ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ରାଇରଙ୍ଗପୁର

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ରାଇରଙ୍ଗପୁର – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୬/୧୦/୨୬ – ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ରାଇରଙ୍ଗପୁର ପଂଚାୟତ ସମିତି ତରଫରୁ ରାଇରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଏକ ଦିନିକିଆ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଲୋକସଭା ସାଂସଦ ଶ୍ରୀ ନବ ଚରଣ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା, ତହସିଲଦାର ଭବାନୀ ପ୍ରସାଦ ସାହୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସୋମବାରି ମୁର୍ମୁ ଓ ବିଧାୟକଙ୍କ ପ୍ରତିନିଧି ଅଶୋକ ମହାନ୍ତ ପ୍ରମୁଖ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଏହି ଯୋଜନାର ନାମକରଣର ଯଥାର୍ଥତା ପ୍ରତିପାଦନ କରିବା ସହ ଚଳିତ ବର୍ଷ ଏହି ଶିବିର ଜିଲ୍ଲାରେ ରାଇରଙ୍ଗପୁର ବ୍ଲକରେ ପ୍ରଥମେ ଅନୁଷ୍ଠିତ ହେଉଥିବାରୁ ଅଞ୍ଚଳ ପାଇଁ ଗୌରବର କଥା ବୋଲି ପ୍ରକାଶ କରିଥିଲେ । ଭିନ୍ନକ୍ଷମ ମାନେ ସାଧାରଣ ଭାବେ ସକ୍ଷମ ନହେଲେବି ସ୍ୱତନ୍ତ୍ର ଭାବେ ସକ୍ଷମ । ତେଣୁ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ସେମାନଙ୍କୁ ଉପଯୁକ୍ତ ଭାବେ ସାମର୍ଥ୍ୟ କରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ହେଉଛି ଏହି ଶିବିରର ମୂଳ ଲକ୍ଷ୍ୟ । ତେଣୁ ରାଇରଙ୍ଗପୁର ବ୍ଲକ ଓ ସହରାଞ୍ଚଳର ସମସ୍ତ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ଶିବିରକୁ ଆସି ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ଉଦିଷ୍ଟ ଯୋଜନାର ସୁଯୋଗ ନେବାପାଇଁ ପରାମର୍ଶ ଦେଇଥିଲେ ।

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ରାଇରଙ୍ଗପୁର – ସମୀକ୍ଷା

ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ଶ୍ରୀମତୀ ପଣ୍ଡା, ଶିବିର ଆୟୋଜନର ଆଭିମୁଖ୍ୟ ଓ ଉପାଦେୟତା ସମ୍ଭନ୍ଧରେ ଉପସ୍ଥାପନ କରିବା ସହ ଆଜିର ଏହି ଶିବିରରେ ମୁଖ୍ୟତଃ ବିଭିନ୍ନ ପ୍ରକାର ଭିନ୍ନକ୍ଷମ ବ୍ୟକ୍ତିଙ୍କ ଭତ୍ତା ପାଇଁ ବ୍ୟବସ୍ଥା,ଯାତାୟାତ ପାଇଁ ବସ ପାସ୍ ଯୋଗାଇଦେବା ଏବଂ ବ୍ୟାଙ୍କରୁ ଋଣ ପାଇବା ନେଇ ପ୍ରମାଣ ପତ୍ର ପ୍ରଦାନ ସମ୍ବନ୍ଧୀୟ ଆନୁସଙ୍ଗିକ ବ୍ୟବସ୍ଥା ରହିଛି ବୋଲି ସୂଚନା ଦେଇଥିଲେ । ଆଜିର ଅନୁଷ୍ଠିତ ଶିବିରରେ ରାଇରଙ୍ଗପୁର ବ୍ଲକ ତଥା ପୌରପାଳିକା ଅଂଚଳର ପ୍ରାୟ ୧୦୮ଜଣ ବିଭିନ୍ନ ପ୍ରକାର ଭିନ୍ନକ୍ଷମ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ । ବାରିପଦା ଓ ରାଇରଙ୍ଗପୁର ଡାକ୍ତରଖାନାର ବିଭିନ୍ନ ଚିକିତ୍ସା ବିଭାଗର ବିଶେଷଜ୍ଞ ଡାକ୍ତର ସମୂହ ଭିନ୍ନକ୍ଷମଙ୍କୁ ପରୀକ୍ଷା କରି ଚି଼ହ୍ନଟ କରିଥିଲେ । ଆୟୋଜିତ ଶିବିରରେ ଅସ୍ଥି ଶଲ୍ୟରେ ୩୨ଜଣ, ପକ୍ଷାଘାତରେ ୧୪ଜଣ, ଦୃଷ୍ଟିବାଧିତରେ ୧୬ଜଣ, ମାନସିକ ଅନଗ୍ରସରରେ ୧୫ ଜଣ, ଇ ଏନ ଟିର ୧୧ଜଣ, ମାଇନର ସର୍ଜରୀ ପାଇଁ ୦୯ ଜଣ ଭିନ୍ନକ୍ଷମଙ୍କୁ ଚି଼ହ୍ନଟ କରାଯାଇଥିଲା ।

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ରାଇରଙ୍ଗପୁର – ସମୀକ୍ଷା

ସେହିପରି ଵାଣିଶ୍ରୀ ମେଧା ବୃତ୍ତି ପାଇଁ ୦୨ଜଣ , ଡି ଆର ଆଇ ଋଣ ପାଇଁ ୦୫ ଜଣ, ଭତ୍ତା ପାଇଁ ୨୫ଜଣଙ୍କୁ ଚୟନ କରାଯାଇଥିବା ବେଳେ ୫ ଜଣଙ୍କୁ ସହାୟତା ଉପକରଣ, ୩୫ ଜଣଙ୍କୁ ବସ ପାସ, ଇନକମ ପ୍ରମାଣପତ୍ର ପାଇଁ ୩୦ଜ, ଦକ୍ଷତା ତାଲିମ ପ୍ରଦାନ ପାଇଁ ଜଣଙ୍କୁ ଏବଂ ହାଉସିଂ ପାଇଁ ଜଣଙ୍କୁ ମନୋନୀତ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ୫ ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ, ହୁଇଲ ଚେୟାର ଇତ୍ୟାଦି ସହାୟତା ଉପକରଣ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ଵିଆରଟି ମହେଶ ମହାପାତ୍ର ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଦାସ ମଞ୍ଚ ପରିଚାଳନା କରିଥିବା ସମୟରେ କାର୍ଯ୍ୟାଳୟର କର୍ମଚାରୀ ସମୂହଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା ।

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ରାଇରଙ୍ଗପୁର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ନିର୍ବାଚନ-ପିଏସ କଲେଜ, ବଡ଼ସାହି ୬ ଅପ୍ରତିଦ୍ବନ୍ଦୀ ଓ ୫ ପ୍ରତିଦ୍ୱନ୍ଦୀଙ୍କ ବିଜୟ