ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ବରଗଡ,୧୩। ୧୦ ପାଇକମାଲ ବ୍ଲକର ଭୁବନେଶ୍ୱରପୁର, ପାଇକମାଲ ଏବଂ ଝାରବନ୍ଧ ବ୍ଲକର ଜଗଦେଲପୁର ପଞ୍ଚାୟତ ସ୍ଥରୀୟ ରାଜବୋଡାସମ୍ବର କୃଷକ ସଂଗଠନର ବୈଠକ ବସିଥିଲା। ଏହି ବୈଠକରେ ରାଜବୋଡାସମ୍ବର କୃଷକ ସଂଗଠନର ସଂଯୋଜକ ଅଶୋକ ସାହୁ, ସଭାପତି ସୁବାସ ସାମନ୍ତରାୟ, କୈଳାସ ବାରିକ, ରମେଶ ମହାପାତ୍ର, ଲିଙ୍ଗରାଜ ପଧାନ, ଦହିତ ସାହୁ, ଆରକ୍ଷିତ ପଧାନ, ସେସଦେବ ନାୟକ,ଯୋଗଦେଇ କୃଷକମାନଙ୍କ ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ଆଲୋଚନା କରିଥିଲେ । ଚଳିତ ବର୍ଷ ୨ ଲକ୍ଷ ୫୩ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ଜିଲ୍ଲା କୃଷି ବିଭାଗ ତରଫରୁ ପ୍ରକାଶିତ ଏବଂ ଧାନ ଉତ୍ପାଦନ ପ୍ରାୟ ୧୨୪ ଲକ୍ଷ କ୍ୟୁଣ୍ଟାଲ ଉତ୍ପାଦନ ହେବା ଅନୁମାନ କରାଯାଇଥିବା ପ୍ରକାଶ କରିଛନ୍ତି। ତାହାହେଲେ ବିଗତ ବର୍ଷ ମାନଙ୍କରେ ୭୭ ଲକ୍ଷ ପାଖାପାଖି ଧାନ ସଂଗ୍ରହ କରିଥିବା ଓଡିଶା ଫୁଟ ପୋଟଳରେ ସୋ କରୁଅଛି। ଏହାର ଅର୍ଥ ହେଉଛି ଯଦି ୧୨୪ ଲକ୍ଷ କ୍ୟୁଣ୍ଟାଲ ଧାନ ଉତ୍ପାଦନ ହେବ ତାହାହେଲେ ପ୍ରାୟ ୪୪ ଲକ୍ଷ କ୍ୟୁଣ୍ଟାଲ ଧାନ ସରକାର କିଣିବେ ନାହିଁ ବୋଲି କୃଷକ ସଂଗଠନ ଦାବୀ କରୁଛି।

ଧାନରେ ଅଜଣା ରୋଗପୋକ, ସାରର କଳାବଜାରୀ, ସରକାରୀ ସଵସିଡ଼ିରେ ବାଟମାରଣା, ଖର୍ଚ୍ଚ ବହୁଳ ରାସାୟନିକ ଚାଷର ସମସ୍ୟା,ବିଦ୍ୟୁତ ସମସ୍ୟା ଏବଂ ବିଜୁ କୃଷକ କଲ୍ୟାଣ ଯୋଜନାରେ ୨୦ ହଜାର ଟଙ୍କା ଟିପୋଜିଟ କରି ବର୍ତ୍ତମାନ ସୁଦ୍ଧା ୧୩ ହଜାର ଚାଷୀଙ୍କ ଗଭୀର ନଳକୂପ ଖୋଲା ଯାଇନଥିବା ସଭାରେ ଉଦ୍ୟେଗ ପ୍ରକାଶ ପାଇଥିଲା। ପରେ ଯଦି ଟୋକନ କମ ମିଳେ ତାହାହେଲେ ବଡ ଧରଣର ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବିଶ୍ୱ ପାଣିପାଗ ବିଭାଗ ତରଫରୁ ସୂଚାଇ ଥିବା ବିପର୍ଯୟ ବରଗଡ଼ ଜିଲ୍ଲାରେ ଅନୁଭୂତ ହେଉଛି ଅଜଣା ରୋଗପୋକ ପ୍ରଭାବ ସାଙ୍ଗଗୁ ଜୁଲାଇ ମାସରେ ପ୍ରବଳ ବର୍ଷା ହୋଇଥିବା ବେଳେ ବର୍ତ୍ତମାନ ସ୍ୱାଭାବିକ ବର୍ଷାରୁ କମ କାରଣରୁ ବିଭିନ୍ନ ସ୍ଥାନରେ ଧାନ ଚାଷରେ ସଙ୍କଟ ଦେଖା ଦେଲାଣି। ଏଣୁ ସଙ୍ଗଠନକୁ ସୁଦୃଢ କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ସାଧାରଣ ସଭା କରି କମିଟି ଗଠନ ସହିତ କର୍ମକର୍ତ୍ତା ନିର୍ଣ୍ଣୟ କରାଯାଉଛି। ଏହି ବୈଠକରେ ସ୍ଥାନୀୟ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ବୈଲୋଚନ ଭୋଇ, ଅମୁଦ ପଟେଲ , ଶଙ୍କର ସିଂ,ଶଙ୍କର୍ଷଣ ପଧାନ, ଅକୁର ପଟେଲ, ଉମାକାନ୍ତ ଭୋଇ, ଭୋଜରାଜ ସାହୁ ମୁକୁନ୍ଦ ସାହୁ ଉପସ୍ଥିତ ଥିଲେ।





