ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୧୫/୧୦/୨୬ -ମହତାବ ଭବନ, ରାଇରଙ୍ଗପୁର ପରିସରରେ ବୁଧବାର ଦିନ ରାଇରଙ୍ଗପୁର ବ୍ଳକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ମୁଖ୍ୟ ଅତିଥି ସାଂସଦ ନବ ଚରଣ ମାଝୀଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି । ତାଙ୍କ ସହିତ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ, ବିଶିଷ୍ଟ ସାମାଜିକ କର୍ମୀ ନବିନ ରାମ, ସିଡିଭିଓ ନରେଶ ଚନ୍ଦ୍ର ଯେନା,ବିଡିଓ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ବିଶିଷ୍ଟ କଥାଶିଳ୍ପି ଲଳିତ ମହାନ୍ତ, ଏସଡିଭିଓ ସୁଶାନ୍ତ ସିଂ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ପ୍ରଦୀପ ଘୋଷ, ବ୍ଳକପ୍ରାଣୀ ଚିକିତ୍ସାଧିକାରୀ ଶୁଭେନ୍ଦୁ ଶେଖର ସାହୁ, ଗୋରୁମହିଷାଣୀ ପ୍ରାଣୀ ଚିକିତ୍ସାଧିକାରୀ ନିମାଇଁ ଚରଣ ମୁର୍ମୁ, ଡେପୁଟି ମତ୍ସ୍ୟ ଅଧିକାରିଣୀ ସ୍ୱାଗତିକା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବିଶିଷ୍ଟ ଶିକ୍ଷାବିତ୍ କଳାକାର ମହାନ୍ତି ମଂଚ ପରିଚାଳନା କରିଥିଲେ ।ଅତିଥିଗଣ ସମାଜର ପ୍ରଗତି ରଥରେ ଅନ୍ନଦାତା ମାନଙ୍କର ଅବଦାନ ଅନନ୍ୟ ଓ ଅବର୍ଣ୍ଣନୀୟ ବୋଲି ପ୍ରକାଶ କରିଥିଲେ । ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ କୃଷି ଓ କୃଷକର ଉନ୍ନତି ପାଇଁ ସରକାର ବିଭିନ୍ନ ଜନକଲ୍ଯାଣ ଯୋଜନା କରିଛନ୍ତି ।କେବଳ ଧାନ ଚାଷ କଲେ କୃଷକର ଆର୍ଥିକ ସ୍ଥିତି ବଦଳିବ ନାହିଁ । ତେଣୁ କୃଷକ ନିଜର ମାନବ ସମ୍ବଳ, ଚାଷ ଜମି କୁ ଲକ୍ଷ୍ୟ କରି ଧାନ, ପାନ, ମୀନ, କୁକୁଡ଼ା, ଛେଳି, ବତକ, ଗୋପାଳନ, ମେଣ୍ଢା, ଘୁଷୁରି, ଫୁଲ, ମହୁ, ଛତୁ, ପନିପରିବା ଚାଷ କଲେ ଚାଷୀ ପରିବାରରେ ଆର୍ଥିକ ଉନ୍ନତି ଘଟିବା ସହ ସମାଜର ବିକାଶ ରଥ ଆଗେଇ ପାରିବ । ପରେ ୯ଜଣ ଚାଷୀଙ୍କୁ ବିଭିନ୍ନ ଯୋଜନା ଅନ୍ତର୍ଗତ ଓ୍ଵାର୍କ ଅର୍ଡର ଓ ଚେକ୍ ପ୍ରଦାନ କରାଯାଇଥିଲା ।
ସେହିଭଳି ବାଦାମପାହାଡ଼ ଗୋଷ୍ଠୀ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରେ ଆୟୋଜିତ କୁସୁମି ବ୍ଳକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାକୁ ମୁଖ୍ୟ ଅତିଥି ରାଜ୍ୟ ଶ୍ରମ ଓ ଜଙ୍ଗଲ, ପରିବେଶ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଥିଲା । ଉକ୍ତ ମେଳାରେ ତାଙ୍କ ସହିତ ସାଂସଦ ନବ ଚରଣ ମାଝୀ ନାଏକ, ବ୍ଳକ ଅଧ୍ୟକ୍ଷା ମାଧେ ପୂର୍ତ୍ତି, ସିଡିଭିଓ ନରେଶ ଚନ୍ଦ୍ର ଜେନା, ଏସଡିଭ ସୁଶାନ୍ତ ସିଂ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ପ୍ରଦୀପ ଘୋଷ, ବ୍ଳକ ପ୍ରାଣୀ ଚିକିତ୍ସାଧିକାରୀ ପ୍ରେମାନନ୍ଦ ଶତପଥି ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ୩ଜଣ ଚାଷୀଙ୍କୁ ବିଭିନ୍ନ ଯୋଜନାରେ ଥିବା ଓ୍ଵାର୍କ ଅର୍ଡର ଓ ଚେକ୍ ପ୍ରଦାନ କରାଯାଇଥିଲା । ଉଭୟ କାର୍ଯ୍ୟକ୍ରମରେ ଶତାଧିକ ଚାଷୀ ଯୋଗ ଦେଇଥିଲେ । କୃଷି ବିଭାଗ,ଉଦ୍ୟାନ ବିଭାଗ, ମତ୍ସ୍ୟ ବିଭାଗ, ପ୍ରାଣୀ ବିଭାଗ, ଓମଫେଡ, ଗୋଖାଦ୍ୟ ବିଭାଗ ବ୍ୟତୀତ ଅନ୍ୟାନ୍ୟ ବହୁ ଷ୍ଟଲ ପ୍ରଦର୍ଶନ ମାଧ୍ୟମରେ ଉପସ୍ଥିତ ଚାଷୀଙ୍କୁ ଉତ୍ସାହିତ କରିବା ବ୍ୟତୀତ ବିଭିନ୍ନ ସୂଚନା ଦିଆଯାଇଥିଲା ।





