ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଭିଜିଲାନ୍ସ ଜାଲରେ କୋଟିପତି ବାବୁ ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାଶ: ଗାଡ଼ି ଓ ଘରୁ ୨୧ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ

ଭିଜିଲାନ୍ସ ଜାଲରେ କୋଟିପତି ବାବୁ ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାଶ:  ଗାଡ଼ି ଓ ଘରୁ ୨୧ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ – ସମୀକ୍ଷା ଖବର

ଅବିନାଶ ଗଡତିଆ/ବରଗଡ /ସମୀକ୍ଷା ନିୟୁଜ :17/10/2026:

ଓଡ଼ିଶାରେ ଦୁର୍ନୀତି ନିବାରଣ ବିଭାଗ ଭିଜିଲାନ୍ସ ପକ୍ଷରୁ ପୁଣି ଏକ ବଡ଼ ଧରଣର ସଫଳତା ମିଳିଛି । ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଇଥିବା ଓଡ଼ିଶା ଭିଜିଲାନ୍ସ ଶନିବାର ବିଳମ୍ବିତ ରାତିରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଟକ ଜଗତପୁର ସ୍ଥିତ ମହାନଦୀ ଉତ୍ତର ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାଶଙ୍କୁ ଗିରଫ କରିବା ସହ ତାଙ୍କଠାରୁ ବିପୁଳ ପରିମାଣର କଳାଧନ ଜବତ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଠିକାଦାରମାନଙ୍କଠାରୁ ପିସି ବା ଲାଞ୍ଚ ଟଙ୍କା ନେଇ ପ୍ରସନ୍ନଜିତ ଯାଉଥିବା ନେଇ ଭିଜିଲାନ୍ସ ବିଭାଗକୁ ପୂର୍ବରୁ ଗୋପନୀୟ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱରର ଏଜି ଛକ ନିକଟରେ ଓତ ପାତି ରହିଥିଲା । ପ୍ରସନ୍ନଜିତ ନିଜର ସରକାରୀ ବୋଲେରୋ ଗାଡ଼ିରେ ଯାଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲା । ତଲାସୀ ସମୟରେ ତାଙ୍କ ଗାଡ଼ିରୁ ନଗଦ ୭,୨୮,୬୨୦ ଟଙ୍କା ଉଦ୍ଧାର କରାଯାଇଥିଲା, ଯାହାର କୌଣସି ସନ୍ତୋଷଜନକ ହିସାବ ସେ ଦେଇପାରି ନଥିଲେ । ଗାଡ଼ିରୁ ନଗଦ ଟଙ୍କା ଜବତ ହେବା ପରେ ଭିଜିଲାନ୍ସ ପକ୍ଷରୁ ତୁରନ୍ତ ତାଙ୍କର ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ଭୁବନେଶ୍ୱର ଘାଟିକିଆ ସ୍ଥିତ ‘ଟ୍ରାଇଡେଣ୍ଟ ଗାଲାକ୍ସି’ ଆପାର୍ଟମେଣ୍ଟର ଫ୍ଲାଟ୍ ନମ୍ବର D-401 ରେ ଚଢ଼ାଉ ବେଳେ ଆହୁରି ୧୪.୬୦ ଲକ୍ଷ ଟଙ୍କା ନଗଦ ମିଳିଥିଲା । ମୋଟ ଉପରେ ପ୍ରସନ୍ନଜିତ ଦାଶଙ୍କ ପାଖରୁ ୨୧,୮୮, ୬୨୦ ଟଙ୍କାର ବେହିସାବୀ ନଗଦ ଅର୍ଥ ଜବତ କରାଯାଇଛି । ଏହି ମାମଲାରେ ଯନ୍ତ୍ରୀ ପ୍ରସନ୍ନଜିତ ଦାଶଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ କରିବା ପାଇଁ ଭିଜିଲାନ୍ସର ଭିନ୍ନ ଭିନ୍ନ ଟିମ୍ ଗଠନ କରାଯାଇ ଚଢ଼ାଉ ଜାରି ରହିଛି । ଏହି କ୍ରମରେ ବରଗଡ଼ ଜିଲ୍ଲାରେ ଥିବା ତାଙ୍କର ପୈତୃକ ବାସଭବନରେ ମଧ୍ୟ ଭିଜିଲାନ୍ସ ଟିମ୍ ପହଞ୍ଚି ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର କାଗଜପତ୍ର ଯାଞ୍ଚ କରୁଛି । ବରଗଡ଼ ସମେତ ଭୁବନେଶ୍ୱର ଓ କଟକର ବିଭିନ୍ନ ସ୍ଥାନରେ ତାଙ୍କର ବେନାମୀ ସମ୍ପତ୍ତି ଥିବା ନେଇ ସନ୍ଦେହ କରାଯାଉଛି । ଏହି ଘଟଣାକୁ ନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି । ପ୍ରସନ୍ନଜିତ ଦାଶ ଏତେ ପରିମାଣର ନଗଦ ଟଙ୍କା କେଉଁଠାରୁ ଆଣିଲେ ଏବଂ ଏଥିରେ ଆଉ କେଉଁ କେଉଁ ଠିକାଦାର ବା ଅଧିକାରୀ ସାମିଲ ଅଛନ୍ତି, ସେ ନେଇ ଭିଜିଲାନ୍ସ ପଚରାଉଚରା କରୁଛି । ତଦନ୍ତ ସରିବା ପରେ ତାଙ୍କର ମୋଟ ସମ୍ପତ୍ତିର ଆକଳନ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।

ଭିଜିଲାନ୍ସ ଜାଲରେ କୋଟିପତି ବାବୁ ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାଶ:  ଗାଡ଼ି ଓ ଘରୁ ୨୧ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବରଗଡ଼ ଜିଲ୍ଲା କଲେଜ ନିର୍ବାଚନ ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସକୁ ଫେରିଲା ରାଜନୀତି, କେଉଁଠି ଉତ୍ସାହ ତ କେଉଁଠି ବିବାଦ