ସନ୍ତୋଷ କୁମାର ପଟ୍ଟନାୟକ /ଟିଟିଲାଗଡ/ସମୀକ୍ଷା ନ୍ୟୁଜ:
ଟିଟିଲାଗଡ ସମୀକ୍ଷା ନ୍ୟୁଜ ସନ୍ତୋଷ କୁମାର ପଟ୍ଟନାୟକ)ଆଜି ପଞ୍ଚାୟତ ହାଇସ୍କୁଲ, ନରେନଠାରେ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (OSSTA) ଟିଟିଲାଗଡ଼ ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି, ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା, ସରକାରୀ ନୀତି ଏବଂ ଆଗାମୀ ସାଙ୍ଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଗଭୀର ଆଲୋଚନା କରାଯାଇଥିଲା।

ଗତ ସେପ୍ଟେମ୍ବର ୧୨ ତାରିଖରେ ଏହି ସ୍କୁଲ ପରିସରରେ ଅନୁଷ୍ଠିତ ଏକ ଗୌରବମୟ ସମାରୋହରେ ଟିଟିଲାଗଡ଼ OSSTA ର ନୂତନ କାର୍ଯ୍ୟକାରିଣୀ କମିଟି ଗଠନ ହୋଇଥିଲା। ଏହି ସଭାରେ ସଂଘର ନୂତନ କର୍ମକର୍ତ୍ତାମାନଙ୍କୁ ଆନୁଷ୍ଠାନିକ ଭାବେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ସଭାପତି: ଶ୍ରୀ ପ୍ରୀତିବାସ ପୁଟେଲ,ସମ୍ପାଦକ: ଶ୍ରୀ ଗୋବର୍ଧନ ସାହୁ,ଉପ-ସଭାପତି: ଶ୍ରୀମତୀ ଜୁଲୟନ୍ତୀ ସାହୁ,ଯୁଗ୍ମ ସମ୍ପାଦକ: ଶ୍ରୀମତୀ ସୁମିତା ରଥ,ରାଜ୍ୟ ପରିଷଦ ସଦସ୍ୟ (State Council Member): ଶ୍ରୀ ପୁଣ୍ୟବନ୍ତ ସାହୁ ଓ ଶ୍ରୀ ବଳବନ୍ତ ରାୟ,ଆଜିର ସଭାରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ ଯେ OSSTA କେବଳ ଏକ ଶିକ୍ଷକ ସଂଗଠନ ନୁହେଁ, ବରଂ ଶିକ୍ଷକମାନଙ୍କ ଅଧିକାର, ମର୍ଯ୍ୟାଦା ଏବଂ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ କାର୍ଯ୍ୟରତ ଏକ ଶକ୍ତିଶାଳୀ ମଞ୍ଚ। ଏହା ଶିକ୍ଷକମାନଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ପାଇଁ ନିରନ୍ତର ପ୍ରୟାସ କରିଆସୁଛି। ନୂତନ କର୍ମକର୍ତ୍ତାମାନେ ସଂଘର ଐତିହ୍ୟକୁ ଅକ୍ଷୁଣ୍ଣ ରଖି ଶିକ୍ଷକ ସମାଜର କଲ୍ୟାଣ ଏବଂ ଶିକ୍ଷାର ମାନବୃଦ୍ଧି ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବାର ଦୃଢ଼ ସଂକଳ୍ପ ପ୍ରକାଶ କରିଥିଲେ। ସଭାରେ ଉପସ୍ଥିତ ସମସ୍ତ ସଦସ୍ୟ ନୂତନ ନେତୃତ୍ୱ ପ୍ରତି ଆସ୍ଥା ପ୍ରକାଶ କରି ସଂଘକୁ ଆହୁରି ସଶକ୍ତ କରିବା ପାଇଁ ସହଯୋଗର ଆହ୍ୱାନ କରି ଥିଲେ






