ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଜେଠୁପାଲି ଗାଁ ରେ ରାଜସ୍ଵ ପ୍ରଶାସନ କାର୍ଯ୍ୟକ୍ରମ

ଜେଠୁପାଲି ଗାଁ ରେ ରାଜସ୍ଵ ପ୍ରଶାସନ କାର୍ଯ୍ୟକ୍ରମ – ସମୀକ୍ଷା ଖବର

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ :15-10-2026

ନୂଆପଡା ଜିଲ୍ଲା କୋମନା ବ୍ଲକ ଟିକ୍ରାପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜେଠୁପାଲି ଗ୍ରାମଠାରେ ଗାଁ ରେ ରାଜସ୍ୱ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୋମନା ତହସିଲ କାର୍ଯ୍ୟାଳୟ ତହସିଲଦାର ସୌରଭ କୁମାର ବିଶି,ରାଜସ୍ୱ ପରିଦର୍ଶକ ସୁରେନ୍ଦ୍ର ମେହେର , ରାଜସ୍ୱ ନିରୀକ୍ଷକ କୋମନା ଅଜିତ କୁମାର ନାଏକ ଉପସ୍ଥିତ ଥିଲେ। ତତ ସହିତ ସରପଞ୍ଚ ପ୍ରତନିଧି ପ୍ରସନ୍ନ କୁମାର ତାଣ୍ଡି, ୱାର୍ଡ ମେମ୍ବର ସାବିତ୍ରୀ ନାଏକ, ସାମ୍ବାଦିକ ଚେତୁରାମ ପ୍ରଧାନୀ, ସାମ୍ବାଦିକ ତେଜୁରାମ ନାଏକ, ଛନ୍ଦା ଚରଣ ନାଏକ, ଗଜପତି ରାଉତ, ଅକ୍ଷୟ ରାଉତ, କୃଷ୍ଣ ଚନ୍ଦ୍ର ପ୍ରଧାନୀ, ମହେଶ୍ୱର ନାଏକ, ପାର୍ଥ ରାଉତ, ମହାଦେବ ପ୍ରଧାନୀ, ତ୍ରିନାଥ ରାଉତ, ଗଣପତି ରାଉତ, ଲାଲମନ ନାଏକ, କାଶୀରାମ ପ୍ରଧାନୀ ଏବଂ ଗାଁର ବହୁ ସଂଖ୍ୟାରେ ଭଦ୍ର ବ୍ୟକ୍ତି, ବୁଦ୍ଧିଜୀବି ଉପସ୍ଥିତ ଥିଲେ ।ଶ୍ରୀ ମେହେର ମହୋଦୟ ଉପସ୍ଥିତ ଗ୍ରାମବାସୀମାନଙ୍କୁ ସରକାରୀ ନିୟମାବଳୀ ଅନୁସାରେ ଜମି ଜମା ସମ୍ପର୍କୀୟ ସମସ୍ତ ପ୍ରକାର ସରକାରୀ ଯୋଜନା , ଖଜଣା ସଠିକ ସମୟରେ ପୈଠ କରିବା, ସହାୟତା ଓ ବ୍ୟବସ୍ଥା ଉପରେ ବୁଝାଇଥିଲେ ।ରାଜସ୍ୱ ପ୍ରଶାସନ ଆମ ଗାଁ କୁ ଆସି ଆମକୁ ସୁନ୍ଦର ଭାବରେ ଜମି ଜମା, କିସମ ପରିବର୍ତ୍ତନ, କାଳିଆ ଯୋଜନା, ସି ଏମ କିଷାନ ଯୋଜନା, ପିଏମ କିଷାନ ଯୋଜନା ବାବଦରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିବାରୁ ସମସ୍ତ ଗ୍ରାମବାସୀ ରାଜସ୍ୱ ପ୍ରଶାସନକୁ ସାଧୁବାଦ ଜଣାଇଥିଲେ । ପାଇକପଡା ବସ୍ତିରେ ଗୋଷ୍ଠୀ ଗୃହ ପାଇଁ ଜାଗା ଚି଼ହ୍ନଟ କରିବା ସହ ରେଜିଷ୍ଟେସନ ଶୀଘ୍ର ସାରିବା ପଡାବାସୀ ନିବେଦନ କରିଥିଲେ। ଯେଠୁପାଲି ଗ୍ରାମରେ ଯୁବ ଖେଳାଳୀ ମାନଙ୍କ ପାଇଁ ଖେଳ ପଡିଆ ପାଇଁ ଜାଗା ଦେବା ପାଇଁ ଅନୁରୋଧ କରାଯାଇଥିଲା। ଗାଁ ରେ ଗୋଚର ଜମିର ସୁରକ୍ଷା, ସ୍ମଶାନ ଘାଟ ପାଇଁ ଜାଗା ଚିହ୍ନଟ, ପିତା ଙ୍କ ମୃତ୍ୟୁ ପରେ ନିଜ ପୁଅ କିମ୍ବା ଉତ୍ତରାଧିକାରୀଙ୍କ ନାମରେ ଜମିରେ ନାମ ପଞ୍ଜିକରଣ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା। ଶେଷରେ ସାମ୍ବାଦିକ ତେଜୁରାମ ନାଏକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

ଜେଠୁପାଲି ଗାଁ ରେ ରାଜସ୍ଵ ପ୍ରଶାସନ କାର୍ଯ୍ୟକ୍ରମ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମୁଁ ଛାତ୍ର ସଂସଦ ନିର୍ବାଚନରେ କାହିଁକି ଛିଡ଼ା ହୋଇଛି :ପିଏସ ଡିଗ୍ରୀ କଲେଜରେ ପ୍ରାର୍ଥୀମାନେ ରଖିଲେ ନିଜ ମତ