ମାମନି ଚକ୍ରବର୍ତ୍ତୀ/ରାଇଘର ସାମ୍ବାଦିକ/ସମୀକ୍ଷା ନ୍ୟୁଜ:
ବ୍ୟାଙ୍କ ପାସ ବୁକରେ ପେନସନ ବାର୍ଦ୍ଧକ୍ୟ,ବିଧବା, ବିକଳାଙ୍ଗ ଭତ୍ତା ନ ମିଳିବାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହିତାଧିକାରୀଙ୍କ ଧାରଣା ପ୍ରତିଶୃତି ପରେ ଧାରଣା ରୁ ଉଠିଲେ ହିତାଧିକାରୀ ସୂଚନାଅନୁଯାଇ କିଛି ମାସ ହେବ ପେନସନ ବ୍ୟବସ୍ଥା ବ୍ୟାଙ୍କ ଖାତାରେ ନ ଆସିବା ଫଳରେ ଗରିବ ହିତାଧିକାରି ମାନେ ବହୁତ ଅସୁବିଧା ର ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳିଛି ସରକାର ତରଫରୁ ପାଉଥିବା ପେନସନ ଟିକିଏ ନେଇ ହିତାଧିକାରି ମାନେ ବିଭିନ୍ନ କାମ ରେ ଲଗେଇବାବେଳେ କିଛି ମାସ ହେଲା ସମ୍ପୂର୍ଣ ଓଡିଶା ରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଆସୁନି ପେନସନ କେବଳ ଯେଉଁମାନେ ହାତରେ ପାଉଛନ୍ତି ପେନସନ ସେମାନଙ୍କୁ ହିଁ ମିଳୁଛି କିନ୍ତୁ ବ୍ୟାଙ୍କ ଖାତାରେ ପାଉଥିବା ପେନସନ ପଇସା ମିଳୁନଥିବା ଫଳରେ ଆଜି ପେନସନ ଧାରୀ ମାନେ ରାଇଘର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ପରେ ପଞ୍ଚାୟତ ସରପଞ୍ଚ ଲମ୍ବୋଧର ମାଝୀ ହିତାଧିକାରିମାନଙ୍କୁ ଧରି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ବିଡ଼ିଓ ଙ୍କ ପ୍ରକୋଷ୍ଠ ସମ୍ମୁଖରେ ଆସି କିଛି ସମୟ ଧାରଣରେ ବସି ବିକ୍ଷପ ପ୍ରଦର୍ଶନ କରିଥିଲେ ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିତୁ ସିଂ ଏବଂ ସାମାଜିକ ସୁରକ୍ଷା ଅଧିକାରୀ ଜ୍ଞାନରଞ୍ଜନ ମାଟିଆ ଆସି ବୁଝାସୁଝା କରିଥିଲେ କରି କହିଥିଲେ ଏହା କେବଳ ରାଇଘର ବ୍ଲକ ରେ ନୁହଁ ସମ୍ପୂର୍ଣ ଓଡିଶାରେ ଏହିଭଳି ପରିସ୍ଥିତି ଉପୁଜିଛି ସଫ୍ଟଅୟାର ଅପଡେଟ ହେଉଥିବାରୁ ଏହିଭଳି ଅସୁବିଧା ହେଉଥିବା ଗୋଷ୍ଠୀଉନ୍ନୟନ ଅଧିକାରୀ କହିଥିଲେ ଆଗାମୀ ୫ ଦିନ ଭିତରେ ଏହି ସମସ୍ୟାର ସମାଧାନ ହେବାସହ ପେନସନ ମିଳିବାର ପ୍ରତିଶୃତି ଦେବାପରେ ସମସ୍ତେ ଧାରଣାରୁ ଉଠିଥିଲେ, ଯଦି ୫ ତାରିଖରେ ହିତାଧିକାରୀ ଙ୍କୁ ଭତ୍ତା ପଇସା ବ୍ୟାଙ୍କ ପାସ ବୁକ ଖାତାରେ ନ ମିଳେ ତେବେ ପୁଣିଥରେ ସମ୍ପୂର୍ଣ ରାଇଘର ବ୍ଲକର ସମସ୍ତ ପଂଚାୟତ ରେ ବଡ ଧରଣର ଆନ୍ଦୋଳନ ହେବ ବୋଲି ରାଇଘର ସରପଞ୍ଚ ଲମ୍ବୋଧର ମାଝୀ ଚେତାବନୀ ଦେଇଛନ୍ତି






