ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ସଶକ୍ତ ଯୁବଶକ୍ତି ସମୃଦ୍ଧ ଭାରତ ଗଠନ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

ସଶକ୍ତ ଯୁବଶକ୍ତି ସମୃଦ୍ଧ ଭାରତ ଗଠନ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ – ସମୀକ୍ଷା ଖବର

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:

ଖୋରଧା, ୧୪ ଅକ୍ଟୋବର: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ୱାନ ସମ୍ମିଳନୀ କକ୍ଷରେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଅଧିନରେ ଏବଂ ଜିଲ୍ଲା କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ଅତିରିକ୍ତ ଜିଲ୍ଲାପାଳ,ସାଧାରଣ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ଖୋରଧା ଜିଲ୍ଲାର ସାଂସ୍କୃତିକ ଧାରା ଓ ପଥ ଅଧୀନ ସଶକ୍ତ ଯୁବଶକ୍ତି ଓ ସମୃଦ୍ଧ ଭାରତ ଗଠନ କୁ ନେଇ ବିଭିନ୍ନ ପ୍ରତିଯୋଗିତା ବ୍ଲକ୍ ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ, ଖୋରଧା ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳୀ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ମାଇଁ ଭାରତ , ହିସାବ ଏବଂ କାର୍ଯ୍ୟକ୍ରମ ଅଧିକାରୀ ସୁଭେନ୍ଦ୍ର ନାଥ ସାହୁ ଯୋଗଦେଇଥିବା ବେଳେ ଆଭାଷିରେ ଉପଜିଲ୍ଲାପାଳ, ଭୁବନେଶ୍ୱର ଡ଼ଃ ମନୋରଞ୍ଜନ ସାହୁ, ସମସ୍ତ ବ୍ଲକର ବି ଡି ଓ ମାନେ ଯୋଗଦେଇଥିଲେ l ତା ୩୧.୧୦.୨୦୨୬ ରିଖ ସୁଦ୍ଧା ବି ଡି ଓ ମାନେ ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ଉକ୍ତ ପ୍ରତିଯୋଗିତା ମାନ ଅନୁଷ୍ଠିତ କରାଇ ଫଳାଫଳ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ପଠାଇବେ l ଏହି ସମସ୍ତ ପ୍ରତିଯୋଗିତାର ଥିମ୍ ବା ବିଷୟ ରହିଛି “ବିକଶିତ ଭାରତ ପାଇଁ ନିଶା ମୁକ୍ତ ଯୁବ ପୀଢ଼ି” l ପ୍ରତି ଯୋଗିତାର ନାମ ଗୁଡିକ ହେଉଛି ପାରମ୍ପାରିକ ନୃତ୍ୟ ଟିମ୍ ଯେଉଁଥିରେ ୭ ଜଣ ପ୍ରତିଯୋଗୀ ଏବଂ ୩ ଜଣ ସହାୟତାକାରୀ ଙ୍କୁ ନେଇ ୧୦ ଜଣ ରହିବେ l ସେହିପରି ପ୍ରତିଯୋଗୀଙ୍କ ବୟସ ୧୭ ଅଗଷ୍ଟ ୨୦୨୬ ସୁଦ୍ଧା ୧୫ ରୁ ୨୯ ବର୍ଷ ହୋଇଥିବ l ସହାୟତା କାରୀଙ୍କ ବୟସ ୧୮ ରୁ ୪୦ ବର୍ଷ ହୋଇଥିବ l ପାରମ୍ପାରିକ ନୃତ୍ୟ ପ୍ରତିଯୋଗିତାର ସମୟ ୮ ମିନିଟ ରହିଅଛି l ପାରମ୍ପାରିକ ସଙ୍ଗୀତ ପ୍ରତିଯୋଗିତା ଟିମ୍ ରେ ୭ ଜଣ ପ୍ରତିଯୋଗୀ ଓ ୩ ଜଣ ସହାୟତା କାରୀଙ୍କୁ ନେଇ ୧୦ ଜଣ ରହିବେ l ପ୍ରତିଯୋଗୀଙ୍କ ବୟସ ୧୫ ରୁ ୨୯ ବର୍ଷ ୧୭ ଅଗଷ୍ଟ ୨୦୨୬ ସୁଦ୍ଧା ହୋଇଥିବ l ସହାୟତା କାରିଙ୍କ ବୟସ ୧୮ ରୁ ଚାଳିଶ ହୋଇଥିବ l ଏହି ପ୍ରତିଯୋଗିତାରେ ୮ ମିନିଟ୍ ସମୟ ରହିଛି l ଚିତ୍ରକଳା ପ୍ରତିଯୋଗିତା ପାଇଁ ଏକକ ପ୍ରତିଯୋଗୀ, ବୟସ ୧୫ ରୁ ୨୯ ବର୍ଷ ୧୭ ଅଗଷ୍ଟ ୨୦୨୬ ସୁଦ୍ଧା ହୋଇଥିବ l ଚିତ୍ରକଳା ପାଇ ୬ ଘଣ୍ଟା ସମୟ ପ୍ରଦାନ କରାଯିବ l ନୁକଡ ନାଟକ ପାଇଁ ୧୦ ଜଣ ପ୍ରତିଯୋଗୀ ଟିମ୍ ରେ ରହିବେ l ସେମାନଙ୍କୁ ସମୟ ୧୦ ମିନିଟ୍ ପ୍ରଦାନ କରାଯିବ l କବିତା ଲେଖିବା ପ୍ରତିଯୋଗିତା ପାଇଁ ଏକକ ପ୍ରତିଯୋଗୀ ଭାଗନେବେ ଓ ସେମାନଙ୍କ ବୟସ ୧୫ ରୁ ୨୯ ବର୍ଷ ହୋଇଥିବ l

