ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ବରଗଡ଼, ୧୬। ୧୦
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ସହାୟତା ପ୍ରଦାନ କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ପାୱାର ଅଫ୍ ଦିବ୍ୟାଙ୍ଗ, ବରଗଡ଼ ଜିଲ୍ଲା ପକ୍ଷରୁ ଏକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୪ଟି ଟ୍ରାଇସାଇକେଲ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ ମୁଖ୍ୟ ଅତିଥି ଏବଂଡି ଏସ ଏସ ଓ ଅମ୍ବୁଜାକ୍ଷ ପ୍ରଧାନ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ। ପାୱାର ଅଫ୍ ଦିବ୍ୟାଙ୍ଗର ସଭାପତି ଶ୍ୟାମ ସୁନ୍ଦର ଅଗ୍ରୱାଲ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ମେଘନାଦ ସାହୁ, ପବିତ୍ର ଦେହେରୀ, କିଶୋର ଚନ୍ଦ୍ର ସାହୁ, ଅଭୟ କୁମାର ପଧାନ ଓ ନେପାଳ ଦୁଆନ ମଞ୍ଚାସୀନ ଥିଲେ।ଏହି ଅବସରରେ ସମାଜସେବା କ୍ଷେତ୍ରରେ ଅବଦାନ ପାଇଁ ସୁଷମା ମହାରଣା ଓ ସଞ୍ଜୟ କୁମାର ମେହେରଙ୍କୁ ସମ୍ମାନିତ କରାଯାଇଥିଲା। ସଂଗଠନର ଡ. ଯଶ୍ୱିର ସିଂ ସୈନି, ସତ୍ୟଜିତ ଦାଶ, ମାମୀ ମିଶ୍ର, ଲିଟୁ ମହାନ୍ତି ଓ ଦିବାକର ମାଝୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ସମାଜସେବୀ ଉପସ୍ଥିତ ଥିଲେ।ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଯାତାୟାତକୁ ସହଜ କରିବା ଏବଂ ସେମାନଙ୍କୁ ଦୈନନ୍ଦିନ ଜୀବନରେ ଅଧିକ ସ୍ୱାଧୀନ ଓ ସ୍ୱାବଲମ୍ବୀ କରିବାରେ ଟ୍ରାଇସାଇକେଲ ଭଳି ସହାୟକ ଉପକରଣ ଗୁରୁତ୍ୱପୂର୍ଣ୍ଣ। ଦିବ୍ୟାଙ୍ଗମାନଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ଏଭଳି ପଦକ୍ଷେପ ଏକ ସକାରାତ୍ମକ ପ୍ରୟାସ ବୋଲି ମତ ପ୍ରକାଶ ପାଇଥିଲା।






