ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଭିର୍ନ୍ନକ୍ଷମ ଜିତେନ୍ଦ୍ରଙ୍କୁ ପ୍ରଶାସନର ସହାୟତା ଭିର୍ନ୍ନକ୍ଷମ ବ୍ୟକ୍ତି ଙ୍କୁ ବିଧବା ମାର ଭତ୍ତା ସାହାଭରଷା

ଭିର୍ନ୍ନକ୍ଷମ ଜିତେନ୍ଦ୍ରଙ୍କୁ ପ୍ରଶାସନର ସହାୟତା ଭିର୍ନ୍ନକ୍ଷମ ବ୍ୟକ୍ତି ଙ୍କୁ ବିଧବା ମାର ଭତ୍ତା ସାହାଭରଷା – ସମୀକ୍ଷା ଖବର

ଜିତେନ୍ଦ୍ର କୁମାର ସାହୁ /ନୟାଗଡ /ସମୀକ୍ଷା ନ୍ୟୁଜ :

ବୋଲଗଡ଼,୧୬/୧୦ : ଭିର୍ନ୍ନକ୍ଷମ ବ୍ୟକ୍ତିଙ୍କୁ ବିଧବା ମାର ଭତ୍ତା ଭରଷା । ଅସହାୟଦିବ୍ୟାଙ୍ଗ ଜିତେନ୍ଦ୍ରଙ୍କୁ ମିଳୁନି ବର୍ଦ୍ଧିତ ଭତ୍ତା କି ଅନ୍ତରଦ୍ୱୟ ଚାଉଳ ।ଓଳିଏ ଖାଇଲେ ଓଳିଏ ଉପାସ ।ଦୁଃଖ ଶୁଣି କାନ୍ଦିଲେ ବୋଲଗଡ ତହସିଲଦାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ପାଟପୁର ଶାସନ ଗ୍ରାମପଞ୍ଚାୟତ ଖାରଡ଼ ପଲ୍ଲୀ ଗ୍ରାମର ଭିର୍ଣ୍ଣକ୍ଷମ ଜିତେନ୍ଦ୍ର କୁମାର ବେହେରା (୩୧) ଙ୍କୁ ସହାୟତାର ହାତ ବଢ଼ାଇଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ତହସିଲ ପ୍ରଶାସନ । ଜିତେନ୍ଦ୍ର ଜଣେ ଅସହାୟ ଦିବ୍ୟାଙ୍ଗ ଦାରିଦ୍ର୍ୟ ଓ ୯୧ ପ୍ରତିଶତ ଭିନ୍ନକ୍ଷମ ହୋଇଥିବାରୁ ସେ ସେ ନିଜର ପରିବାର ପ୍ରତିପୋଷଣ କରିବାରେ ଅକ୍ଷମ l ସାହା କେବଳ ତାଙ୍କ ବିଧବା ମା ସତ୍ୟଭାମା ଦେଇ (୬୦) l ପରିବାର କହିଲେ କେବଳ ମା ଆଉ ପୁଅ l ବିଧବା ମା ର ଭତ୍ତା ଟଙ୍କାରେ ସାହା