
ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି:
ଚିକିଟି — ଏହି ବ୍ଲକ ଅନ୍ତର୍ଗତ ଚିକିଟି ମହାବିଦ୍ୟାଳୟ ଏବଂ ନୂଆପଡା ଶ୍ରୀ ବାଲାଜୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ରେ ବିଜୁ ଛାତ୍ର ଜନତା ଦଳ ବାଜିମାତ କରିଛି l ଚିକିଟି ମହାବିଦ୍ୟାଳୟ ରେ ସଭାପତି ପଦବୀ ଅପ୍ରତିଦ୍ଵନ୍ଦୀ ହୋଇଯାଇଥିବା ବେଳେ ପ୍ରଣୟ ପ୍ରଧାନ ସଭାପତି ପଦବୀ ହାତେଇଥିଲେ l ଆଉ ସବୁ ପଦବୀ ବିଜୁ ଛାତ୍ର ଜନତା ଦଳ ବାଜିମାତ କରିଛି l କେ. ବୈଷ୍ଣବୀ ଆଚାରୀ ସାଧାରଣ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି l ସେହିପରି ସୁନୀଲ କୁମାର ପାଣିଗ୍ରାହୀ ଉପ ସଭାପତି, ନାକା ଚିରଞ୍ଜିବି ରେଡି ସହ ସମ୍ପାଦକ, ଏନ. ସୁମନ କୁମାର ନାଟ୍ୟ ସଂସଦ ସମ୍ପାଦକ, ତନୁଶ୍ରୀ ପ୍ରଧାନ ନାଟ୍ୟ ସଂସଦ ସହ ସମ୍ପାଦକ, ସାହିଲ ପ୍ରଧାନ କ୍ରୀଡା ସମ୍ପାଦକ ଓ ରୁଦ୍ର କୁମାର ସେଠି କ୍ରୀଡା ସହ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି l ସେହିପରି ଭାବେ ନୂଆପଡା ଶ୍ରୀ ବାଲାଜୀ ମହାବିଦ୍ୟାଳୟ ର ସମସ୍ତ ବିଜୁ ଛାତ୍ର ଜନତା ଦଳର ସମସ୍ତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସଭାପତି ଭାବେ ଓମ୍ ପ୍ରସାଦ ପାଢ଼ୀ ବିଜୟୀ ହୋଇଥିବା ବେଳେ ଲତା ପ୍ରଧାନ ଉପ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ସାଧାରଣ ସମ୍ପାଦକ ବର୍ଷା ପ୍ରଧାନ, ସୂର୍ଯ୍ୟ ସେଠି ଛାତ୍ର ସଂସଦ ସହ ସମ୍ପାଦକ, ଏସ୍.ତରୁଣ ଆଚାରୀ କ୍ରୀଡ଼ା ସମ୍ପାଦକ ଓ ରୂପାଲୀ ନାୟକ କ୍ରୀଡ଼ା ସହ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି। ନାମାଙ୍କନ ଦାଖଲ ବେଳେ ପ୍ରୀତି ପ୍ରଧାନ ନାଟ୍ୟ ସଂସଦ ସମ୍ପାଦକ, ଇପ୍ସିତା ସାହୁ ନାଟ୍ୟ ସଂସଦ ସହ ସମ୍ପାଦକ, ବି. ସ୍ୱାଧିନୀ ଡି ଏସ ଏ ସମ୍ପାଦକ ଓ ଲକ୍ଷ୍ମୀ ବାରିକ ଡି ଏସ ଏ ସହ ସମ୍ପାଦକ ଭାବେ ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଥିଲେ।ସମସ୍ତ ବିଜୟୀ ପ୍ରାର୍ଥୀ ଚିକିଟି ରାଜ ବାଟୀ କୁ ଯାଇ ବିଜେଡି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୁପ ଦେବ ଙ୍କୁ ଭେଟି ଆଶ୍ରୀବାଦ ଗ୍ରହଣ କରିଛନ୍ତି l ଆଜି ସମସ୍ତ ବିଜୟୀ ପ୍ରାର୍ଥୀ ଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବା ସୂଚନା ମିଳିଛି।






