ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୧୩/୧୦/୨୬ – ରାଇରଙ୍ଗପୁର ଜିଲ୍ଲା ପୋଲିସ ତରଫରୁ ଅଳ୍ପଦିନ ଆଗରୁ ୯ଜଣ ଦୁର୍ଦ୍ଦାନ୍ତ ଅପରାଧୀ ସହ ମାରଣାସ୍ତ୍ର ଜବତ ପରେ ପୁଣି ଵହଳଦା ଥାନା ଅଞ୍ଚଳର ଦୁନ୍ଦୁଘାଟରୁ ସୋମବାର ରାତି ୧୧ ଟା ୩୦ ସମୟରେ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳତା ହାସଲ କରିଛି ପୋଲିସ । ସୂଚନା ଅନୁସାରେ ସୁପାରି କିଲିଂ ମାମଲାରେ ବନ୍ଧୁକ କିଣାବିକା ଉଦ୍ୟମ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଵହଳଦା ପୋଲିସ ଘଟଣାସ୍ଥଳରେ ଅତର୍କିତ ଭାବେ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ଡବଲ ବେରେଲ ଦେଶୀ ବନ୍ଧୁକ, ୨ଟି ବାଇକ୍, ୨ଟି ମୋବାଇଲ ଏବଂ ନଗଦ ୫ହଜାର ଟଙ୍କା ଜବତ କରିଥିବା ନେଇ ସ୍ଥାନୀୟ ରାଇରଙ୍ଗପୁର ଟାଉନ ଥାନାରେ ଏକ ଖବରଦାତା ବୈଠକରେ ଏସପି ସୁରେଶ ପାତ୍ର ସୂଚନା ଦେଇଥିଲେ । ଗିରଫ ଅପରାଧୀ ଦ୍ବୟ ହେଲେ ଵହଳଦା ଥାନା ଅଞ୍ଚଳର ଲୋକନାଥ ପୁର ଗ୍ରାମର ରାଜୁ ଜାମୁଦା(୨୩) ଏବଂ ତିରିଂ ଥାନା ଅଞ୍ଚଳ ଡୋଲାଯୋଡି ଗ୍ରାମର ଗୁମଦା ସାମାଦ( ୨୨) । ସୂଚନାଯୋଗ୍ୟ ଯେ ଉକ୍ତ ଗିରଫ ଅପରାଧୀମାନେ ରାଉରକେଲା ଅଞ୍ଚଳରେ କିଛି ଯୁବକଙ୍କ ସହିତ ମିଶି ପାର୍ବଣରେ ବେଆଇନ ଅପରାଧିକ କାର୍ଯ୍ଯ, ଛିନତାଇ ଏବଂ ସୁପାରିଶ କିଲିଂ ପାଇଁ ଯୋଜନା କରୁଥିଲେ ବୋଲି ସ୍ୱୀକାର କରିଥିଲେ । ତେବେ ଉକ୍ତ ମାମଲାରେ ବହଳଦା ଥାନା ପକ୍ଷରୁ କେସ ନମ୍ବର ୧୨୨/୨୬ରେ ଏକ ମାମଲା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଛି । ଉକ୍ତ ଖବରଦାତା ବୈଠକରେ ଏସଡିପିଓ ବୀରେନ୍ଦ୍ର ସେନାପତି,ବହଳଦା ଥାନା ଆଇଆଇସି ଭାଷ୍କର ପ୍ରଧାନ,ଏସଆଇ ଅନନ୍ତ ଦାସ ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି । ଦୂର୍ଗାପୂଜା ପୂର୍ବରୁ ଲଗାତର ଆକ୍ସନ ପୂର୍ବକ ଏଭଳି ଘଟଣାକୁ ନେଇ ପୋଲିସର ସଫଳତା ପାଇଁ ଆପରାଧୀ ମହଲରେ ଚହଳ ପକାଇଥିବା ବେଳେ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି ।






