୟରେ କୂଅ ପାର୍ଶ୍ୱର ମାଟି କାଢ଼ି ରାସ୍ତା ତିଆରି କରି ହାତୀଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।”

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପୁଣି ସଫଳତା, ସୁପାରି କିଲିଂ ପାଇଁ ବନ୍ଧୁକ କିଣାବିକା କରୁଥିବା ସମୟରେ ଦୁଇ ଅପରାଧୀଙ୍କୁ ଗିରଫ କରିଛି ରାଇରଙ୍ଗପୁର ଜିଲ୍ଲା ପୋଲିସ