ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ବଣାଇ ବନଖଣ୍ଡ ର ସଫଳତା ଅଭିଯୁକ୍ତ ଗିରଫ,ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନବିଭାଗ

ବଣାଇ ବନଖଣ୍ଡ ର ସଫଳତା ଅଭିଯୁକ୍ତ ଗିରଫ,ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନବିଭାଗ – ସମୀକ୍ଷା ଖବର

ବିନୟ ସାହୁ / ବଣେଇ ସବ୍ ଡିଭିଜନ ରିପୋର୍ଟର /ସମୀକ୍ଷା ନ୍ୟୁଜ:

ବଣାଇଗଡ଼ ୧/୯ସୋମବାର ଏକ ବଜ୍ରକାପ୍ତା ଚୋରା ଚାଲାଣ ର଼୍ୟାକେଟରେ ସମ୍ପୃକ୍ତ ଜଣେ ଚାଲାଣକାରୀଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ବଣାଇଁ ବନବିଭାଗ। ଗିରଫ ଅଭିଯୁକ୍ତ ହେଲେ ଲହୁଣୀପଡ଼ା ଥାନା ଅନ୍ତର୍ଗତ ମହୁଲତା ଗ୍ରାମର ରଇବୁ ମୁଣ୍ଡା (୪୧)। ଉଦ୍ଧାର ବଜ୍ରକାପ୍ତାଟି ୩ ଫୁଟ୍‌ ଲମ୍ବର ହୋଇଥିବାବେଳେ ଓଜନ ୩,୫୦୦ କିଗ୍ରା ହେବ। ଏନେଇ ବନବିଭାଗ ରଇବୁ
ବିରୋଧରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ସପ୍ତାହ ପୂର୍ବରୁ ବଣାଇଁ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ନିକଟକୁ ବିଶେଷ ସୂତ୍ରରୁ ବଜ୍ରକାପ୍ତା ଚୋରା ଚାଲାଣ ନେଇ ଖବର ଆସିଥିଲା। ତତ୍ପରତା ଦେଖାଇଥିଲା ବନବିଭାଗ, ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ସହକାରୀ ବନ ସଂରକ୍ଷକ ସୁମିତ୍ ମହାନ୍ତି ଏବଂ ଦୁର୍ଯ୍ୟୋଧନ ଜେରେଇ ଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଗଠନ କରାଯାଇ ଗୁପ୍ତ ଭାବରେ ତଦନ୍ତ ଆରମ୍ଭ କରିଥିଲା ବନବିଭାଗ। ସୋମବାର ଏକ ମାରୁତି ଏର୍ଟିଗା କାରରେ ମୁଖ୍ୟ ଅଭିଯୁକ୍ତ ଯାଉଥିବା ବେଳେ ୧୪୩ ନମ୍ବର ଜାତୀୟ ରାଜପଥର କେନାଭେଟା ନିକଟରେ ଅଟକାଇ ପଚରାଉଚରା କରିବା ପରେ ସବୁସତ କଥା ମାନି ଥିଲା ଅଭିଯୁକ୍ତ ରଇବୁ।

ବଣାଇ ବନଖଣ୍ଡ ର ସଫଳତା ଅଭିଯୁକ୍ତ ଗିରଫ,ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନବିଭାଗ – ସମୀକ୍ଷା

ବଜ୍ରକାପ୍ତା କୁ ମହୁଲତା ଗ୍ରାମର ଏକ ଚାଷ ଜମିରେ ଲୁଚାଇ ରଖିଥିବା ବେଳେ ଉକ୍ତ ଟିମ୍ ଆସାମୀକୁ ନେଇ ଠିକଣା ସ୍ଥାନରୁ ବଜ୍ରକାପ୍ତା କୁ ଉଦ୍ଧାର କରିଥିଲା। ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ଅଭିଯୁକ୍ତ ରଇବୁ କୁ ଗିରଫ କରି ତଦନ୍ତ ପରେ କୋର୍ଟ ଚାଲାଣ କରିଛି ବନବିଭାଗ। ଆଜି ଏନେଇ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ କାର୍ଯ୍ୟାଳୟ ପରିସରରେ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଥିବା ବେଳେ ଏହି ଚୋରା ଚାଲାଣରେ ଅଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ସନ୍ଦେହ ଥିବାରୁ ତଦନ୍ତ କୁ ଆହୁରି ବ୍ୟାପକ କରାଯିବ ବୋଲି ଅଧିକାରୀ କହିଛନ୍ତି।
ଉକ୍ତ ଚଢ଼ାଉରେ ବଣାଇଁ ରେଞ୍ଜ ଅଧିକାରୀ ଦେବାଶିଷ ନାୟକ,କୁଳିପୋଷ ରେଞ୍ଜ ଅଧିକାରୀ ଶିବ ନାରାୟଣ ବେହେରା, ବନପାଳ ଜ୍ଞାନ ରଞ୍ଜନ ମହାନ୍ତି, ବନପାଳ ଅମିତ ବେହେରା, ଉତ୍କଳ କେଶରୀ ରାଉତ ଙ୍କ ସମେତ ରାପିଡ ରେସ୍ପନ୍ସ ଟିମ୍ ସାମିଲ

ବଣାଇ ବନଖଣ୍ଡ ର ସଫଳତା ଅଭିଯୁକ୍ତ ଗିରଫ,ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନବିଭାଗ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କେନ୍ଦୁଝର:କ୍ଷେତ୍ରୀୟ ଆଥଲେଟିକ୍ସରେ ତୁରୁମୁଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସଫଳତା