Headlines

ମାଲକାନଗିରି:ଚୋରା ଚାଲାଣ ପାଇଁ ଗଚ୍ଛିତ ଥିବା ୧ ଟନ ୨୫ କେଜି ଗଞ୍ଜେଇ ଜବତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:କାଲିମେଳା ଥାନା ପୋଲିସ ଦ୍ୱାରା ଜବତ ହେଲା ଗଚ୍ଛିତ ଥିବା ଗଞ୍ଜେଇ । କାଲିମେଳା ଥାନା ପୋଲିସ କୌଣସି ଏକ ଗୁପ୍ତ ସୂତ୍ରରୁ ଖବର ପାଇ କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳ ଏବଂ ତାଙ୍କ ପୋଲିସ ଟିମ୍ କାଲିମେଳା ଥାନା ଅନ୍ତର୍ଗତ କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତର ଏମ୍ ଭି ୭୩ ଗ୍ରାମ ପାଖରୁ ୧ ଟନ ୨୫ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି।

ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଗଞ୍ଜେଇ ବାହାରକୁ ଚାଲାଣ କରିବା ପାଇଁ ଏମ୍ ଭି ୭୩ ଗ୍ରାମ ପାଖରେ ଗଚ୍ଛିତ କରି ରଖାଯାଇଥିଲା। ଏଥିରେ କେହି ଗିରଫ ହୋଇ ନଥିବା ବେଳେ ଏନଡିପିଏସ ଆକ୍ଟ ୧୯୩/୨୦୨୬ ରେ ଏକ ମାମଲା ରୁଜୁ କରି କାଲିମେଳା ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *