ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ପରଜଙ୍ଗ:ପୋଖରୀ ରେ ବୁଡି ଜଣେ ମୃତ

ପରଜଙ୍ଗ:ପୋଖରୀ ରେ ବୁଡି ଜଣେ ମୃତ – ସମୀକ୍ଷା ଖବର


ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ:

ପରଜଙ୍ଗ ୧୧/୦୯ ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧୀନ ସାନ୍ଦା ଫାଣ୍ଡି ଅନ୍ତର୍ଗତ ରୋଡ ପଞ୍ଚାୟତ ଗଇଲୋ ଗ୍ରାମରେ ଘଟି ଯାଇଛି ଏକ ଦୁଃଖଦ ଘଟଣା। ସୂଚନା ଅନୁଯାୟୀ ଗଇଲୋ ଗ୍ରାମର ବୈଷ୍ଣବ ସାହୁ ଙ୍କ ପୁତ୍ର ଭୀମସେନ ସାହୁ (୫୫) ଆଜି ଦିନ ୧୧ ଘଟିକା ସମୟରେ ଗାଁ ର ପ୍ରଧାନ ବନ୍ଧ କୁ ଗାଧୋଇବା ପାଇଁ ଯାଇଥିବା ବେଳେ ଗୋଡ ଖସି ଯିବାରୁ ଗଭୀର ଜଳ ରେ ବୁଡି ଯାଇଥିଲେ।ଫେରିବା ବିଳମ୍ୱ ହେବାରୁ ପରିବାର ଲୋକେ ପୋଖରୀ ରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ସାନ୍ଦା ଫାଣ୍ଡି ଅଧିକାରୀ ଅନନ୍ତ ମାଝି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ।

ପରଜଙ୍ଗ:ପୋଖରୀ ରେ ବୁଡି ଜଣେ ମୃତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଲୋକେଶ୍ୱର ପୁର ରାସ୍ତା, ଡ୍ରେନେଜ ଓ ଆଲୋକକରଣ ସମସ୍ୟା ; ଜବରଦଖଲ ଉଚ୍ଛେଦ ସହ ସ୍ଥାୟୀ ସମାଧାନ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