ଜିତେନ୍ଦ୍ରଙ୍କ ପରିବାର l ମା ପରଘରେ କାମ କଲେ ପରିବାର ଚୁଲି ଜଳେ l ଓଳିଏ ଖାଇଲେ ଓଳିଏ ଉପାସ ତାଙ୍କ ପରିବାର l ଅସହାୟ ଜିତେନ୍ଦ୍ରଙ୍କ ପାଇଁ ଆଜି ସରକାରୀ ସହାୟତା ସତେ ଯେପରି ସାତ ସପନ ପାଲିଟିଛି l ଜିତେନ୍ଦ୍ର କୁମାର ବେହେରା ଜଣେ ୯୧ ପ୍ରତିଶତ ଦିବ୍ୟାଙ୍କ ବୋଲି ସରକାର ଓ ମେଡିକାଲ ଅଫିସର ପ୍ରମାଣପତ୍ର ଦେଇଛନ୍ତି l ଜିତେନ୍ଦ୍ରଙ୍କ ବୟସ ୩୧ବର୍ଷ l ସେ ରାଜ୍ୟ ସରକାରଙ୍କ ପକ୍ଷରୁ ଶାରୀରିକ ଭିର୍ନ୍ନକ୍ଷମ ଭତ୍ତା ଏକ ହଜାର ଟଙ୍କା ପାଉଛନ୍ତି l କିନ୍ତୁ ରାଜ୍ୟ ସରକାର ଭିର୍ନ୍ନକ୍ଷମ ଦିବ୍ୟାଙ୍ଗମାନଙ୍କୁ ବର୍ଦ୍ଧିତ ୩୫୦୦ ଟଙ୍କା ଦେବା ପାଇଁ କହିଥିବାବେଳେ ତାହା ବୋଲଗଡ ବ୍ଲକରେ ବିଫଳ ହୋଇଛି l ଜିତେନ୍ଦ୍ର ଜଣେ ୯୦ ପ୍ରତିଶତ ଭିର୍ନ୍ନକ୍ଷମ ଦିବ୍ୟାଙ୍ଗ ହୋଇଥିବାବେଳେ ତାଙ୍କୁ ବର୍ଦ୍ଧିତ ଭତ୍ତା ମିଳୁନାହିଁ l କି ପ୍ରଶାସନ ପକ୍ଷରୁ କେହି ତାଙ୍କ ଦୁଃଖ ଶୁଣୁନାହାନ୍ତି କି ବର୍ଦ୍ଧିତ ଭତ୍ତା ଦେଉନାହାନ୍ତି l ଚଳିବାରେ ସେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସାହା ହେବାକୁ କେହି ନାହିଁ l ନିଜର କହିଲ ତାଙ୍କର ବିଧବା ମା ସତ୍ୟଭାମା ଦେଇ l ମା ବି ବୃଦ୍ଧା ହେଇଥିବାରୁ ଘର ଚଳିବାଟା ବହୁତ କଷ୍ଟ ହେଉଛି l ରାଜ୍ୟ ସରକାରଙ୍କ ମଧୁବାବୁ ଦିବ୍ୟାଙ୍ଗ ପେନସନ ଯୋଜନାର ଭତ୍ତା ନ ମିଳିବା ସହିତ ପରିବାର ପାଇଁ ବାସଗୃହଟିଏ ନାହିଁ।

