ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ରଣପୁର: ସାମ୍ବାଦିକଙ୍କୁ ଆକ୍ରମଣ କରିବା ପଡ଼ିଲା ମହଙ୍ଗା, ବନ୍ଧା ହେଲା ଯୁବକ

ରଣପୁର: ସାମ୍ବାଦିକଙ୍କୁ ଆକ୍ରମଣ କରିବା ପଡ଼ିଲା ମହଙ୍ଗା, ବନ୍ଧା ହେଲା ଯୁବକ – ସମୀକ୍ଷା ଖବର
ରଣପୁର: ସାମ୍ବାଦିକଙ୍କୁ ଆକ୍ରମଣ କରିବା ପଡ଼ିଲା ମହଙ୍ଗା, ବନ୍ଧା ହେଲା ଯୁବକ – ସମୀକ୍ଷା

ଜିତେନ୍ଦ୍ର କୁମାର ସାହୁ /ନୟାଗଡ /ସମୀକ୍ଷା ନ୍ୟୁଜ :

ରଣପୁର,୧୮/୧୦(ସମୀକ୍ଷା ନ୍ୟୁଜ ): ରଣପୁର ଥାନା ଅଧୀନସ୍ଥ ରଣପୁର ସୁଆଁସିଆ ସାହିର ଦୁର୍ଦାନ୍ତ ଅପରାଧୀ ଜିତେନ ଖଟେଇକୁ ରଣପୁର ପୋଲିସ ଗୁରୁବାର ଦିନ ରାତିରେ ଭୁବନେଶ୍ୱରରୁ ଗିରଫ କରିଥିବାର ସୁଚନା ମିଳିଛି । ସୂଚନା ଅନୁଯାୟୀ ରଣପୁର ସୁଆଁଶିଆ ସାହିର ଆକ୍ରମଣକରୀ ଚିତ୍ତରଞ୍ଜନ ଖଟେଇ ଓରଫ ଜିତେନ୍,ପିତା ଫକୀର ଖଟେଇ । ରଣପୁର ଅଞ୍ଚଳର କାର୍ଯ୍ୟରତ ଯୁବ ସାମ୍ବାଦିକ ମଧୁସୂଦନ ପରିଡ଼ାକୁ ଗତମାସ ୧୫ ସେପ୍ଟେମ୍ବରରେ ରାସନ କିଣୁଥିବାବେଳେ ଜୀବନରୁ ମାରିବା ପାଇଁ ଦିନ ଦ୍ବିପହରେ ପଛପଟୁ ମରଣାତ୍ମକ ଆକ୍ରମଣ କରି ଦୁର୍ଦାନ୍ତ ଆସାମୀ ଜିତେନ୍ ଓ ତାଙ୍କ ସହଯୋଗୀମାନେ ଫେରାର ହୋଇଯାଇଥିଲେ । ସାମ୍ବାଦିକ ମଧୁସୂଦନ ପରିଡ଼ାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ୧୧୨ ପୋଲିସ ସହାୟତାରେ ରଣପୁର ଡାକ୍ତରଖାନାରେ ଚିକିତ୍ସା ଭର୍ତ୍ତି କରିଥିଲେ l ପରେ ସାମ୍ବାଦିକ ଶ୍ରୀ ପରିଡାଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥିତ ଏମ୍ସ ହସପିଟାଲକୁ ସ୍ଥାନାନ୍ତର ହୋଇଥିଲେ । ଏମ୍ସ ରେ ବେଡ ନ ମିଳିବାରୁ ସମ୍ ହସପିଟାଲକୁ ସ୍ଥାନାନ୍ତର ହୋଇ ପ୍ରାୟ ୨୦ ଦିନ ଧରି ଚିକିତ୍ସାଧୀନ ହୋଇଥିଲେ। ଏ ସଂକ୍ରାନ୍ତରେ ରଣପୁର ଥାନାରେ କେଶ ନମ୍ବର ୩୧୦/୨୬ ଆଧାରରେ ୧୭ ସେପ୍ଟେମ୍ବରରେ ରେଜିଷ୍ଟ୍ରି ହୋଇଥିଲା ।

