ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ଜାତୀୟ ସ୍ୱୀକୃତି; ମାଲକାନଗିରି ଜିଲ୍ଲା ପ୍ରଶାସନକୁ ମିଳିଲା ସ୍କଚ୍ ଆୱାର୍ଡ

ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ଜାତୀୟ ସ୍ୱୀକୃତି; ମାଲକାନଗିରି ଜିଲ୍ଲା ପ୍ରଶାସନକୁ ମିଳିଲା ସ୍କଚ୍ ଆୱାର୍ଡ – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:
୨୭/୦୯/୨୬
ପ୍ରଶାସନିକ ଦକ୍ଷତା ଏବଂ ଅଭିନବ ଯୁବ ସଶକ୍ତିକରଣ କ୍ଷେତ୍ରରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଏକ ଐତିହାସିକ ସଫଳତା ହାସଲ କରିଛି। ଜିଲ୍ଲାର ପ୍ରମୁଖ କାର୍ଯ୍ୟକ୍ରମ ପ୍ରଗତି ପଥେ ଯୁବ ମାଲକାନଗିରି ପାଇଁ ଆଜି ନୂଆଦିଲ୍ଲୀର ଲୋଧି ରୋଡ୍ ସ୍ଥିତ ଇଣ୍ଡିଆ ହାବିଟାଟ୍ ସେଣ୍ଟରଠାରେ ଆୟୋଜିତ ୧୧୦ତମ ସ୍କଚ୍ ସମିଟ୍‌ରେ ଜିଲ୍ଲା ପ୍ରଶାସନକୁ ପ୍ରତିଷ୍ଠିତ ଜାତୀୟ ସ୍କଚ୍ ଆୱାର୍ଡ ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ନୂଆଦିଲ୍ଲୀଠାରେ ଉପସ୍ଥିତ ରହି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଗୌରବମୟ ପୁରସ୍କାର ଗ୍ରହଣ କରିଛନ୍ତି।

ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ଜାତୀୟ ସ୍ୱୀକୃତି; ମାଲକାନଗିରି ଜିଲ୍ଲା ପ୍ରଶାସନକୁ ମିଳିଲା ସ୍କଚ୍ ଆୱାର୍ଡ – ସମୀକ୍ଷା


ଏହି ଜାତୀୟ ସ୍ୱୀକୃତି ପ୍ରାପ୍ତି ପରେ ଜିଲ୍ଲାପାଳ କହିଛନ୍ତି ଯେ, ଏହି ପୁରସ୍କାର ମାଲକାନଗିରିର ସମଗ୍ର କ୍ଷେତ୍ରସ୍ତରୀୟ ଟିମ୍‌ର ଅକ୍ଲାନ୍ତ ପରିଶ୍ରମ, ସ୍ଥାନୀୟ ଯୁବପିଢ଼ିଙ୍କ ସକ୍ରିୟ ସହଭାଗିତା ଏବଂ ଓଡ଼ିଶା ସରକାରଙ୍କ ନିରନ୍ତର ମାର୍ଗଦର୍ଶନର ପରିଣାମ ଅଟେ। ପ୍ରଗତି ପଥେ ଯୁବ ମାଲକାନଗିରି କାର୍ଯ୍ୟକ୍ରମ ଜିଲ୍ଲାର ଯୁବସମାଜକୁ ସଶକ୍ତ ଓ ପ୍ରଗତି ପଥରେ ଆଗେଇ ନେବାରେ ସଫଳ ହୋଇଛି। ଏହି ଜାତୀୟ ସମ୍ମାନ ଆଗାମୀ ଦିନରେ ଜିଲ୍ଲାବାସୀଙ୍କ ସେବା, କଲ୍ୟାଣ ଓ ସମଗ୍ର ବିକାଶମୂଳକ କାର୍ଯ୍ୟକୁ ଆହୁରି ଅଧିକ ନିଷ୍ଠାର ସହ ତ୍ୱରାନ୍ୱିତ କରିବା ପାଇଁ ସମସ୍ତଙ୍କୁ ନୂତନ ପ୍ରେରଣା ଯୋଗାଇବ।
ନୂଆଦିଲ୍ଲୀରେ ଆୟୋଜିତ ଭବ୍ୟ ସମାରୋହରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସିଡିଓ-କମ୍-ଇଓ ଶ୍ରୀ ସରାବୁ ଏହି ସମ୍ମାନ ଗ୍ରହଣ କରିବା ପରେ ସମଗ୍ର ମାଲକାନଗିରି ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ଜିଲ୍ଲାପାଳଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ, ଅଭିନବ ଚିନ୍ତାଧାରା ଏବଂ ସମଗ୍ର ଟିମ୍‌ର ଉତ୍ସର୍ଗୀକୃତ ନିଷ୍ଠା ଯୋଗୁଁ ଜାତୀୟ ସ୍ତରରେ ମାଲକାନଗିରି ଜିଲ୍ଲା ଏହି ଗୌରବ ହାସଲ ପାରିଛି।

ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ଜାତୀୟ ସ୍ୱୀକୃତି; ମାଲକାନଗିରି ଜିଲ୍ଲା ପ୍ରଶାସନକୁ ମିଳିଲା ସ୍କଚ୍ ଆୱାର୍ଡ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଟ୍ରେନ୍ ଲାଇନ୍ କଡ଼ରୁ ଅଜଣା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