ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ସମବାୟ କ୍ଷେତ୍ରରେ ବିକାଶ ନେଇ ସାନପାଖଣା ପଞ୍ଚାୟତ କାର୍ଯ୍ୟାଳୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ

ସମବାୟ କ୍ଷେତ୍ରରେ ବିକାଶ ନେଇ ସାନପାଖଣା ପଞ୍ଚାୟତ କାର୍ଯ୍ୟାଳୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୫/୧୦/୨୬ – ସମବାୟ କ୍ଷେତ୍ରର ବିକାଶ, ସରକାରୀ ଯୋଜନାର କାର୍ଯ୍ୟକାରିତା ଏବଂ ସମବାୟ ସମିତିଗୁଡିକର ସୁପରିଚାଳନା, ନୂତନ ପଦକ୍ଷେପ ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସାନପାଖଣା ପଞ୍ଚାୟତ ପରିସରରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ଵାସନ୍ତୀ ଲାକ୍ରା, ସାନପାଖଣା ସରପଞ୍ଚ ସାଓ୍ବାନା ମାଝୀ, ଏସଏଆରସିଏସ ମିର୍ଜା ହେମ୍ବ୍ରମ, ପ୍ରବିଣା ନାଏକ, ସୁଶାନ୍ତ ସାହୁ,ଏମସିସି ବ୍ୟାଙ୍କର ଚନ୍ଦ୍ରକାନ୍ତ ମହାନ୍ତ, ରାଇରଙ୍ଗପୁର ଲ୍ଯାମ୍ଫର ଏମଡି ଲୋପାମୁଦ୍ରା ମହାନ୍ତ, ଗୁହାଳଡାଙ୍ଗିରୀ ଲ୍ଯାମ୍ପର ଏମଡି ପ୍ରଶାନ୍ତ ରାଜ ପ୍ରମୁଖ ଯୋଗ ଦେଇ ସମବାୟ ସମିତିର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । କୃଷି ଓ କୃଷକର ଉନ୍ନତି ପାଇଁ ସମବାୟ ର ଭୂମିକା ଅନନ୍ୟ ।ଏହି ଉଦ୍ଦେଶ୍ୟରେ ଚାଷୀମାନଙ୍କ ଦ୍ବାରା ଆକର୍ଷଣୀୟ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅତିଥିବୃନ୍ଦ ଆକର୍ଷଣୀୟ କଳାକୃତି ପାଇଁ ସମବାୟ ବିଭାଗ ତରଫରୁ ସମସ୍ତଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ରାଇରଙ୍ଗପୁର ଲ୍ଯାମ୍ପର ଆଶୁତୋଷ ମହାନ୍ତ, ସଞ୍ଜିତ ବାରିକ, କୃଷ୍ନ ମହାନ୍ତ, ରୁପାଲି ମହାନ୍ତ, ବିଶ୍ବକଳ୍ପିତା ମହାନ୍ତି, ରୋହିତ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ ।

ସମବାୟ କ୍ଷେତ୍ରରେ ବିକାଶ ନେଇ ସାନପାଖଣା ପଞ୍ଚାୟତ କାର୍ଯ୍ୟାଳୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବାଦାମପାହାଡ଼ ଠାରୁ କେନ୍ଦୁଝରଗଡ଼ ରେଳପଥ ନିର୍ମାଣର ୪୭.୧୨ କିମି ପାଇଁ ଜମି ଅଧିଗ୍ରହଣ ଘୋଷଣା