ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଗୁଣପୁର ସହର ନୂଆ ବସଷ୍ଟାଣ୍ଡ୍ ନିକଟସ୍ଥ ଶ୍ରୀ ଭେଙ୍କେଟେଶ୍ବର ମନ୍ଦିର ପ୍ରାଙ୍ଗଣରେ ଆଜି ରବିବାର ତା୨୭-୦୯-୨୦୬ ରିଖ ସନ୍ଧ୍ୟା ଛଅ ଘଣ୍ଟ ସମୟେ ଭାଗବତ ପ୍ରଚାର ସମିତି,ଗୁଣପୁର ଆନୁକୁଲ୍ୟରେ ଭାଗବତ ପ୍ରଚାର ଓ ପ୍ରସାର ପାଇଁ ପବିତ୍ର ଭାଗବତ ମହାପୁରାଣ ଜ୍ଞାନଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି। ଭାରତୀୟ ଆଧ୍ୟାତ୍ମିକ ପରମ୍ପରାର ଅମୂଲ୍ୟ ଧରୋହର ଶ୍ରୀମଦ୍ଭାଗବତର ପ୍ରଚାର ଓ ପ୍ରସାର ତଥା ସମାଜରେ ଧର୍ମ, ନୀତି, ସତ୍ୟ ଓ ମାନବିକ ମୂଲ୍ୟବୋଧର ଜାଗରଣ ଉଦ୍ଦେଶ୍ୟରେ ଆଜିଠାରୁ ଏକ ପବିତ୍ର ଭାଗବତ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହେଉଛି।
ଆୟୋଜକ ଭାଗବତ ପ୍ରଚାର ସମିତି,ଗୁଣପୁର ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ,ଭାଦ୍ରବ ଶୁକ୍ଲ ପୂର୍ଣ୍ଣିମା ୨୭ ସେପ୍ଟେମ୍ବର ୨୦୨୬ ଠାରୁ ଆଶ୍ଵିନ କୃଷ୍ଣ ଷଷ୍ଠୀ ୩ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଏହି ଆଧ୍ୟାତ୍ମିକ ଶ୍ରୀମଦ୍ ଭାଗବତ ମହାପୁରାଣ ଜ୍ଞାନଯଜ୍ଞ କାର୍ଯ୍ୟକ୍ରମ ଚାଲିବ। ଏହି ଅବସରରେ ଭାଗବତ ପୁରାଣର ମହତ୍ତ୍ୱ, ଭକ୍ତି, ଧର୍ମ, କର୍ମ, ମାନବ ଜୀବନର ଲକ୍ଷ୍ୟ ଏବଂ ଭଗବାନଙ୍କ ପ୍ରତି ସମର୍ପଣ ଭଳି ବିଷୟ ଉପରେ ଆଧ୍ୟାତ୍ମିକ ଆଲୋଚନା ଓ ପ୍ରବଚନ ଅନୁଷ୍ଠିତ ହେବ।
ଭାଗବତ କେବଳ ଏକ ଧାର୍ମିକ ଗ୍ରନ୍ଥ ନୁହେଁ; ଏହା ମାନବ ଜୀବନକୁ ସତ୍ୟ, ପ୍ରେମ, ଦୟା, ସେବା ଓ ସଦାଚାରର ପଥରେ ଆଗେଇ ନେବାର ଏକ ଆଧ୍ୟାତ୍ମିକ ମାର୍ଗଦର୍ଶକ। ଭାଗବତର ବାଣୀ ମନୁଷ୍ୟର ଅନ୍ତରକୁ ପବିତ୍ର କରିବା ସହିତ ଅହଂକାର, ଲୋଭ ଓ ଈର୍ଷା ଭଳି ନକାରାତ୍ମକ ପ୍ରବୃତ୍ତିରୁ ଦୂରେଇ ଶାନ୍ତି ଓ ମାନବିକତାର ପଥ ଦେଖାଏ।

ଆୟୋଜକମାନଙ୍କ ପକ୍ଷରୁ ସମସ୍ତ ଭକ୍ତ, ଧର୍ମପ୍ରେମୀ ଓ ଆଧ୍ୟାତ୍ମିକ ଅନୁରାଗୀଙ୍କୁ ଏହି ପବିତ୍ର ପ୍ରବଚନ କାର୍ଯ୍ୟକ୍ରମରେ ଯୋଗଦେଇ ଭାଗବତର ଅମୃତ ବାଣୀ ଶ୍ରବଣ କରିବା ଏବଂ ନିଜ ଜୀବନକୁ ସତ୍ଚିନ୍ତନ ଓ ସଦାଚାରରେ ଆଲୋକିତ କରିବା ପାଇଁ ଆହ୍ୱାନ କରାଯାଇଛି ଏବଂ ପ୍ରତ୍ୟହ କାର୍ଯ୍ୟକ୍ରମ ପରେ ରାତ୍ରୀ ୯.୩୫ ସମୟେ ସମସ୍ତ ଭାଗବତ ପ୍ରେମୀଙ୍କ ନିମନ୍ତେ ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ୟ କରାଯାଇଛି।
“ଭାଗବତର ବାଣୀ ଘରେ ଘରେ ପହଞ୍ଚୁ, ଭକ୍ତି ଓ ମାନବିକତାର ଆଲୋକ ସମାଜର ପ୍ରତ୍ୟେକ ହୃଦୟରେ ପ୍ରଜ୍ଜ୍ୱଳିତ ହେଉ”—ଏହା ହିଁ ଏହି ପବିତ୍ର ଆୟୋଜନର ମୂଳ ଉଦ୍ଦେଶ୍ୟ।





