ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ମା’ ଭଗବତୀଙ୍କ ପୀଠରେ ଶାରଦୀୟ ପାର୍ବଣମଧ୍ୟାହ୍ନରେ ଆମିଷ ଘାଣ୍ଟ; ରାତ୍ରରେ ମାଛଗୁଣ୍ଡି ଭଜା ଭୋଗ

ମା’ ଭଗବତୀଙ୍କ ପୀଠରେ ଶାରଦୀୟ ପାର୍ବଣମଧ୍ୟାହ୍ନରେ ଆମିଷ ଘାଣ୍ଟ; ରାତ୍ରରେ ମାଛଗୁଣ୍ଡି ଭଜା ଭୋଗ – ସମୀକ୍ଷା ଖବର
ମା’ ଭଗବତୀଙ୍କ ପୀଠରେ ଶାରଦୀୟ ପାର୍ବଣମଧ୍ୟାହ୍ନରେ ଆମିଷ ଘାଣ୍ଟ; ରାତ୍ରରେ ମାଛଗୁଣ୍ଡି ଭଜା ଭୋଗ – ସମୀକ୍ଷା

ବାସୁଦେବ ହାବାଡସିଂ/ବାଣପୁର / ସମୀକ୍ଷା ନ୍ୟୁଜ :

ମା’ ଦୁର୍ଗତା ନାଶିନୀ ଦୁର୍ଗାଙ୍କ ପୂଜା ପାଇଁ ସମସ୍ତ ଶକ୍ତି ପୀଠ ଓ ତନ୍ତ୍ରପୀଠରେ ଷୋଡ଼ଶ ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟର ଅନନ୍ୟ ଶକ୍ତି ପୀଠ ତଥା ତନ୍ତ୍ରପୀଠ ଖୋର୍ଦ୍ଧା ଜିଲ୍ଲା ଭଗବତୀ କ୍ଷେତ୍ର ବାଣପୁରର ଅଧିଷ୍ଟାତ୍ରୀ ଦେବୀ ମା’ ଭଗବତୀଙ୍କ ପୀଠରେ ମୂଳାଷ୍ଟମୀଠାରୁ ଶାରଦୀୟ ପାର୍ବଣ ଆରମ୍ଭ ହୋଇଛି  l ୧୬ ଦିନ ବ୍ୟାପି ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଉଛି । ମା’ ଭଗବତୀଙ୍କ ପ୍ରିୟ ବ୍ୟଞ୍ଜନ ମାଛ ମହୁର ତଥା ଘାଣ୍ଟ ଓ ମାଛ ଗୁଣ୍ଡି ଭଜା ହୋଇଥିବା ବେଳେ ମା’ଙ୍କ ନିକଟରେ ପ୍ରତ୍ୟେହ ମଧ୍ୟାହ୍ନରେ ମାଛ ମହୁର ତଥା ଘାଣ୍ଟ ଓ ରାତ୍ରରେ ମାଛ ଗୁଣ୍ଡି ଭଜା ଭୋଗ ଲାଗି ହେଉଛି l
ବିଂଶ ଶତାବ୍ଦୀରେ ବଙ୍କାଡ଼ ଗଡ଼ର ରାଜା ବାଣାସୁରଙ୍କ ଆଗାଧା ଦେବୀ ଥିଲେ। ମା’ ଭଗବତୀ। ମା’ଙ୍କ ପୂଜା ଆରାଧନା କରୁଥିବାରୁ ରାଜା ବାଣାସୁରଙ୍କ ରକ୍ଷା କବଚ ଥିଲେ ମା’ ଭଗବତୀ | ବର୍ତ୍ତମାନ ସମଗ୍ର ବାଣପୁର ଅଞ୍ଚଳର ରକ୍ଷାକାରିଣୀ ଅଟନ୍ତି l ମା’ ଭଗବତୀ। ପ୍ରଥମେ ଗୋଟିଏ କ୍ଷୀର କୋଳି ବୃକ୍ଷ ମୂଳରେ ପ୍ରତିଷ୍ଠିତ ହୋଇ ମା’ଭଗବତୀ ପୂଜା ପାଉଥିଲେ। ଧରାପୃଷ୍ଠକୁ ମା’ ଦୁର୍ଗାଙ୍କର ଆଗମନ ଅବସରରେ ମା’ଙ୍କ ପୀଠ ହୋଇ ଉଠିଛି ପାର୍ବଣରେ ମୁଖରିତ | ଏ ଅବସରରେ ମା’ଙ୍କ ପୀଠରେ ଆଶ୍ୱିନ ମାସର