ରଣପୁର: ସାମ୍ବାଦିକଙ୍କୁ ଆକ୍ରମଣ କରିବା ପଡ଼ିଲା ମହଙ୍ଗା, ବନ୍ଧା ହେଲା ଯୁବକ – ସମୀକ୍ଷା

ରଣପୁର ଥାନା ନିରୀକ୍ଷକ ଆଶିଷ ଦେବ ସାହୁ ଆସାମୀମାନଙ୍କୁ ଗିରଫ କରିବା ପାଇଁ ତୀକ୍ଷ୍ମ ନଜର ରଖିବା ସହ ବିଭିନ ସ୍ଥାନରେ ଚଢାଉ ଜାରି ରଖିଥିଲେ। ଜଣେ କତ୍ତବ୍ୟନିଷ୍ଠ ଥାନା ଅଧିକାରୀ ଭାବରେ ବିଳମ୍ବ ହେଲେବି ଆସାମୀ ଚିତ୍ତରଞ୍ଜନ ଖଟେଇ(ଜିତେନ୍ )କୁ ଭୁବନେଶ୍ୱର ପଟିଆସ୍ଥିତ ଭେଙ୍କେଣ୍ଟେଶ୍ଵର୍ ଇଂରାଜୀ ମିଡ଼ିଅମ୍ ସ୍କୁଲ ପରିସରରୁ ରାତିରେ ଗିରଫ କରିଥିବାବେଳେ ଅନ୍ୟ ସହଯୋଗୀମାନେ ଚତୁର ତାର ସହ ଫେରାର ହୋଇଥିବା ଜଣାପଡ଼ିଛି । ଆସାମୀ ଚିତ୍ତରଞ୍ଜନ ଖଟେଇ ଅନେକ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ରଣପୁର ପୋଲିସକୁ ସୂଚନା ମିଳିଛି ! ପୁର୍ବରୁ ମଧ୍ୟ ଝାରପଡ଼ା ଜେଲରେ ଥିବା ଜଣା ପଡ଼ିଛି । ସୁଚନା ଅନୁସାରେ ପାଞ୍ଚ ଜଣଙ୍କ ନାମରେ କେଶ ହୋଇଛି, ଅନ୍ୟମାନେ ହେଲେ ଦୀନବନ୍ଧୁ ପଣ୍ଡା , କୃପାସିନ୍ଧୁ ପଣ୍ଡା ଗ୍ରାମ – ବାସୁଦିଆ , ଅନ୍ୟ ଦୁଇଜଣ ସମ୍ପୃକ୍ତ ଥିବା ନେଇ ପୋଲିସ ତଦନ୍ତ ପରିସର ଭୁକ୍ତ ଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣକ ଡ୍ରାଇଭର ଭାବରେ ଭେଙ୍କେଟେଶ୍ୱର୍ ସ୍କୁଲରେ କାର୍ଯ୍ୟରତ ଥିବା ଜଣାପଡିଛି। ଅନ୍ୟ ସହଯୋଗୀ ମାନଙ୍କୁ ଗିରଫ ଶୀଘ୍ର କରିବା ପାଇଁ ରଣପୁର ପୋଲିସ ତଦନ୍ତ ଜାରି ରଖିଥିବା ନେଇ ପୋଲିସ ସୂଚନା ଦେଇଛି ।
ଏହି ଚଢ଼ାଉରେ ରଣପୁର ଥାନା ଅଧିକାରୀଙ୍କ ସହିତ ସବ ଇନ୍ସପେକ୍ଟର ହାସିନା ପ୍ରଧାନ ଓ ଅନ୍ୟ ପୋଲିସ କର୍ମଚାରୀମାନେ ସହଯୋଗ କରିଥିଲେ। ଆସାମୀ ଚିତ ଖଟେଇ ଜଣେ ଖୁନି ଆସାମୀ, ଦୁର୍ଦାନ୍ତ ଅପରାଧୀ, ଯାହା ନାମରେ ୩୦୨, ୩୦୭ ଭଳୀ ଦଫା ଲାଗି ଅନେକ ଥର ଜେଲ ଯାଇଛି ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଭିଜିଲାନ୍ସ ଜାଲରେ କୋଟିପତି ବାବୁ ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାଶ: ଗାଡ଼ି ଓ ଘରୁ ୨୧ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