ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ବିକାଶ ନସିଂ କଲେଜରେ ନୂତନ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଆଭିମୁଖ୍ୟ ସମାରୋହ

ବିକାଶ ନସିଂ କଲେଜରେ ନୂତନ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଆଭିମୁଖ୍ୟ ସମାରୋହ – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ବରଗଡ, ୧୭। ୧୦
ବିକାଶ ହାୟର ଏଜୁକେସ୍ନାଲ ଇଂଷ୍ଟିଚ୍ୟୁସନ୍ସ ଅନ୍ତର୍ଗତ ବିକାଶ ନସିଂ କଲେଜରେ ଗତ ୧୨ ତାରିଖ ରୁ ୧୬ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଆଭିମୁଖ୍ୟ ସମାରୋହ ଆୟୋଜିତ ହୋଇଥିଲା । ବି.ଏସ୍.ସି ନସିଂ, ଜି.ଏନ୍.ଏମ୍, ଏ.ଏନ୍.ଏମ୍ ର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ଜଣାଇବା ପାଇଁ କନ୍‌ଭେନ୍‌ସନ୍ ହଲ୍ ଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । କାର୍ଯ୍ୟକ୍ରମଟି ଦୀପପ୍ରଜ୍ବଳନ ତଥା ବରିଷ୍ଠ ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଏକ ହୃଦୟସ୍ପର୍ଶୀ ସ୍ୱାଗତ ସଂଗୀତ ମାଧ୍ୟମରେ ଶୁଭାରମ୍ଭ ହୋଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଲକ୍ଷ୍ମୀ ବିକାଶ ଗ୍ରୁପ୍‌ର ଚେୟାରମେନ୍ ଡି. ନାଗେଶ୍ବର ରାଓ, ବିକାଶ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲର ଡାକ୍ତରୀ ନିର୍ଦ୍ଦେଶକ ଡ. ହିମାଂଶୁ ଶେଖର ମିଶ୍ର, ବିକାଶ ହାୟର ଏଜୁକେସ୍ନାଲ ଇଂଷ୍ଟିଚ୍ୟୁସନ୍ସ ମୁଖ୍ୟ ପ୍ରଶାସନିକ ଅଧୂକାରୀ ଇଂ ଅଜୟ କୁମାର ମହାପାତ୍ର, ନସିଂ କଲେଜର ଅଧ୍ଯକ୍ଷା ଦିପାଞ୍ଜଳି ପଟେଲ, ନସିଂ ସୁପରିଟେଣ୍ଡେଟ୍ ମମତା ମଲ୍ଲିକ ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଅତିଥିବୃନ୍ଦ ନୂତନ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରି ଶୁଭାଶୀର୍ବାଦ ପ୍ରଦାନ କରିଥିଲେ । ଚେୟାରମେନ୍ ଡି . ନାଗେଶ୍ବର ରାଓ, ବିକାଶ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଡ. ଆଶିଷ ଶତପଥୀ, ବିକାଶ ସ୍କୁଲ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟ ର ଅଧ୍ଯକ୍ଷ ଡ. କ୍ଷୀରୋଦ କୁମାର ପ୍ରଧାନ, ବିକାଶ ଡିଗ୍ରୀ କଲେଜର ଅଧ୍ଯକ୍ଷ ପ୍ର. ସତ୍ୟବ୍ରତ ମିଶ୍ର, ବିକାଶ ଇଂଷ୍ଟିଚ୍ୟୁଟ୍ ଅଫ୍ ଟୋକ୍ନୋଲୋଜିର ଅଧ୍ଯକ୍ଷ ଡ. ପୂର୍ଣ୍ଣେନ୍ଦୁ ମିଶ୍ର, ବିକାଶ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲର ର ମମତା ମଲ୍ଲିକ, ବିକାଶ ହାୟର ଏଜୁକେସ୍ନାଲ ଇଂଷ୍ଟିଚ୍ୟୁସନ୍ସର ଡିନ୍ (ଷ୍ଟୁଡେଟ୍ ଏଫେୟାର୍) ଡ. ଆର୍.ଏସ୍.ଭି. କ୍ରିଷ୍ଣା, ନସିଂ କଲେଜର ଅଧ୍ଯକ୍ଷା ଦିପାଞ୍ଜଳି ପଟେଲ ଏବଂ ବିକାଶ ଲ ସ୍କୁଲର ଆସିଷ୍ଟାଟ୍ ପ୍ରଫେସର ଡ. ଜୈମିନି କୁମାର ସାହୁ ଅଧୂବେଶନ ମାଧ୍ୟମରେ ଭିନ୍ନ ଭିନ୍ନ ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ ।

ବିକାଶ ନସିଂ କଲେଜରେ ନୂତନ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଆଭିମୁଖ୍ୟ ସମାରୋହ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ସୋହେଲା ଦୁର୍ଗାପୂଜାଭକ୍ତି, ଆକର୍ଷଣ ଓ ଭାଇଚାରାର ଅପୂର୍ବ ସଙ୍ଗମ