ଭିର୍ନ୍ନକ୍ଷମ ଜିତେନ୍ଦ୍ରଙ୍କୁ ପ୍ରଶାସନର ସହାୟତା ଭିର୍ନ୍ନକ୍ଷମ ବ୍ୟକ୍ତି ଙ୍କୁ ବିଧବା ମାର ଭତ୍ତା ସାହାଭରଷା – ସମୀକ୍ଷା

ଅସହାୟ ଜିତେନ୍ଦ୍ରଙ୍କ ଶରୀର ସପୂର୍ଣ୍ଣ ଭାବରେ ୯୧ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିବାରୁ ସେ ନିଜ ଗୋଡ଼ରେ ଛିଡା ହୋଇପାରୁନଥିବାରୁ ସେ ବହୁତ କଷ୍ଟ ପାଉଛନ୍ତି l ମା ଓ ପୁଅର ଭତ୍ତା ଟଙ୍କାରେ ପରିବାରଟି ବହୁତ ଅଭାବ ଅନାଟନରେ କଟୁଛି l ସ୍ଥାନୀୟ ସମିତି ସଭ୍ୟ ଓ ବିଭାଗୀୟ ଅଧିକାରୀଙ୍କୁ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ବୋଲି ଦିବ୍ୟାଙ୍ଗ ଜିତେନ୍ଦ୍ର ପ୍ରକାଶ କରି ଅଛନ୍ତି l ଜିତେନ୍ଦ୍ରଙ୍କ ଅବସ୍ଥା କୁ ଦେଖି ଚାଷୀ ନେତା ପ୍ରକାଶ ଚନ୍ଦ୍ର ରାଉତରାୟ ଓ ସମାଜ ସେବୀ ଦିବାକର ବେହେରା ଜିତେନ୍ଦ୍ରଙ୍କୁ ଦେଖିବା ପରେ ତୁରନ୍ତ ବୋଲଗଡ ତହସିଲଦାର ବିଜୟ ସେଠିଙ୍କୁ ଖବର ଦେଇଥିଲେ l ଖବର ପାଇ ବୋଲଗଡ ତହସିଲଦାର ଶ୍ରୀ ସେଠି ଆଜି ଧଳାପଥର ରାଜସ୍ବନିରୀକ୍ଷଙ୍କ ସହିତ ଖାରଡ଼ପଲ୍ଲୀଗ୍ରାମରେ ପହଂଚି ଦିବ୍ୟାଙ୍ଗ ଜିତେନ୍ଦ୍ରଙ୍କୁ ରେଡକ୍ରସ ପାଣ୍ଠିରୁ ୨୫ ହଜାର ଟଙ୍କା ପ୍ରଦାନ କରିବା ସହିତ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି l ଜିତେନ୍ଦ୍ରଙ୍କ ଦୁଃଖ କାହାଣୀ ଶୁଣି ତହସିଲଦାର ବିଜୟ କୁମାର ସେଠି କାନ୍ଦିପକାଇଥିଲେ l କୋହଭରା ଆଖିରେ ତହସିଲଦାର ସରକାରଙ୍କ ସମସ୍ତ ସୁବିଧା ପହଂଚାଇବାକୁ ପ୍ରତିଶୃତି ଦେଇଥିଲେ l ବୋଲଗଡ ତହସିଲଦାର ଖବର ପାଇ ତୁରନ୍ତ ସହାୟତା ପ୍ରଦାନ କରିଥିବାରୁ ଗ୍ରାମବାସୀ ବୋଲଗଡ ତହସିଲଦାରଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି l ଏଭଳି ଅଫିସର ଆମେ ଆଜିପଯ୍ୟନ୍ତ ଆମେ ଦେଖିନାହୁଁ ବୋଲି ଜିତେନ୍ଦ୍ରଙ୍କ ମା ସତ୍ୟଭାମା କହିଥିଲେ l ଆଜି ତହସିଲଦାର ସହାୟତା ପ୍ରଦାନ କରିଥିବା ବେଳେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଶରତ ହୋତା, ଚାଷୀ ନେତା ପ୍ରକାଶ ଚନ୍ଦ୍ର ରାଉତରାୟ, ଦିବାକର ବେହେରା, ରାଜସ୍ବ ନିରୀକ୍ଷକ, ଗଣମାଧ୍ୟମ ପ୍ରତିନିଧି ମାନେ ପ୍ରମୁଖ ଉପସ୍ଥିତ ରହିଥିଲେ l ବର୍ଦ୍ଧିତ ଭତ୍ତା ପ୍ରଦାନ କରିବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଖୋର୍ଦ୍ଧା ଜିଲ୍ଲାପାଳ ଓ ବୋଲଗଡ ବିଡ଼ିଓ ସୁମନ ସୁଧା କୁଣ୍ଡୁ ଦୃଷ୍ଟି ଦେବାକୁ ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ହୋତା ନିବେଦନ କରିଛନ୍ତି l

ଭିର୍ନ୍ନକ୍ଷମ ଜିତେନ୍ଦ୍ରଙ୍କୁ ପ୍ରଶାସନର ସହାୟତା ଭିର୍ନ୍ନକ୍ଷମ ବ୍ୟକ୍ତି ଙ୍କୁ ବିଧବା ମାର ଭତ୍ତା ସାହାଭରଷା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ କରେ ସୁରଭି