ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ରାଜସ୍ୱ ଓ ଖଣି ବିଭାଗର ମିଳିତ ଚଢ଼ାଉ: ୨୮ଟି ଗାଡ଼ି ଜବତ

ରାଜସ୍ୱ ଓ ଖଣି ବିଭାଗର ମିଳିତ ଚଢ଼ାଉ: ୨୮ଟି ଗାଡ଼ି ଜବତ – ସମୀକ୍ଷା ଖବର

ସୀତାକାନ୍ତ ଶତପଥୀ /ସ୍ୱତନ୍ତ୍ର ପ୍ରତିନିଧି /କଟକ / ସମୀକ୍ଷା ନ୍ୟୁଜ :

କଟକ, ତା ୧୫.୧୦.୨୦୨୬ ରିଖ: ଜିଲ୍ଲାରେ ବେଆଇନ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ ଉଦ୍ଦେଶ୍ୟରେ କଟକ ଜିଲ୍ଲାରେ ରାଜସ୍ୱ ଓ ଖଣି ବିଭାଗ ପକ୍ଷରୁ ପୁଲିସ ସହଯୋଗରେ ମିଳିତ ଚଢ଼ାଉ କରାଯାଇଛି।ଜିଲ୍ଲାର ବାରଙ୍ଗ, ମାହାଙ୍ଗା ଓ କିଶନନଗର ତହସିଲ ଅଞ୍ଚଳରେ ଏହି ଚଢ଼ାଉ କରାଯାଇଥିବା ବେଳେ ମୋଟ ୨୮ଟି ଗାଡ଼ି ଜବତ କରାଯାଇଛି। ବେଆଇନ କାର୍ଯ୍ୟକଳାପ ରୋକିବା ସହ ନିୟମର ଉଲ୍ଲଂଘନ କରୁଥିବା ବ୍ୟକ୍ତି ଓ ସଂସ୍ଥାଗୁଡ଼ିକ ଉପରେ ନଜର ରଖିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଜବତ ଗାଡ଼ିଗୁଡ଼ିକ ସମ୍ପର୍କରେ ନିୟମାନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଜୋରିମାନା ଆଦାୟ ଏବଂ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜିଲ୍ଲାରେ ବେଆଇନ କାର୍ଯ୍ୟକଳାପ ରୋକିବା ଓ ନିୟମର କଡ଼ାକଡ଼ି ଅନୁପାଳନ ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ଚଢ଼ାଉ କରାଯାଉଛି।

ରାଜସ୍ୱ ଓ ଖଣି ବିଭାଗର ମିଳିତ ଚଢ଼ାଉ: ୨୮ଟି ଗାଡ଼ି ଜବତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
ପରବର୍ତ୍ତୀ ଖବର କେଛୋଦାଦର ପଞ୍ଚାୟତ ହାଇସ୍କୁଲରେ ପାରମ୍ପରିକ ଖାଦ୍ୟ ଓ ଅବହେଳିତ ଫସଲ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