ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ବରଗଡ଼:୧୬ା୧୦ ପୁଲିସର ପେଟ୍ରୋଲିଂ ସମୟରେ ଗଞ୍ଜେଇ ଚାଲାଣର ଏକ ଘଟଣା ସାମ୍ନାକୁ ଆସିଛି। ସରେଇକେଳା ଜଙ୍ଗଲ ନିକଟରେ ଏକ କାରରୁ ୩୪ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ପୁଲିସକୁ ଦେଖି ଗାଡ଼ିରେ ଥିବା ଅଭିଯୁକ୍ତ ଫେରାର ହୋଇଯାଇ ଥିବା ଘଟଣା ସାମ୍ନା କୁ ଆସିଛି l ସୂଚନା ଅନୁଯାୟୀ, ଜଗଦଳପୁର ପୁଲିସ ପକ୍ଷରୁ ଅଞ୍ଚଳରେ ପେଟ୍ରୋଲିଂ ଚାଲିଥିବା ସମୟରେ ସରେଇକେଳା ଜଙ୍ଗଲ ନିକଟରେ ପଦ୍ମପୁର ରାସ୍ତାରୁ ଏକ ମାରୁତି ସୁଜୁକି ଫୋନେକ୍ସ କାର ଆସୁଥିଲା ପୁଲିସକୁ ଦେଖି କାରରେ ଥିବା ବ୍ୟକ୍ତି ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ପଳାଇଥିଲେ। ପୁଲିସ କାରଟିକୁ ଯାଞ୍ଚ କରିବାରୁ ସେଥିରୁ ୩୪ କେଜି ଗଞ୍ଜେଇ ମିଳିଥିଲା। ପୁଲିସ ଗଞ୍ଜେଇ ସହ କାରଟିକୁ ଜବତ କରି ଜଗଦଳପୁର ଥାନାରେ କେସ୍ ନମ୍ବର ୨୨୮/୨୬ରେ ମାମଲା ରୁଜୁ କରିଛି। ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ ଏହା କେଉଁଠାକୁ ଚାଲାଣ ହେଉଥିଲା, ସେ ନେଇ ପୁଲିସ ତଦନ୍ତ ଚଳାଇଛି। ଫେରାର ଅଭିଯୁକ୍ତଙ୍କୁ ଚିହ୍ନଟ କରି ଧରିବା ପାଇଁ ମଧ୍ୟ ଉଦ୍ୟମ ଜାରି ରହିଥିବା ଜଣାପଡ଼ିଛି।






