ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ମୟୂରଭଞ୍ଜ ଗର୍ଭଣା ସଂକ୍ରାନ୍ତି

ମୟୂରଭଞ୍ଜ ଗର୍ଭଣା ସଂକ୍ରାନ୍ତି – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୭/୧୦/୨୬ – ଆଜି ପବିତ୍ର ତୁଳା ବା ଗର୍ଭଣା ସଂକ୍ରାନ୍ତି ଏହା ସୌରମାସ ଏବଂ ଏ ସମୟରେ ଧାନ ଗର୍ଭ ଧାରଣ କରୁଥିବା ଯୋଗୁଁ ଏହାକୁ ଗର୍ଭଣା ସଂକ୍ରାନ୍ତି କୁହାଯାଏ । ଏହା ଓଡିଶାରେ ଏକ କୃଷି ଭିତ୍ତିକ ପର୍ବ ଭଲ ଫସଲ ହେବାପାଇଁ ଧାନଗଛକୁ ଏ ସମୟରେ ପୂଜନ କରିବା ପରମ୍ପରା ରହିଛି । ଓଡ଼ିଶାର ସର୍ବତ୍ର ଏହାକୁ ପାଳନ କରିଥାନ୍ତି, ତେବେ ମୟୂରଭଂଜରେ ଏହାକୁ ଗର୍ଭଣା ସଂକ୍ରାନ୍ତି ମଧ୍ୟ କୁହାଯାଏ । ଗ୍ରାମାଞ୍ଚଳରେ ଶାଳ ବା ଅଣଆଖୁଆ ଡାଳ ତଥା ବ୍ରାହ୍ମଣ ଶାସନର କୃଷକମାନେ ଅଙ୍କରାନ୍ତି ଫୁଲଡାଳ ବା ଗର୍ଭଣା ଗଛର ଡାଳ । ଏହି ଡାଳକୁ ପୂର୍ବଦିନ ଆଣି ପ୍ରାତଃରୁ ସ୍ନାନ ସାରି ଅରୁଆ ଚାଉଳ, କଞ୍ଚାକ୍ଷୀର, ଧୂପ, ଦୀପ ନୈବେଦ୍ୟ ଢାଳେ ପାଣି ନେଇ ବିଲକୁ ଯାଆନ୍ତି । ବିଲରେ ଏହି ଶାଳ ବା ଅଣଆଖୁଆ ବା ଅଙ୍କରାନ୍ତି ଡାଳକୁ ପୋତି ତା ମୁଳରେ କ୍ଷୀର ଢାଳି ଧୂପ ଦୀପ, ନୈବେଦ୍ୟ ଦେଇ ପୂଜାର୍ଚ୍ଚନା ପୂର୍ବକ ମୁଣ୍ଡିଆ ମାରି ଭଲ ଫସଲ ବା ଭଲ ଧାନକେଣ୍ଡା ପାଇଁ ପ୍ରାର୍ଥନା କରନ୍ତି । ଏକ ଲୋକକଥା ଅନୁସାରେ ଏହିଦିନ ଚାଷୀଙ୍କ ମୁହଁରୁ “ଆଗେ ବୁଣୁ ପଛେ ବୁଣୁ ଗର୍ଭଣାକୁ ଟୁଣୁ ଟୁଣୁ” ପ୍ରବାଦ ଶୁଣିବାକୁ ମିଳେ । ତେବେ ଏହା କେବଳ ପ୍ରାୟତଃ ଗ୍ରାମାଞ୍ଚଳରେ ଶୁଣିବାକୁ ମିଳେ ।

 ଘଟଣା କ୍ରମରେ ଏ ସମୟର ଧାନ ଥୋଡ ଧରିଥାଏ । ଏ ଧାନକୁ ଶାଳିଧାନ୍ୟ ବା ଶାରଦ ବା ହୈମନ୍ତକ ଧାନ୍ୟ କୁହାଯାଏ । ଏ ସମୟର ଧାନକୁ ମହାଲକ୍ଷ୍ମୀ କୁହାଯାଇଥାଏ ଏବଂ ଏକାଧାରରେ ଶସ୍ୟ, ବୀଜ, ତଣ୍ଡୁଳ, ପତ୍ର, ଅଙ୍କୁର, କାଣ୍ଡ,।କୋଷ, ପୁଷ୍ପ କ୍ଷୀର ମଧ୍ୟ କୁହାଯାଏ । ମହାଭାରତ ଅନୁସାରେ ଏହାକୁ ଏକାଧାରରେ ଦେବତା ମାନଙ୍କ ନିମିତ୍ତ ଅନ୍ନ(ଅମୃତ)ଚରୁ ଭାବରେ, ନାଗମାନଙ୍କ ପାଇଁ ଅନ୍ନ ସୁଧା (କ୍ଷୀର)ଭାବରେ, ପିତୃଗଣଙ୍କ ନିମନ୍ତେ ଅନ୍ନ ସ୍ୱଧା(ପିଣ୍ଡ )ଭାବରେ ଏବଂ ପଶୁ ମାନଙ୍କ ପାଇଁ ଅନ୍ନ ତୃଣଲତା ଭାବରେ ଉତ୍ପନ୍ନ ହୋଇ ଅନ୍ନଦାନ ପାଇଁ ସମର୍ଥ ହୋଇଥାଏ । ଏଭଳି ପୁରାଣର କଥା ଛାଡି ବ୍ରାହ୍ମଣ ଶାସନ ମାନଙ୍କରେ ବ୍ରାହ୍ମଣଙ୍କ ଗୃହରେ କିଛି ଅଲଗା ହୋଇଥାଏ । ପ୍ରାତଃରୁ ଉଠି ଗୃହକୁ ଗୋବରରେ ଲିପାପୋଛା କରାଯାଏ ଦେବନୀତି ସମ୍ପର୍ଣ୍ଣ ପରେ ତୁଳସୀଙ୍କୁ ଗନ୍ଧପୂଷ୍ପ ଧୂପ, ଦୀପ, ନୈବେଦ୍ୟ ଦେଇ ପୂଜା କରାଯାଏ ।  ଆବଶ୍ୟକୀୟ ତାଳପତ୍ର ଆଣି ଗୃହ ସଦଶ୍ୟ ଏଥିରେ ପାଞ୍ଚଟି ମାଣ, ଗୋଟିଏ ଛତି, ଗୋଟିଏ ପଖିଆ ତିଆରି କରିଥାନ୍ତି  । ପାଞ୍ଚଟି ମାଣରେ ପାଞ୍ଚ ପ୍ରକାର ଶସ୍ୟ ରଖି ତାହାକୁ ତୁଳସୀ ଚଉରା ବା ତୁଳସୀ ମୂଳରେ ରଖାଯାଏ । ଏହାପରେ ଖେଚୁଡି,ଡାଲମା ଆଦି ଭୋଗ ଲଗାଯାଏ ତତସଙ୍ଗେ ଗୃହ ଇଷ୍ଟଙ୍କୁ ମଧ୍ୟ ଭୋଗ ଲାଗାଯାଏ ।
ମୟୂରଭଞ୍ଜ ଗର୍ଭଣା ସଂକ୍ରାନ୍ତି – ସମୀକ୍ଷା

