ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଗୌରପଡ଼ାରୁ ପାହାଡ଼ଶ୍ରୀଗିଡ଼ା ବିଜେଡି ଜନସମ୍ପର୍କ ପଦଯାତ୍ରା

ଗୌରପଡ଼ାରୁ ପାହାଡ଼ଶ୍ରୀଗିଡ଼ା ବିଜେଡି ଜନସମ୍ପର୍କ ପଦଯାତ୍ରା – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:

ବରଗଡ଼,୧୪। ୧୦ ଅତାବିରା ବ୍ଲକର ଗୌରପଡ଼ାରୁ ପାହାଡ଼ଶ୍ରୀଗିଡ଼ା ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଅବସରରେ ଜନାର୍ଦ୍ଦନ ସିଂ ମଣ୍ଡପରେ ଏକ ସଭା ଆୟୋଜିତ ହୋଇଥିଲା। ଭେଡେନ ବ୍ଲକ ସଭାପତି ହରିଶଙ୍କର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବିଧାୟକ ସୁଦର୍ଶନ ହରିପାଲ, ପୂର୍ବତନ ମନ୍ତ୍ରୀ ରୀତା ସାହୁ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଜିଲ୍ଲା ସଭାପତି ସୁଶାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।ଏଥିରେ ଜିଲ୍ଲା ମହିଳା ସଭାନେତ୍ରୀ କଳ୍ପନା ମାଝୀ, ରାଜ୍ୟ ସାଧାରଣ ସମ୍ପାଦକ ସୁବ୍ରତ ସିଂ, ଗୌରହରୀ ମିଶ୍ର, ଅତାବିରା ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାୟକ, ଭେଡେନ ବ୍ଲକ ଅଧ୍ୟକ୍ଷା ସୁପ୍ରଭା ମହାଳିଙ୍ଗ, ଜିଲ୍ଲା ପରିଷଦ ସଭ୍ୟ ମମତା ପଧାନ, ପଦ୍ମିନୀ ଗଡ଼ତିଆ, ରଞ୍ଜିତ ସାହୁ, ଶମ୍ଭୁ ସେଠ, ସତ୍ୟଜିତ ପୁରୋହିତ, ଏସ୍‌ଡିସିସି ସଭାପତି ନରେନ୍ଦ୍ର ପଧାନ, ଅତାବିରା ଏନ୍‌ଏସି ଅଧ୍ୟକ୍ଷ ବନମାଳୀ ବରିହା, ସଭାପତି ଯତୀନ ଦାଶ ଓ ଯୁବ ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା ଉପସ୍ଥିତ ଥିଲେ। ପାହାଡ଼ଶ୍ରୀଗିଡ଼ା ଗ୍ରାମର ଯୁବ ନେତୃତ୍ୱ ପୂର୍ଣ୍ଣଚନ୍ଦ୍ର ସାହୁ , କେଦାର ମେହେର, ସତ୍ୟ ଶର୍ମା, ଜ୍ୟୋତି ମେହେର, ସରୋଜ ବାରିକ, ସୁଦାମା ମହାନନ୍ଦ, ପ୍ରମୋଦ କାଠର, ପ୍ରମୋଦ ନାୟକ, ସୁଶାନ୍ତ ବେହେରା ଓ କୁନୁ ନାୟକଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ହୋଇଥିଲା। ସଭାରେ ବହୁ ଦଳୀୟ ନେତା ଓ କର୍ମୀ ଯୋଗଦେଇଥିଲେ।

ଗୌରପଡ଼ାରୁ ପାହାଡ଼ଶ୍ରୀଗିଡ଼ା ବିଜେଡି ଜନସମ୍ପର୍କ ପଦଯାତ୍ରା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ରାଜସ୍ୱ ଓ ଖଣି ବିଭାଗର ମିଳିତ ଚଢ଼ାଉ: ୨୮ଟି ଗାଡ଼ି ଜବତ