ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ବରଗଡ଼ରେ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ପ୍ରକାଶ,ଜିଲ୍ଲାରେ ମୋଟ ଭୋଟର ୧୧.୧୧ ଲକ୍ଷ

ବରଗଡ଼ରେ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ପ୍ରକାଶ,ଜିଲ୍ଲାରେ ମୋଟ ଭୋଟର ୧୧.୧୧ ଲକ୍ଷ – ସମୀକ୍ଷା ଖବର

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ :

ବରଗଡ଼ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆର୍‌ଇଆର୍‌) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା – ୨୦୨୬ , ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଏହି ଉଦ୍ଦେଶ୍ୟରେ ଆୟୋଜିତ ଏକ ବୈଠକରେ ବରଗଡ଼ ଅତିରିକ୍ତ ଜିଲ୍ଳାପାଳ ତଥା ଅତିରିକ୍ତ ଜିଲ୍ଳା ନିର୍ବାଚନ ଅଧିକାରୀ ଶ୍ରୀ ମହେନ୍ଦ୍ର ମହାପାତ୍ର ଚୂଡ଼ାନ୍ତ ଭୋଟର ତାଲିକା ଉନ୍ମୋଚନ କରିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଳାପାଳ (ସାଧାରଣ) ମଧୁଛନ୍ଦା ସାହୁ, ଡେପୁଟି କଲେକ୍ଟର ସୂର୍ଯ୍ୟମଣି ଭୋଇ, ଏଚ. ଆର.ଏମ.ଏସ. ସଂଯୋଜକ ଶ୍ରୀକାନ୍ତ ତ୍ରିପାଠୀ ଏବଂ ଭାରତୀୟ ଜାତୀୟ କଂଗ୍ରେସ, ଆମ୍‌ ଆଦ୍‌ମୀ ପାର୍ଟି, ଭାରତୀୟ ଜନତା ପାର୍ଟି, ବିଜୁ ଜନତା ଦଳ ଆଦି ରାଜନୈତିକଦଳର ପ୍ରତିନିଧିମାନେ ଉପସ୍ଥିତ ରହି ଏହି ଭୋଟର ତାଲିକା ସମ୍ପର୍କରେ ନିଜ ନିଜର ମତାମତ ରଖିଥିଲେ।

ବରଗଡ଼ରେ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ପ୍ରକାଶ,ଜିଲ୍ଲାରେ ମୋଟ ଭୋଟର ୧୧.୧୧ ଲକ୍ଷ – ସମୀକ୍ଷା

ବରଗଡ଼ ଜିଲ୍ଳାର ସମୁଦାୟ ୫ଟି ନିର୍ବାଚନ ମଣ୍ଡଳୀରେ ମୋଟ ୧୬୭୦ ଭୋଟଦାନ କେନ୍ଦ୍ର ଥିବାବେଳେ ଲିଙ୍ଗାନୁପାତ ୯୬୯.୧୫ ରହିଅଛି ଏବଂ ଭୋଟରଙ୍କ ସଂଖ୍ୟା ହେଉଛି ୧୧,୧୧,୯୪୨ । ତନ୍ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୫,୬୪,୬୬୬ ହୋଇଥିବାବେଳେ ମହିଳା ଭୋଟରଙ୍କର ସଂଖ୍ୟା ୫,୪୭,୨୪୭ ଏବଂ ତୃତୀୟ ଲିଙ୍ଗ ଭୋଟରଙ୍କର ସଂଖ୍ୟା ୨୮ ଅଟେ । ତା. ୦୫.୦୭.୨୦୨୬ ରେ ପ୍ରକାଶିତ ଚିଠା ଭୋଟର ତାଲିକା ତୁଳନାରେ ଚୂଡ଼ାନ୍ତ ଭୋଟର ତାଲିକାରେ ଭୋଟରଙ୍କ ସଂଖ୍ୟା ୫,୦୬୬ ବୃଦ୍ଧି ପାଇଛି।

ବରଗଡ଼ରେ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ପ୍ରକାଶ,ଜିଲ୍ଲାରେ ମୋଟ ଭୋଟର ୧୧.୧୧ ଲକ୍ଷ – ସମୀକ୍ଷା

ପ୍ରକାଶଥାଉ କି, ଚିଠା ତାଲିକାରେ ମୋଟ ଭୋଟରଙ୍କ ସଂଖ୍ୟା ୧୧,୦୬,୮୭୬ ରହିଥିଲା। ଯେକୌଣସି ବ୍ୟକ୍ତି ନିଜ ନାମ କିମ୍ବା କୌଣସି ସମ୍ପର୍କୀୟଙ୍କ ନାମ ଭୋଟର ତାଲିକାରେ ଯାଞ୍ଚ କରିବା ପାଇଁ ଚାହିଁଲେ ନିମ୍ନୋକ୍ତ ମାଧ୍ୟମରେ କରିପାରିବେ , ଯଥା: – electoralsearch.eci.gov.in
voters.eci.gov.in
eci.gov.in

ବରଗଡ଼ରେ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ପ୍ରକାଶ,ଜିଲ୍ଲାରେ ମୋଟ ଭୋଟର ୧୧.୧୧ ଲକ୍ଷ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଝାରସୁଗୁଡା ପୌର ପରିଷଦର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ,୧୧୧.୯୩ ଲକ୍ଷ ଟଙ୍କା ଖତ ଖାଉଛି:୧୮ ବର୍ଷ ଧରି ହୋଲ୍ଡିଂ ପୁନଃମୂଲ୍ୟାୟନ ନାହିଁ