କୃଷ୍ଣପକ୍ଷ ମୂଳାଷ୍ଟମୀଠାରୁ ଷୋଡ଼ଶ ପୂଜା ଆରମ୍ଭ ହୋଇଯାଇଛି। ପାର୍ବଣରେ ମା’ ଭଗବତୀଙ୍କୁ ବନଦୁର୍ଗା ରୂପେ ପୂଜା କରାଯାଉଥିବାବେଳେ ମା’ ଙ୍କ ତଥାକଥୂତ ସାତଭଉଣୀ ଏବେ ସାତବଖରା ଗୃହରେ ପୂଜା ପାଉଛନ୍ତି। ଏହି ସମୟରେ ବାଣପୁରର ଇଷ୍ଟଦେବୀ ମା’ ଭଗବତୀଙ୍କ ପୀଠରେ ଷୋଡ଼ଶ ଦିନ ବ୍ୟାପୀ ଦୁଇ ବେଳା ଚଣ୍ଡୀପାଠ ଓ ତନ୍ତ୍ରପାଠ ସହ ଷୋଡ଼ଶ ଉପଚାରରେ ବନଦୁର୍ଗା ବେଶରେ ପୂଜାନୀତି ସମ୍ପନ୍ନ ହେଉଛି । ପ୍ରତ୍ୟେହ ମା’ଙ୍କ ପୀଠରେ ଭୋର ୫ ଘଟିକାରେ ପହଡ଼ ଖୋଲା ଯାଇ ମା’ଙ୍କୁ ସୁବାସିତ ଜଳରେ ସ୍ନାନ ଓ ମାଜଣା କରାଯିବା ପରେ ୬ଘଟିକାରେ ମଙ୍ଗଳ ଆଳତୀ ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ଚଣ୍ଡିପାଠ, ବଗଳା ପୂଜା କରାଯାଇ ନିସଙ୍କୁଡ଼ି ନୈବ୍ୟଦରେ ଖଇ, କାକରା ଓ ଫଳମୂଳ ଭୋଗ ଲାଗି କରାଯାଉଛି I ପ୍ରାତଃ ସମୟରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ନିମନ୍ତେ ପହଡ଼ ଖୋଳା ରହୁଛି। ମଧ୍ୟାହ୍ନରେ ସଂଙ୍କୁଡ଼ି ଭୋଗରେ ଖେଚେଡ଼ି, ଆମ୍ବିଳ, ଡ଼ାଲି, ଏଣ୍ଡୁରୀ ପିଠା, ଖ୍ରୀ ମାଛ ମହୁର ତଥା ଆମିଷ ଘାଣ୍ଟ ଭୋଗ ଲାଗି ହେବା ପରେ ପହଡ଼ ପଡ଼ୁଛି । ଅପରାହ୍ନରେ ପୁନର୍ବାର ସାଧାରଣ ଦର୍ଶନ ଲାଗି ରହୁଥିବାବେଳେ ସନ୍ଧ୍ୟା ଆଳତା ହେବା ପରେ ସନ୍ଧ୍ୟା ଧୂପରେ ମା’ ଭଗବତାଙ୍କ ନିକଟରେ ନିସଙ୍କୁଡ଼ି ଭୋଗରେ ମାଠପୂଳି, ସରପୁଳୀ, ଖେଇ, ଗଜା, କାକରା ଆଦି ଭୋଗ ଲାଗି କରାଯାଇ ଦର୍ଶନ ଲାଗି ରହୁଛି । ପୂର୍ବରୁ ଏଠାରେ ସପ୍ତମୀ, ଅଷ୍ଟମୀ ଓ ନବମୀରେ ଛାଗ ଓ ମଇଁଷି ଆଦି ବଳୀ ପଡୁଥିବାବେଳେ କିଛି ବର୍ଷ ହେବ ଏହା ବନ୍ଦ ହୋଇ ପ୍ରତିକାମୂକ ଭାବେ ପାଣିକଖାରୁ ବଳି ପକାଯାଉଥିବା ଜଣାଯାଇଛି।

ମା’ ଭଗବତୀଙ୍କ ପୀଠରେ ଶାରଦୀୟ ପାର୍ବଣମଧ୍ୟାହ୍ନରେ ଆମିଷ ଘାଣ୍ଟ; ରାତ୍ରରେ ମାଛଗୁଣ୍ଡି ଭଜା ଭୋଗ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମୟୂରଭଞ୍ଜ ଗର୍ଭଣା ସଂକ୍ରାନ୍ତି