ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ବିଜାତଳାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ବିଜାତଳାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୬/୧୦/୨୬ – ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବିଜାତଳା ବ୍ଲକର କୃଷି ବିଭାଗ ତରଫରୁ ଅନ୍ତର୍ଜାତୀୟ ମହିଳା କୃଷକ ଦିବସ ଗୁରୁବାର ଦିନ ୧୦ଘଟିକା ସମୟରେ କୃଷି କାର୍ଯାଳୟ ପରିସରରେ ପାଳନ କରାଯାଇଛି । ବିଜାତଳା ବ୍ଲକର ବିଭିନ୍ନ ପଂଚାୟତରୁ ୫୦ ରୁ ଅଧିକ ମହିଳା କୃଷକ ତଥା ଏସ ଏଚ ଜି ର ସଦସ୍ୟାମାନେ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର କୃଷି ଜିଲ୍ଲା ଅଧିକାରିଣୀ ଶ୍ରୀମତୀ ଜୁନ୍ମୟୀ ମହାନ୍ତି ଯୋଗଦାନ କରିବା ସହିତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବ୍ଲକ କୃଷି ଅଧିକାରୀ ପ୍ରଦୀପ୍ତ କୁମାର ନାୟକ, ସହକାରୀ କୃଷି ଅଧିକାରୀ ଅଜୟ କୁମାର ମହାନ୍ତି, ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୋମନାଥ ଦାସ, ସମସ୍ତ କୃଷି ଅଧିଦର୍ଶକ, ଗ୍ରାମ୍ୟ କୃଷି କର୍ମଚାରୀ, ଏ ଟି ଏମ ତଥା ବିଜାତଳା ସରପଞ୍ଚ ଶ୍ରୀମତୀ ଦମୟନ୍ତୀ ଟୁଡୁ ସମୂହ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଦୀପ୍ତ କୁମାର ନାୟକ ସ୍ୱାଗତ ଭାଷଣ ସହ ସଭାକାର୍ଯ୍ୟର ଶୁଭାରମ୍ଭ କରିଥିଲେ । ମହିଳା ମାନଙ୍କୁ କିଭଳି ସଶକ୍ତ କରାଯାଇ ପାରିବ ସେ ବିଷୟରେ କୃଷିଜିଲ୍ଲା ଅଧିକାରୀ ଆଲୋକପାତ କରିଥିଲେ । ସରକାରଙ୍କ ଚାଲିଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ମହିଳା ମାନଙ୍କ ପାଇଁ ଥିବା ସବସିଡ଼ି ଆଦି ସୁବିଧା ସୁଯୋଗ ବିଷୟରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ପୁଙ୍ଖାନୁପୁଙ୍ଖ ଭାବେ ମହିଳା ମାନଙ୍କୁ ଅବଗତ କରାଇଥିଲେ ।

ବିଜାତଳାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
PM Narendra Modi participates in Vijayadashami celebrations at Indraprastha Ramleela Ground. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓPM Narendra Modi participates in Vijayadashami celebrations at Indraprastha Ramleela Ground.YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ରାଇରଙ୍ଗପୁର