ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

କଲ୍ୟାଣସିଂହପୁରରେ ଲଗାଣ ବର୍ଷାର ପ୍ରକୋପ: କାନ୍ଥ ପଡ଼ି ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୩ ଜଣ

କଲ୍ୟାଣସିଂହପୁରରେ ଲଗାଣ ବର୍ଷାର ପ୍ରକୋପ: କାନ୍ଥ ପଡ଼ି ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୩ ଜଣ – ସମୀକ୍ଷା ଖବର

ଅଭିଳାଷ ମହାନନ୍ଦିଆ / କଲ୍ୟାଣସିଂହପୁର / ସମୀକ୍ଷା ନିୟୁଜ୍:
ବିଗତ ତିନି ଦିନ ଧରି ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାତାର ବର୍ଷା ପ୍ରଭାବରେ ବିଭିନ୍ନ ସ୍ଥାନରେ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏକ ବଡ଼ ଧରଣର ଅଘଟଣରୁ ଗୋଟିଏ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କଲ୍ୟାଣସିଂହପୁର ସଦର ସାଇ ନଗର ନିବାସୀ ଲଷ୍ମୀ ନାଗ,ଙ୍କ ମାଟି ତିଆରି କାନ୍ଥଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ସୌଭାଗ୍ୟବଶତଃ ଘରେ ଉପସ୍ଥିତ ଥିବା ଲଷ୍ମୀ ନାଗ, ତାଙ୍କ ଝିଅ ଦିବ୍ୟା ନାଗ, (୨୦) ଏବଂ ପୁଅ ମୁନା ନାଗ ,(୧୬) ଅଳ୍ପକେ ବର୍ତ୍ତି ଯାଇଥିବାରୁ କୌଣସି ଜୀବନହାନି ଘଟିନାହିଁ। ଏହାକୁ ନେଇ ସ୍ଥାନୀୟ ସରପଞ୍ଚ ଏବଂ କଲ୍ୟାଣସିଂହପୁର ବାସିନ୍ଦା ଦୁଃଖ ଦାଇ ଘଟଣା କୁ ନେଇ ପ୍ରଶାସନଙ୍କୁ ଗୁହାରି କଲେ ମଧ୍ୟ ପ୍ରଶାସନ ଅଭଳା ନେଇ ଗ୍ରାମ ବାସୀ କହିଛନ୍ତି।ସେହିପରି ପୁରୁଣା ଭଟା ସାହିର ସାଙ୍ଗନା ୱାଡକା ଏବଂ ନୀଳକଣ୍ଠ ୱା ଡ଼ାକା,ଙ୍କ ଘର ମଧ୍ୟ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଭାବେ ଭାଙ୍ଗି କ୍ଷତିଗ୍ରସ୍ତ ହୋଇଛି।

କଲ୍ୟାଣସିଂହପୁରରେ ଲଗାଣ ବର୍ଷାର ପ୍ରକୋପ: କାନ୍ଥ ପଡ଼ି ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୩ ଜଣ – ସମୀକ୍ଷା


ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ସରପଞ୍ଚ ଗୌତମ ବାର୍ଲି, ସେଠାକୁ ଯାଇ ଘଟଣାସ୍ଥଳ ପରିଦର୍ଶନକରି ସରପଞ୍ଚ ଗୌତମ ବାର୍ଲି, ତାଙ୍କ ଦୁଃଖ ଦେଖି ଥିଲେ। କିନ୍ତୁ ସ୍ଥାନୀୟ ଲକେ କହିବା ଅନୁଯାଇ କୌଣସି ଆଯିକି ପ୍ରାୟ ଦୁଇରୁ ତିନିଦିନ ବିତି ଗଲେ ମଧ୍ୟ କୌଣସି ପ୍ରଶାସନଙ୍କ ଦେଖା ମିଳିନଥିବା କହିଛନ୍ତି ଗ୍ରାମ ବାସୀ। ଏହାକୁ ପ୍ରଶାସନ ପକ୍ଷରୁ ଅଭଳା ନ କରି କ୍ଷୟକ୍ଷତି ଦିୟା ଯାଉ ବୋଲି ମଧ୍ୟ କହି ଛନ୍ତି ଗ୍ରାମ ବାସୀ। ଅପରପକ୍ଷରେ, ବାସହୀନ ତଥା କ୍ଷତିଗ୍ରସ୍ତ ହୋଇଥିବା ଏହି ଗରିବ ପରିବାରଗୁଡ଼ିକୁ ସରକାରୀ ନିୟମ ଅନୁସାରେ ତୁରନ୍ତ ଆର୍ଥିକ କ୍ଷତିପୂରଣ ଓ ରିଲିଫ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଜୋରଦାର ଦାବି ହୋଇଛି।

କଲ୍ୟାଣସିଂହପୁରରେ ଲଗାଣ ବର୍ଷାର ପ୍ରକୋପ: କାନ୍ଥ ପଡ଼ି ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୩ ଜଣ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ: କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଜିଲ୍ଲାସ୍ତରୀୟ ପ୍ରୋମୋ ରନ୍’ ଆୟୋଜିତ; ୨୦୦ରୁ ଉର୍ଦ୍ଧ୍ୱ ଦୌଡ଼ବିତ୍‌ଙ୍କ ଅଂଶଗ୍ରହଣ