ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ବିକାଶ ନଗର, ରାଇରଙ୍ଗପୁର ଠାରେ ୟୁନିଟ୍ ରନ୍ କ୍ୟାଣ୍ଟିନ୍‌ (URC)ର ଶୁଭାରମ୍ଭ

ବିକାଶ ନଗର, ରାଇରଙ୍ଗପୁର ଠାରେ ୟୁନିଟ୍ ରନ୍ କ୍ୟାଣ୍ଟିନ୍‌ (URC)ର ଶୁଭାରମ୍ଭ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ବଡ଼ସାହି/ସମୀକ୍ଷା ନ୍ୟୁଜ:
୨୨/୦୯/୨୬ – ସେନାବାହିନୀର ଅବସରପ୍ରାପ୍ତ ଓ କାର୍ଯ୍ୟରତ ସେନାକର୍ମୀ, ପୂର୍ବତନ ସେନାକର୍ମୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ସୁବିଧା ନିମନ୍ତେ ରାଇରଙ୍ଗପୁରର ବିକାଶନଗର ଠାରେ ଚଳିତ ୨୪ ସେପ୍ଟେମ୍ବର, ଗୁରୁବାର ଏକ ୟୁନିଟ ରନ କ୍ୟାଣ୍ଟିନ୍‌(ୟୂ ଆର ସି )ର ଶୁଭ ଉଦ୍‌ଘାଟନ ହେବା ନେଇ ସୂଚନା ମିଳିଛି । ଏହି ଅବସରରେ ମଙ୍ଗଳବାର ଏକ ଆୟୋଜିତ ସମ୍ମିଳନୀରେ ପୂର୍ବତନ ସେନାବାହିନୀ ଅଧିକାରୀ ମେଜର ଦେବେନ୍ଦ୍ର ନାଥ ଦାସ ସୂଚନା ଦେଇ କହିଲେ ଯେ, ଉକ୍ତ ଉଦ୍‌ଘାଟନୀ ଉତ୍ସବରେ ସେନାବାହିନୀର ଅଧିକାରୀ, ପୂର୍ବତନ ସେନାକର୍ମୀ, ସ୍ଥାନୀୟ ପ୍ରଶାସନର ଅଧିକାରୀ, ବିଭିନ୍ନ ବିଭାଗର ପ୍ରତିନିଧି ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ସାମିଲ ହେବେ । ରାଇରଙ୍ଗପୁର ଅଞ୍ଚଳରେ ୟୁନିଟ୍ ରନ୍ କ୍ୟାଣ୍ଟିନ୍‌ର ଶୁଭାରମ୍ଭ ସେନାକର୍ମୀ ଓ ପୂର୍ବତନ ସେନାକର୍ମୀଙ୍କ କଲ୍ୟାଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ସୁବିଧା ଭାବେ ପରିଗଣିତ ହେବ ଏବଂ ତାଙ୍କ ଦ୍ବାରା ପ୍ରତିଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ସଂଗ୍ରହ ପାଇଁ ଆଉ ଦୂରକୁ ଯିବାର ଆବଶ୍ୟକତା ପଡିବନାହିଁ ।

ବିକାଶ ନଗର, ରାଇରଙ୍ଗପୁର ଠାରେ ୟୁନିଟ୍ ରନ୍ କ୍ୟାଣ୍ଟିନ୍‌ (URC)ର ଶୁଭାରମ୍ଭ – ସମୀକ୍ଷା

ଏହି କ୍ୟାଣ୍ଟିନ୍ ସ୍ଥାପନ ଦ୍ୱାରା ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ସହ ରାଇରଙ୍ଗପୁର ତଥା ଏହାର ଆଖପାଖ ଅଞ୍ଚଳରେ ରହୁଥିବା ସେନାକର୍ମୀ, ପୂର୍ବତନ ସେନାକର୍ମୀ ଏବଂ ସେମାନଙ୍କ ପରିବାରବର୍ଗ ଆବଶ୍ୟକୀୟ କ୍ୟାଣ୍ଟିନ୍ ସାମଗ୍ରୀ ପାଇବାରେ ଅଧିକ ସୁବିଧା ପାଇପାରିବେ । ଏହି କ୍ୟାଣ୍ଟିନ ରାଇରଙ୍ଗପୁର ସହରର ବିକାଶ ନଗର ସ୍ଥିତ ସ୍ୱଜଳ ଧାରା ଗୃହ ଠାରେ ଶୁଭ ଉନ୍ମୋଚନ ହେବ । ଗୁରୁବାର, ସକାଳ ୯ ଘଟିକା ସମୟରେ ଛତିଶଗଡ଼ ଓ ଓଡିଶା ସବ ଏରିଆର କମାଣ୍ଡର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିବେ । ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ସମ୍ମିଳନୀରେ କ୍ୟାପଟେନ ଗୁରୁ ଚରଣ ହେମ୍ବ୍ରମ, ଫ୍ଲାୟିଙ୍ଗ ଅଫିସର ଜୟ ନାରାୟଣ ବେହେରା ଓ ସୁବେଦାର ମେଜର ପ୍ରଶାନ୍ତ କୁମାର ଗିରି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ରହିଥିଲେ । ଉକ୍ତ ଖବରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସି ପ୍ରକାଶ ପାଇଛି ।

ବିକାଶ ନଗର, ରାଇରଙ୍ଗପୁର ଠାରେ ୟୁନିଟ୍ ରନ୍ କ୍ୟାଣ୍ଟିନ୍‌ (URC)ର ଶୁଭାରମ୍ଭ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କପ୍ତିପଦାରେ କେନାଲ୍ ପାଣିରେ ବୁଡ଼ି ଯୁବକ ମୃତଦେହ ଉଦ୍ଧାର