ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ବିଧାୟକ ଟଙ୍କଧରଙ୍କ ବାସଭବନରେ ନୂଆଁଖାଇ ଭେଟଘାଟ

ବିଧାୟକ ଟଙ୍କଧରଙ୍କ ବାସଭବନରେ ନୂଆଁଖାଇ ଭେଟଘାଟ – ସମୀକ୍ଷା ଖବର

“ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ଓ ପାରମ୍ପରିକ ଖାଦ୍ୟରେ ମହକିଲା ପରିବେଶ”

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା

ଝାରସୁଗୁଡା, ୨୩/୯ : ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ବୁଧବାର ମହାସମାରୋହରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଛି l ରଙ୍ଗାରଙ୍ଗ ସାଂସ୍କୃତିକ ପରିବେଷଣ ସାଙ୍ଗକୁ ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ଓ ପାରମ୍ପରିକ ଖାଦ୍ୟ ଏହି ଆୟୋଜନର ମୁଖ୍ୟ ଆକର୍ଷଣ ପାଲଟିଥିଲା l
କଣ୍ଠଶିଳ୍ପୀ ଦିଲୀପ କୁମାର ଦୀପ ଓ ସାଥୀଙ୍କ ସଂଗୀତ ପରିବେଷଣ ସହ ସମ୍ବଲପୁରୀ ନୃତ୍ୟର ତାଳେ ତାଳେ ଉପସ୍ଥିତ ମନ୍ତ୍ରୀ, ବିଧାୟକ ଓ ଅତିଥିମାନଙ୍କ ନୃତ୍ୟ ପରିବେଶକୁ ଉତ୍ସବମୁଖର କରିଥିଲା l ଏହି ଅବସରରେ ବିଧାୟକ ଶ୍ରୀ ତ୍ରିପାଠୀ ଉପସ୍ଥିତ ମନ୍ତ୍ରୀ, ବିଧାୟକ ଓ ଅତିଥିମାନଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଥିଲେ l

ବିଧାୟକ ଟଙ୍କଧରଙ୍କ ବାସଭବନରେ ନୂଆଁଖାଇ ଭେଟଘାଟ – ସମୀକ୍ଷା

ନୂଆଁଖାଇ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ହୋଇଥିବା ବେଳେ ଏହା ମାଟି, ମା’ ଓ ସଂସ୍କୃତି ସହ ଓତପ୍ରୋତ ଭାବେ ଜଡ଼ିତ l ଏହି ପର୍ବ ଭାଇଚାରା, ଏକତା ଓ ସୌହାର୍ଦ୍ଦ୍ୟକୁ ଆହୁରି ସୁଦୃଢ଼ କରେ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ ମତ ରଖିଥିଲେ l ଭେଟଘାଟରେ ପଶ୍ଚିମ ଓଡ଼ିଶାର ପାରମ୍ପରିକ ଖାଦ୍ୟ ସରସତିଆ, ଚାଉଳ ବରା, ଆରିସା ପିଠା, ରସବରା ସମେତ ବିଭିନ୍ନ ବ୍ୟଞ୍ଜନ ପରିବେଷଣ କରାଯାଇଥିଲା l କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ, ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭୁବନେଶ୍ୱର ବିଧାୟକ ବାବୁ ସିଂ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ବିଜେପୁର ବିଧାୟକ ସନତ ଗଡ଼ତିଆ, ପାରଳାଖେମୁଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସମେତ ବିଜେଡି ନେତା ଅରୁଣ ସାହୁ, ବ୍ୟୋମକେଶ ରାୟ, ବର୍ଷାରାଣୀ ସିଂ ବରିହା, ସାରଦା ପ୍ରସାଦ ନାୟକ, କଂଗ୍ରେସର ସୋଫିଆ ଫିର୍ଦୋସ, ମଙ୍ଗଲୁ ଖିଲା ପ୍ରମୁଖଙ୍କ ସହ ବିଭିନ୍ନ ଦଳର ୧୦୦ ରୁ ଅଧିକ ବିଧାୟକ ଓ ନେତୃବୃନ୍ଦ ସାମିଲ ହୋଇଥିଲେ l

ବିଧାୟକ ଟଙ୍କଧରଙ୍କ ବାସଭବନରେ ନୂଆଁଖାଇ ଭେଟଘାଟ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସୁନାବେଡ଼ାରେ ୬୦ ଦିନିଆ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କର ମେଗା ଡ୍ରାଇଭ୍‌: ଗ୍ରାମ୍ୟ ଆଇନ ସହାୟତା କେନ୍ଦ୍ର ଉଦ୍‌ଘାଟିତ