ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୧୫/୧୦/୨୬ – ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କାମୟାଵୀ ଚାରିଟେବୁଲ ଟ୍ରଷ୍ଟର ଡାଇରେକ୍ଟର ସେବା ନିବୃତ ଆଇପିଏସ୍ ଅଫିସର କାମ୍ଯା ମିଶ୍ରଙ୍କ ତତ୍ବାଵଧାନରେ ବାଦାମ ପାହାଡ଼ ଅଞ୍ଚଳର ଖଣି ଶ୍ରମିକ, ଅଞ୍ଚଳବାସୀ, ଡ୍ରାଇଭର ମାନଙ୍କ ଚକ୍ଷୁ ଆକ୍ରାନ୍ତ ଓ ସମସ୍ୟା ନେଇ ଏକ ବିଶାଳ ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ ଶିବିରରେ ରାସଗୋବିନ୍ଦପୁର ରଙ୍ଗାମାଟିଆସ୍ଥ ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ଏବଂ କଟକର ଏଏସଜି ଚକ୍ଷୁ ଚିକିତ୍ସାଳୟର ଅଭିଜ୍ଞ ଚକ୍ଷୁ ବିଶେଷଜ୍ଞ ଏବଂ ସହଯୋଗୀ ଉପସ୍ଥିତ ରହି ଚକ୍ଷୁରୋଗୀଙ୍କର ମୋତିଆବିନ୍ଦୁ, ରେଟିନା, ସମିପ, ବକ୍ର ତଥା ଦୂର ଦୃଷ୍ଟି ପ୍ରଭୃତି ପରୀକ୍ଷା କରିଥିଲେ । ମହାତ୍ମା ଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ତରଫରୁ ୨୧୦ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହ ୧୨୦ ଜଣଙ୍କୁ ମାଗଣା ଚଷମା ବଣ୍ଟନ କରାଯାଇଥିଲା ।

ସେହିଭଳି ଏଏସଜି ଚକ୍ଷୁ ଚିକିତ୍ସାଳୟ ତରଫରୁ ୨୨୦ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଜିଏମ ଆଇରନ୍ ଏଣ୍ଡ ଷ୍ଟିଲ କମ୍ପାନିର ସିଇଓ ଇଂ ହରେନ୍ଦ୍ର ନାରାୟଣ ଦାସ ଉପସ୍ଥିତ ରହି ତାଙ୍କ ଷ୍ଟାଫ୍ ଖଣି ପରିଚାଳକ ବିଶ୍ଵଜିତ ବରାଳ, ରଣଜିତ ବାରାକ, ଧର୍ମେନ୍ଦ୍ର ଜୟସ୍ବାଲ, କାହ୍ନା ମହାକୁଡ଼, ଅଭିରାମ ବେହେରା, ଵିକର୍ତନ ଗିରି, ଅମିତାଭ ମହାନ୍ତି, ରାଜେଶ ଦେବ, ଖଗେଶ୍ଵର ପ୍ରଧାନ ପ୍ରମୁଖଙ୍କୁ ନେଇ ଶୃଙ୍ଖଳିତ ଶିବିର ପରିଚାଳନା କରିଥିଲେ । ମହାତ୍ମା ଗାନ୍ଧୀ ଚିକିତ୍ସାଳୟର ସଂଯୋଜକ ରଞ୍ଜନ ନାଏକ, କୌଶିକ ମଲିକ, ସୋନାଲି ମହାନ୍ତ ପ୍ରମୁଖ ଚକ୍ଷୁରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଇଥିଲେ ।