ପୁଣି ଧାନ ହେଉଛି ଶସ୍ୟ ମା’, ସେ ଏ ସମୟରେ ଗର୍ଭବତୀ ଅଟେ ବୋଲି ମୟୂରଭଞ୍ଜ ଚାଷୀଙ୍କ ମୁହଁରୁ ଶୁଣିବାକୁ ମିଳେ । ତାର ସୁରକ୍ଷିତ ପ୍ରସବ ପାଇଁ ପୂଜା କରିବାକୁ ଶାଳ ବା ଅଣଆଖୁଆ ଡାଳ ଅଣାଯାଏ, ଅଗଣାରେ ପୋତାଯାଏ, ପାଣିଚାଉଳ ପକାଯାଏ, ବିଭିନ୍ନ ଫଳମୂଳ, ତାଳ ଖୁକୁଣ୍ଡି, ଗୁଡ଼, ମହୁ, ଘୃତ, କ୍ଷୀର ତଥା ଚକୁଳି ପିଠା, ଡାଲି ତରକାରୀ ଆଦି ଭୋଗ ଦିଆଯାଏ । ପରଦିନ ସେ ଡାଳକୁ ଧାନ ବିଲରେ ପୋତାଯାଏ ଯେମିତି ଶସ୍ୟ ମା’ ବିନା କଷ୍ଟରେ କେଣ୍ଡା ବାହାର କରିବ । ଏଣୁ ବିଲରେ ଲକ୍ଷ୍ମୀ ପୂଜା ପାଇଁ ନୂଆ ଧାନ, ଗହମ, କର ଗଛ ଡାଳ, ଦୀପ, ଫୁଲ ସହ। ମା’ ଲକ୍ଷ୍ମୀଙ୍କୁ ବିଲରେ ଖିରି ରାନ୍ଧି ମଧ୍ୟ ଭୋଗ ଦିଆଯାଏ ଓ ପରେ ଘରକୁ ଅଣାଯାଏ । ପୁଣି ମୟୂରଭଞ୍ଜ ଆଦିବାସୀ ଗାଁରେ ମା’ ମାନେ ସିନ୍ଦୂର, ହଳଦୀ, ଫୁଲ ପକାଇ ପ୍ରାର୍ଥନା କରନ୍ତି ଯେ ଫସଲ ଭଲ ହେଉ । ତେବେ ସାଧାରଣ ସ୍ତ୍ରୀଟିଏ ଗର୍ଭଧାରଣ ସମୟରେ ତାଙ୍କ ଘର ଲୋକ ଯେମିତି ସଦ ଭାର ବା ନଳତା ଘର ପାଳନ କରିବା ବିଧି ଅଛି ସେହିଭଳି ଗର୍ଭଣା ସଂକ୍ରାନ୍ତି ଦିନ ମଧ୍ୟ ଧାନଗଛର ଗର୍ଭଧାରଣ ପୂର୍ବକ ତାକୁ ସଦ ଭାର ଦିଆଯାଏ ବୋଲି ଆଲୋଚନାରୁ ଜାଣିବାକୁ ମିଳେ । ତେବେ ଏବେର ଯୁବପିଢ଼ି ଏସବୁ ପ୍ରତି ଆଗ୍ରହ ରଖୁନଥିବା ବା ଏଭଳି ପରମ୍ପରାକୁ ବଜାୟ ରଖିବା ଦିଗରେ ଧ୍ୟାନ ଦେଉନଥିବା ଏକ ପରିତାପର ବିଷୟ ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
PM Narendra Modi participates in Vijayadashami celebrations at Indraprastha Ramleela Ground. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓPM Narendra Modi participates in Vijayadashami celebrations at Indraprastha Ramleela Ground.YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମୁରିବାହାଲରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ସମ୍ପନ୍ନ, ୩୧ ଛାତ୍ରଛାତ୍ରୀ ଜିଲ୍ଲାସ୍ତରକୁ ମନୋନୀତ