ମାମନି ଚକ୍ରବର୍ତ୍ତୀ/ରାଇଘର ସାମ୍ବାଦିକ/ସମୀକ୍ଷା ନ୍ୟୁଜ:
ରାଇଘର :ପେନସନ ଟିଏ ପାଇଁ ୨୫ କିଲୋମିଟର ଯାଏ ସଂଘର୍ଷ କରୁଛନ୍ତି ହିତାଧିକାରୀ କାରଣ ବ୍ୟାଙ୍କ ପାସ ବୁକରେ ପେନସନ ବାର୍ଦ୍ଧକ୍ୟ,ବିଧବା, ବିକଳାଙ୍ଗ ଭତ୍ତା ନ ମିଳିବାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହିତାଧିକାରୀ ଜଣେଇଲେ ଦୁଃଖ ସୂଚନାଅନୁଯାଇ କିଛି ମାସ ହେବ ପେନସନ ବ୍ୟବସ୍ଥା ବ୍ୟାଙ୍କ ଖାତାରେ ନ ଆସିବା ଫଳରେ ଗରିବ ହିତାଧିକାରି ମାନେ ବହୁତ ଅସୁବିଧା ର ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳିଛି ସରକାର ତରଫରୁ ପାଉଥିବା ପେନସନ ଟିକିଏ ନେଇ ହିତାଧିକାରି ମାନେ ବିଭିନ୍ନ କାମ ରେ ଲଗେଇବାବେଳେ କିଛି ମାସ ହେଲା ସମ୍ପୂର୍ଣ ଓଡିଶା ରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଆସୁନି ପେନସନ କେବଳ ଯେଉଁମାନେ ହାତରେ ପାଉଛନ୍ତି ପେନସନ ସେମାନଙ୍କୁ ହିଁ ମିଳୁଛି କିନ୍ତୁ ବ୍ୟାଙ୍କ ଖାତାରେ ପାଉଥିବା ପେନସନ ପଇସା ମିଳୁନଥିବା ଫଳରେ ଆଜି ରାଇଘର ବ୍ଲକ ଖୁଡୁକ ପଂଚାୟତ ର ରାଜପୁର, ଛେଳିଡ଼ଙ୍ଗରି ପଂଚାୟତ ର ଚଡିଆପାରା, କୁରାବେଡା ପଂଚାୟତ ର ସୋନପୁର ଆଦିବାସୀ ଗ୍ରାମରୁ କିଛି ମହିଳା ସକାଳ ୭ ଟା ବେଳେ ବ୍ଲକ କାର୍ଯ୍ୟାଳୟରେ ଆସି ବସିଥିବାର ଦେଖିବାକୁ ମିଳିଛି

କଂଗ୍ରେସ ନେତା ସନରାଜ ଗଣ୍ଡ,ବ୍ଲକ ଅଧ୍ୟକ୍ଷ ଗୁପ୍ତ ଝାଙ୍କର ହିତାଧିକାରିମାନଙ୍କୁ ଧରି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ବିଡ଼ିଓ ଙ୍କ ପ୍ରକୋଷ୍ଠରେ ଯାଇ ଏତେ ଦିନ ପେନସନ ନ ମିଳିବାର କାରଣ ପଚାରି ବୁଝିଥିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିତୁ ସିଂ ଏବଂ ସାମାଜିକ ସୁରକ୍ଷା ଅଧିକାରୀ ଜ୍ଞାନରଞ୍ଜନ ମାଟିଆ ଆସି ବୁଝାସୁଝା କରିଥିଲେ କରି କହିଥିଲେ ଏହା କେବଳ ରାଇଘର ବ୍ଲକ ରେ ନୁହଁ ସମ୍ପୂର୍ଣ ଓଡିଶାରେ ଏହିଭଳି ପରିସ୍ଥିତି ଉପୁଜିଛି କିଛି ଅପଡେଟ ହେଉଥିବାରୁ ଏହିଭଳି ଅସୁବିଧା ହେଉଥିବା ଗୋଷ୍ଠୀଉନ୍ନୟନ ଅଧିକାରୀ କହିଥିଲେ ଆଗାମୀ ସପ୍ତାଟି ଭିତରେ ଏହି ସମସ୍ୟାର ସମାଧାନ ହେବାସହ ପେନସନ ମିଳିବବୋଲି କହି ହିତାଧିକାରୀଙ୍କୁ ବୁଝେଇଥିଲେ, ଯଦି ହିତାଧିକାରୀ ଙ୍କୁ ପୂଜା ପରେ ଭତ୍ତା ପଇସା ବ୍ୟାଙ୍କ ପାସବୁକ ଖାତାରେ ନ ମିଳେ ତେବେ ପୁଣିଥରେ ସମ୍ପୂର୍ଣ ରାଇଘର ବ୍ଲକର ସମସ୍ତ ପଂଚାୟତର ପେନସନ ହିତାଧିକାରୀ ମାନେ ଆସି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆସି ବଡ ଧରଣର ଆନ୍ଦୋଳନ କରିବେ ବୋଲି କଂଗ୍ରେସ ନେତା ସନରାଜ ଗଣ୍ଡ ଚେତାବନୀ ଦେଇଛନ୍ତି






