ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ମୁରିବାହାଲ ବ୍ଲକରେ ଶିକ୍ଷା ସଚେତନତା ରଥର ସଫଳ ପରିଭ୍ରମଣ

ମୁରିବାହାଲ ବ୍ଲକରେ ଶିକ୍ଷା ସଚେତନତା ରଥର ସଫଳ ପରିଭ୍ରମଣ – ସମୀକ୍ଷା ଖବର

ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ:

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚଳିତ ଶିକ୍ଷାବର୍ଷ ୨୦୨୬-୨୭ର ଉଲ୍ଲାସ (ଏନଆଇଏଲପି) ଅଧୀନରେ ଶିକ୍ଷା ସଚେତନତା ରଥର ସଫଳ ପରିଭ୍ରମଣ ମୁରିବାହାଲ ବ୍ଲକର ବିଭିନ୍ନ ପଞ୍ଚାୟତ ତଥା ବଡ଼ସାଇମରା, ବାନ୍ଦୁପଲା, ରେଙ୍ଗାଲି, ଗୁଡ଼ିଘାଟ, ମୁରିବାହାଲ କ୍ଲଷ୍ଟର ଓ ପାଖ ଆଖର ଅନେକ ଗ୍ରାମାଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି। ସେହିପରି ପୂର୍ବ ଦିନ ହଳଦୀ, ବିଟାବନ୍ଧ, ସିରୋଲ କ୍ଲଷ୍ଟର ଅଧୀନସ୍ଥ ବିଭିନ୍ନ ଗ୍ରାମଗୁଡ଼ିକରେ ଏହି ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ସଚେତନତା ରଥ ପରିଭ୍ରମଣ କରିଥିଲା।

ମୁରିବାହାଲ ବ୍ଲକରେ ଶିକ୍ଷା ସଚେତନତା ରଥର ସଫଳ ପରିଭ୍ରମଣ – ସମୀକ୍ଷା

ଏହି ସଚେତନତା ରଥ ମାଧ୍ୟମରେ ବୟସ୍କ ନିରକ୍ଷର ବ୍ୟକ୍ତିମାନଙ୍କୁ ସାକ୍ଷରତାର ମହତ୍ତ୍ୱ, ଉଲ୍ଲାସ-ଏନଆଇଏଲପି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ଏଫଏଲଏନଏଟିରେ ଅଂଶଗ୍ରହଣ ପାଇଁ ସଚେତନ କରାଯାଇଥିଲା। ରଥ ପରିଭ୍ରମଣ ସମୟରେ ସାଧାରଣ ଜନତାଙ୍କୁ ଶିକ୍ଷାର ଆଲୋକ ପ୍ରତ୍ୟେକ ଘରେ ପହଞ୍ଚାଇବା ଓ ଆଜୀବନ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବାର ବାର୍ତ୍ତା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଏବିଇଓ କମ୍ ବିଆରସି କୋଦଣ୍ଡଧର ଭୋଇ, ଏବିଇଓ କାନ୍ତାରାମ ଧରୁଆ, ସମସ୍ତ ସିଆରସିସି, ପ୍ରଧାନ ଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ, ସ୍ୱେଚ୍ଛାସେବୀ ଓ ଉଲ୍ଲାସ କର୍ମୀମାନଙ୍କ ସକ୍ରିୟ ସହଯୋଗ ଉଲ୍ଲେଖନୀୟ ରହିଥିଲା। ବ୍ଲକର ବିଭିନ୍ନ ଅଞ୍ଚଳରେ ରଥକୁ ଜନସାଧାରଣଙ୍କ ପକ୍ଷରୁ ଉତ୍ସାହପୂର୍ଣ୍ଣ ସ୍ୱାଗତ ମିଳିଥିଲା ଏବଂ ସାକ୍ଷର ଭାରତ ଗଠନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା।

ମୁରିବାହାଲ ବ୍ଲକରେ ଶିକ୍ଷା ସଚେତନତା ରଥର ସଫଳ ପରିଭ୍ରମଣ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମୁରିବାହାଲ:ଅଧାପନ୍ତିଆ କାମ କରି ପଡ଼ିରହିଛି ପାଣିଟାଙ୍କି , ଜଳକଷ୍ଟରେ ଗୋଇମୁଣ୍ଡ ଗ୍ରାମବାସୀ