ସଶକ୍ତ ଯୁବଶକ୍ତି ସମୃଦ୍ଧ ଭାରତ ଗଠନ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ – ସମୀକ୍ଷା

ସେମାନଙ୍କୁ ସମୟ ୧.୫ ଘଣ୍ଟା ଦିଆଯିବ ଓ ସେମାନେ ଓଡ଼ିଆ, ହିନ୍ଦୀ କିମ୍ବା ଇଂରାଜୀ ଭାଷାରେ କବିତା ଲେଖିପାରିବେ l ପ୍ରତ୍ୟେକ ବ୍ଲକ ରୁ ଶ୍ରେଷ୍ଠ ପ୍ରତିଯୋଗୀ ଓ ଦଳ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ l ବ୍ଲକ୍ ସ୍ତରରେ ଉପଜିଲ୍ଲାପାଳ ଙ୍କ ତତ୍ତ୍ଵାବଧାନରେ ପ୍ରତ୍ୟେକ ବ୍ଲକର ବିଡିଓ ଙ୍କ ଅଧ୍ୟକ୍ଷତାରେ ତହସିଲଦାର, ବ୍ଲକ୍ ଶିକ୍ଷା ଅଧିକାରୀ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ, ମହାବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟକ୍ଷା, କ୍ରୀଡ଼ା ଶିକ୍ଷକ ମାନଙ୍କୁ ନେଇ ପ୍ରତିଯୋଗିତା ସୁଚାରୁ ପରିଚାଳନା ନିମନ୍ତେ କମିଟି ଗଠନ କରାଯାଇଛି l ଏହି ପ୍ରତିଯୋଗିତା ପାଇଁ କୌଣସି ଶିକ୍ଷାଗତ ଯୋଗ୍ୟତା ରଖାଯାଇନାହିଁ l ଯେକୌଣସି ସାଧାରଣ ଲୋକ, ଛାତ୍ରଛାତ୍ରୀ ନିର୍ଦ୍ଧାରିତ ବୟସ ସୀମାରେ ହୋଇଥିଲେ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ପାରିବେ l ବ୍ଲକ୍ ସ୍ତରରେ ପ୍ରଥମ ପ୍ରତିଯୋଗୀ, ଟିମ୍ ଜିଲ୍ଲା ସ୍ତରରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ l ଜିଲ୍ଲା ସ୍ତରରେ ପାରମ୍ପାରିକ ନୃତ୍ୟ, ପାରମ୍ପାରିକ ସଙ୍ଗୀତ, ଚିତ୍ର କଳା ଓ କବିତା ଲେଖନ ପ୍ରତି ଜୋଗିତାର ଶ୍ରେଷ୍ଠ ଦୁଇ ପ୍ରତିଯୋଗୀ, ଦଳ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ l କେବଳ ନୁକଡ ନାଟକ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାର ଏକ ଗୋଟି ଶ୍ରେଷ୍ଠ ଦଳ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ l ଗତ ୨୦୨୫ ବର୍ଷରେ ଯେଉଁ ମାନେ ଜିଲ୍ଲାସ୍ତରରେ ଭାଗ ନେଇ ନଥିବେ ଏବଂ ବ୍ଲକ୍ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ହୋଇ ନଥିବେ ସେମାନେ ଅଂଶ ଗ୍ରହଣ କରି ପାରିବେ l ଅଂଶ ଗ୍ରହଣ କାରୀ ମାନେ ଆବଶ୍ୟକ ସ୍ଥଳେ ନିଜ ନିଜ ଅଞ୍ଚଳର ବ୍ଲକ୍ ଉନ୍ନୟନ ଅଧିକାରୀ ଙ୍କ ସହ ବିସ୍ତୃତ ତଥ୍ୟ ପାଇଁ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି l ଏହି ପ୍ରତିଯୋଗିତାକୁ ସୁଚାରୁ ରୁପେ ସଞ୍ଚାଳନ ନିମନ୍ତେ ସମସ୍ତ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ନିର୍ବାହୀ ଅଧିକାରୀ ମାନେ ସହୋଯୋଗ କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ଭୁବନେଶ୍ୱର ମହାନଗର ନିଗମ ଆବଶ୍ୟକ ସହଯୋଗ କରିବାକୁ ଆୟୁକ୍ତଙ୍କ ଅନୁରୋଧ କରାଯାଇଅଛି l ଏହା ସର୍ବ ସାଧାରଣ ଙ୍କ ଅବଗତି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାଇ ଦିଆଗଲା l

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
PM Narendra Modi participates in Vijayadashami celebrations at Indraprastha Ramleela Ground. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓPM Narendra Modi participates in Vijayadashami celebrations at Indraprastha Ramleela Ground.YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଖୋରଧାରେ ବେଆଇନ କଳାପଥର ଖନନ ଅଭିଯୋଗରେ ୪ ଗିରଫ:୪ଟି ହାଇୱା ଓ ପୋକଲେନ୍‌ ମେସିନ୍‌ ଜବତ, ଖୁଆ ପାହାଡ଼ରେ ପୁଲିସର ଚଢ଼ଉ