ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ବଡ଼ସାହି ଆମ୍ବଡାଳିରେ ହନୁମାନଙ୍କ ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ

ବଡ଼ସାହି ଆମ୍ବଡାଳିରେ ହନୁମାନଙ୍କ ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ

ବଡ଼ସାହି, ୨୪/୯/୨୬ – ଚାରି ଯୁଗର ଦେବତା ଶ୍ରୀହନୁମାନ ।ସତ୍ୟଯୁଗରେ ସ୍ବୟଂ ଶିବ, ତ୍ରେତୟାରେ ହନୁମାନ, ଦ୍ବାପରର କପିଧ୍ବଜ ତଥା କଳିରେ ଯେଉଁଠି ରାମ ନାମ କୀର୍ତ୍ତନ ହୁଏ ସେଠାରେ ସେ ସ୍ବୟଂ ପ୍ରକଟ ହୋଇ ରାମନାମ ଶ୍ରବଣ କରନ୍ତି । ହନୁମାନଙ୍କୁ ସ୍ମରଣ କରିବା ଓ ତାଙ୍କ ଚାଳିଶାମନ୍ତ୍ରକୁ ଯିଏ ନୈତିକ ଧ୍ୟାନଜପ କରନ୍ତି ତାଙ୍କୁ ସବୁ ସମସ୍ୟାରୁ ମୁକ୍ତି ଓ ଉଦ୍ଧାର କରିଥାନ୍ତି ହନୁମାନ ବୋଲି ସମସ୍ତ ହନୁମାନ ଭକ୍ତଙ୍କ ଅତୁଟ ବିଶ୍ବାସ ରହିଥାଏ । ତାଙ୍କ ଭଳି ପ୍ରଭୁଭକ୍ତ ଅଦ୍ଵିତୀୟ, ଏହିଭଳି ଏକ ମନୋଭାବ ନେଇ ଆମ୍ବଡାଳିସ୍ଥ ସାର୍ବଜନୀନ ପଡିଆରେ ଏକ ବିଶାଳ ହନୁମାନଙ୍କ ମୂର୍ତ୍ତି ଗଢାଯାଇ ଗୁରୁବାର ତାର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।

ବଡ଼ସାହି ଆମ୍ବଡାଳିରେ ହନୁମାନଙ୍କ ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ – ସମୀକ୍ଷା

ଖବର ଅନୁଯାୟୀ ବଡ଼ସାହି ବ୍ଲକର ଆମ୍ବଡାଳି ସାର୍ବଜନୀନ ଲକ୍ଷ୍ମୀପୂଜା କମିଟି ଚଳିତବର୍ଷ ୧୭ତମ ଲକ୍ଷ୍ମୀପୂଜା ନେଇ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ଲକ୍ଷ୍ମୀପୂଜା ଅଞ୍ଚଳରେ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଭାବେ ମଧ୍ୟ ଆଖ୍ୟା ପାଇଅଛି । କମିଟିର ସଦସ୍ୟ ସଂଖ୍ୟା ମଧ୍ୟ ଶହେ ଉପରକୁ । ଲକ୍ଷ୍ମୀଙ୍କ କୃପା ମିଳୁଥିବା ବିଶ୍ବାସ କ୍ରମେ ଓ ଏକ ମନୋଭାବ ନେଇ ଆଜି ପର୍ଯ୍ୟନ୍ତ କମିଟି ଅଞ୍ଚଳ ବିକାଶ ପାଇଁ ମଧ୍ୟ ସର୍ବଦା ଚେଷ୍ଟା କରିଚାଲିଛି । ଦୂରଦୂରାନ୍ତରେ ଚାକିରୀ ବା ଅନ୍ୟାନ୍ୟ କ୍ଷେତ୍ରରେ ନିଯୁକ୍ତ ଆଞ୍ଚଳିକ ବାସିନ୍ଦାଙ୍କୁ ଛାଡି ବନ୍ଧୁବାନ୍ଧବ, ଏମିତିକି ସ୍ଥାନୀୟ ଗରିବ ଦିନ ମଜୁରିଆ ସମୂହ ମଧ୍ୟ ଉକ୍ତ କମିଟିର ଆୟୋଜିତ କାର୍ଯ୍ୟକ୍ରମକୁ ସୁନ୍ଦର କରିବା ପାଇଁ ଶ୍ରମଦାନ ସହ ସହଯୋଗ କରୁଥିବା କମିଟି ଏକତାକୁ ପ୍ରମାଣ କରିଛି । କମିଟି ଗୃହ ପାଖରେ ପ୍ରତିଦିନ ଉପସ୍ଥିତ ସଦସ୍ୟ ଅଞ୍ଚଳବାସୀଙ୍କ ସୁବିଧା ଅସୁବିଧା ଆଲୋଚନା କରିଥାନ୍ତି ଓ ଅସୁବିଧାରେ ସାହାଯ୍ୟର ହାତ ବଢ଼ାଇଥାନ୍ତି ।

