ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଧନୁଯାତ୍ରା ମହୋତ୍ସବ ସମିତିର ଉପଦେଷ୍ଟା ଓ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ:ଜାନୁଆରୀ ୧୨ ରୁ ୨୨ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା

ଧନୁଯାତ୍ରା ମହୋତ୍ସବ ସମିତିର ଉପଦେଷ୍ଟା ଓ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ:ଜାନୁଆରୀ ୧୨ ରୁ ୨୨ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:

ବରଗଡ଼:୧୩.୧୦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର ଉପଦେଷ୍ଟା କମିଟି ଏବଂ କାର୍ଯ୍ୟକାରୀ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ୭୮ତମ ବର୍ଷ ଆୟୋଜନ ପରିପ୍ରେକ୍ଷୀରେ ଅନୁଷ୍ଠିତ ଏହି ବୈଠକରେ ୨୦୨୫-୨୬ ବର୍ଷର ଆୟ-ବ୍ୟୟ ହିସାବ ସମୀକ୍ଷା କରାଯିବା ସହ ଆଗାମୀ ୨୦୨୬-୨୭ ବର୍ଷର ଧନୁଯାତ୍ରା ମହୋତ୍ସବ ସୁଚାରୁ ରୂପେ ପରିଚାଳନା ପାଇଁ ବିସ୍ତୃତ ଆଲୋଚନା କରାଯାଇଛି। ବୈଠକରୁ ମିଳିଥିବା ସୂଚନା ଅନୁସାରେ, ୨୦୨୪-୨୫ ଆର୍ଥିକ ବର୍ଷ ସୁଦ୍ଧା ୨,୧୩,୩୧,୨୩୯ ଟଙ୍କାର ବଳକା ପାଣ୍ଠି ରହିଥିବା ବେଳେ ୨୦୨୫-୨୬ ବର୍ଷ ପାଇଁ ମୋଟ ୩,୫୦,୮୭,୮୧୬ ଟଙ୍କା ଖର୍ଚ୍ଚ ହୋଇଛି। ଏହି ସମୀକ୍ଷା ସହିତ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ଯେ ଏଥର ଧନୁଯାତ୍ରା ଶେଷ ହେବାର ୩୦ ଦିନ ମଧ୍ୟରେ ବିଭିନ୍ନ କମିଟି ଏବଂ ସେଗୁଡ଼ିକର ଆବାହକ ମାନେ ସେମାନଙ୍କର ସମସ୍ତ ଖର୍ଚ୍ଚ ହିସାବ ସମିତି ନିକଟରେ ଦାଖଲ କରିବା ପାଇଁ ନିଷ୍ପତ୍ତି ନିଆଗଲା। ଧନୁଯାତ୍ରା ୨୦୨୬-୨୭ ଜାନୁଆରୀ ୧୨ ରୁ ୨୨ ତାରିଖ ଯାଏଁ ଆୟୋଜନ କରିବା ପାଇଁ ଧାର୍ଯ୍ୟ କରାଗଲା। ଏହା ବ୍ୟତୀତ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ତଥା ମହାନାୟକ କଂସ ଭୂମିକା ପାଇଁ କଳାକାର ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ, ତର୍କସଙ୍ଗତ ଏବଂ ଉଚିତ ସାଂସ୍କୃତିକ ପ୍ରଣାଳୀ ଅନୁସରଣ କରି ଆସନ୍ତା ୧୫ ଦିନ ମଧ୍ୟରେ ସମ୍ପାଦନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଧନୁଯାତ୍ରା ମହୋତ୍ସବ ସମିତିର ଉପଦେଷ୍ଟା ଓ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ:ଜାନୁଆରୀ ୧୨ ରୁ ୨୨ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା – ସମୀକ୍ଷା


ଏହି ବୈଠକରେ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତିବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ପୌରାଧ୍ୟକ୍ଷା କଳ୍ପନା ମାଝୀ, ଆରକ୍ଷୀ ଅଧୀକ୍ଷକ ରବିନ୍ଦ୍ର ନାଥ ଶତପଥୀ,ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ଉପଜିଲ୍ଲାପାଳ, ପ୍ରସନ୍ନ ପାଣ୍ଡେ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଏ.ବି ଶିଲ୍ପା, ଉପ ଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ, ଏସ ଡି ପି ଓ ପଦାରବିନ୍ଦ ତ୍ରିପାଠୀ, ଜିଲ୍ଲା ସୁଚନା ଲୋକ ସମ୍ପର୍କ ଅଧିକାରୀ ସନତ ପାଢ଼ୀ,ଓକିଲ ସଂଘ ସଭାପତି ଭୀଷ୍ମ ଦେବ ସରାଫ, ବରିଷ୍ଠ ଆଇନଜୀବୀ ହରି ହର ସାହୁ, ବରିଷ୍ଠ ଆଇନଜୀବୀ ଅଚ୍ୟୁତା ମାହାପାତ୍ର, ତପସ୍ୱିନୀ ଗୁରୁ, ଗୋପାଳ ଦାଶ, ପୁର୍ବତନ ପୌର ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା, ଚଳଚ୍ଚିତ୍ର ଅଭିନେତା ପ୍ରଦୀପ ଦେବତା, ପ୍ରଭାତା ଦିତ୍ୟ ମିଶ୍ର, ସୁଧାଂଶୁ ଗଡ଼ତିଆ,ଅଶୋକ ବେହେରା, ଅକ୍ରୁର ମଲ୍ଲିକ ଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ସମିତିର ସଭ୍ୟସଭ୍ୟାମାନେ ଉପସ୍ଥିତ ଥିଲେ। ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ ଏହି ସଭାର ପରିଚାଳନା କରିଥିଲେ। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ଆହୁରି ଆକର୍ଷଣୀୟ, ଶୃଙ୍ଖଳିତ ଏବଂ ଭବ୍ୟ ଭାବେ ଆୟୋଜନ କରିବା ପାଇଁ ସମସ୍ତ ଅଧିକାରୀ ଓ ଜନପ୍ରତିନିଧିମାନେ ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଭୋଇପଡ଼ା କ୍ଲଷ୍ଟରସ୍ତରୀୟ ସୁରଭି-୨୦୨୬ ଅନୁଷ୍ଠିତ :ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