ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ପେଣ୍ଡ୍ରାଣୀ କଲେଜରେ ନିର୍ବାଚନ ବାଜିମାତ୍‌ ପରେ ବିଜେଡି ମହଲରେ ଉତ୍ସାହ

ପେଣ୍ଡ୍ରାଣୀ କଲେଜରେ ନିର୍ବାଚନ ବାଜିମାତ୍‌ ପରେ ବିଜେଡି ମହଲରେ ଉତ୍ସାହ – ସମୀକ୍ଷା ଖବର

ମାମନି ଚକ୍ରବର୍ତ୍ତୀ/ରାଇଘର ସାମ୍ବାଦିକ/ସମୀକ୍ଷା ନ୍ୟୁଜ:

ଉମରକୋଟ ଦୀର୍ଘ ବର୍ଷ ପରେ ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ସଭାପତି ପ୍ରାର୍ଥୀଙ୍କ ବିଜୟ ପରେ ସମର୍ଥକଙ୍କ ମହଲରେ ଉତ୍ସାହ ଦେଖାଦେଇଛି। ଅନ୍ୟପଟେ ଏବିଭିପି ମହଲରେ ନିରାଶା ପ୍ରକାଶ ପାଇଛି। ଛାତ୍ର ରାଜନୀତିକୁ ନେଇ ଚର୍ଚ୍ଚାରେ ଥିବା ଏହି ନିର୍ବାଚନର ଫଳାଫଳ ଉପରେ ସ୍ଥାନୀୟ ରାଜନୈତିକ ମହଲର ମଧ୍ୟ ନଜର ରହିଥିଲା। କଲେଜ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ସଭାପତି ପଦରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀ ନିତିନ ୟାଦବ ବିଜୟୀ ହୋଇଥିବା ବେଳେ ସାଧାରଣ ସମ୍ପାଦକ – ନିତ୍ୟା ଗଣ୍ଡ, ସହ ସମ୍ପାଦକ – ଜ୍ୟୋତି ବିଶ୍ୱାସ,କ୍ରୀଡା ସମ୍ପାଦକ – ହେମନ୍ତ ଗଣ୍ଡ,ନାଟ୍ୟ ସଂସଦ ସମ୍ପାଦକ – ବିପାସା ନାହାକ,ଡି ଏସ ଏ ସମ୍ପାଦକ – ମହେଶ ସାହୁ ବିଜୟୀ ହୋଇଛନ୍ତି।ଅନ୍ୟପଟେ ଏ ଭି ବି ପି ସମର୍ଥିତ ପ୍ରାର୍ଥୀ -ପ୍ରଦୀପ ଗଣ୍ଡ ଉପସଭାପତି ପଦରେ ବିଜୟ ଲାଭ କରିଛନ୍ତି। ନିର୍ବାଚନ ପୂର୍ବରୁ ପେଣ୍ଡ୍ରାଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜେପି ଓ ବିଜେଡି ଶିବିରରେ ରାଜନୈତିକ ଗଣିତକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ବିଶେଷକରି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନିର୍ବାଚନ ମଣ୍ଡଳୀରେ ଏହି ମହାବିଦ୍ୟାଳୟ ଅବସ୍ଥିତ ଥିବାରୁ ନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଥିଲା। ଗଣତି ସମୟରେ କୌଣସି ଅଣଛାତ୍ର ଯେପରି କ୍ୟାମ୍ପସ ଭିତରକୁ ପ୍ରବେଶ ନକରନ୍ତି, ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ କ୍ୟାମ୍ପସ ବାହାରେ କଡ଼ା ନଜର ରଖାଯାଇଥିଲା। ଫଳାଫଳ ପ୍ରକାଶ ପରେ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିବା ବେଳେ ପରାଜିତ ପ୍ରାର୍ଥୀଙ୍କ ଶିବିରରେ ନିରାଶା ଦେଖିବାକୁ ମିଳିଛି।

ପେଣ୍ଡ୍ରାଣୀ କଲେଜରେ ନିର୍ବାଚନ ବାଜିମାତ୍‌ ପରେ ବିଜେଡି ମହଲରେ ଉତ୍ସାହ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜଗତସିଂହପୁର : ବାଲିକୁଦା ମହାବିଦ୍ୟାଳୟର ନବ ନିର୍ବାଚିତ ଛାତ୍ର ସଂସଦର ଶପଥ ପାଠ