ବଡ଼ସାହି ଆମ୍ବଡାଳିରେ ହନୁମାନଙ୍କ ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ – ସମୀକ୍ଷା

ସେହିଭଳି ଏକତାବଦ୍ଧ ଆଲୋଚନା କ୍ରମେ ଲକ୍ଷ୍ମୀ ଓ ହନୁମାନଙ୍କ ନିଆରା ଭକ୍ତି ଓ ସେବାର ସମ୍ପର୍କ ମନୋଭାବରେ କମିଟି ୨ଲକ୍ଷ ୫୦ହଜାର ଅର୍ଥରାଶିରେ ନିର୍ମିତ ୨୦ଫୁଟ ଉଚ୍ଚତାର ଏକ ହନୁମାନ ମୂର୍ତ୍ତି ସ୍ଥାପନ କରି ଆଜି ତାର ପ୍ରତିଷ୍ଠା କାର୍ଯ୍ୟକ୍ରମ ରଖିଛନ୍ତି । ହନୁମାନଙ୍କ ପାଇଁ ମହାଲକ୍ଷ୍ମୀ ମାତା ସମାନ। କୁହାଯାଏ ଯେ ହନୁମାନ ପୂଜା କଲେ ଲକ୍ଷ୍ମୀଙ୍କ କୃପା ଆପେ ଆପେ ପ୍ରାପ୍ତ ହୋଇଥାଏ । ପୁଣି ଲୋକକଥା ଓ ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମର କାରଣ ଦର୍ଶାଇ କମିଟି ସଦସ୍ୟଙ୍କ ମତରେ ଲକ୍ଷ୍ମୀ ଧନ ଓ ସମୃଦ୍ଧିର ଦେବୀ ଏବଂ ହନୁମାନ ହେଉଛନ୍ତି ଶକ୍ତି ଓ ଭକ୍ତିର ପ୍ରତୀକ । ହନୁମାନଙ୍କୁ ପୂଜା କଲେ ସଙ୍କଟ ଦୂର ହୁଏ ଏବଂ ମା’ ଲକ୍ଷ୍ମୀ ସ୍ଥିର ହୋଇ ରୁହନ୍ତି ବୋଲି ବିଶ୍ୱାସ ଥିବା ତଥା ଦୁହିଁଙ୍କ କୃପା ସମିଶ୍ରଣରେ ସୁଖସମୃଦ୍ଧି ପ୍ରାପ୍ତି ହେଉଥିବା ପ୍ରକାଶ କରି ହନୁମାନ ମୂର୍ତ୍ତି କରିବାକୁ କମିଟି ସଦସ୍ୟ ପ୍ରସ୍ତାବ ଆଣି କାର୍ଯ୍ୟରମ୍ଭ କରିଥିଲେ । ମୂର୍ତ୍ତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଗୁରୁବାର ଏହି ପ୍ରତିଷ୍ଠା କାର୍ଯ୍ୟ ସକାଳ ୮ଘଟିକାରୁ ଆରମ୍ଭ ହେବା ସହ ଅପରାହ୍ନରେ ସମସ୍ତ ହନୁମାନ ଭକ୍ତଙ୍କୁ ନିମନ୍ତ୍ରଣ ପୂର୍ବକ ୩ହଜାରରୁ ଅଧିକ ଭକ୍ତଙ୍କ ସମୂହ ପ୍ରସାଦ ସେବନ ବନ୍ଦୋବସ୍ତ ରହିଛି ବୋଲି ଆମ୍ବଡାଳି ଲକ୍ଷ୍ମୀପୂଜା କମିଟି ପ୍ରକାଶ କରିଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟ ସହାୟତା ପ୍ରଦାନ କରୁଥିବାରୁ କମିଟି ତରଫରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

ବଡ଼ସାହି ଆମ୍ବଡାଳିରେ ହନୁମାନଙ୍କ ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଆଇସିୟୁରେ ଝାରସୁଗୁଡ଼ା ପୌର ପରିଷଦ: କର୍ମଚାରୀ ମରୁଡ଼ିରେ ପ୍ରଶାସନିକ ଅଚଳାବସ୍ଥା