ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

କୁଚିଣ୍ଡା ବିଜେଡିରେ ଗୋଷ୍ଠୀ କନ୍ଦଳ ପଦାରେ: ଜନସମ୍ପର୍କ ପଦଯାତ୍ରାରେ ବ୍ଲକ ଅଧ୍ୟକ୍ଷ ଓ ବରିଷ୍ଠ କର୍ମକର୍ତ୍ତାଙ୍କୁ ଅଣଦେଖା ଅଭିଯୋଗ

କୁଚିଣ୍ଡା ବିଜେଡିରେ ଗୋଷ୍ଠୀ କନ୍ଦଳ ପଦାରେ: ଜନସମ୍ପର୍କ ପଦଯାତ୍ରାରେ ବ୍ଲକ ଅଧ୍ୟକ୍ଷ ଓ ବରିଷ୍ଠ କର୍ମକର୍ତ୍ତାଙ୍କୁ ଅଣଦେଖା ଅଭିଯୋଗ – ସମୀକ୍ଷା ଖବର

ମୁକେଶ କୁମାର ବେହେରା / ଭବାନୀପାଟଣା / ସମୀକ୍ଷା ନ୍ୟୁଜ୍:

କୁଚିଣ୍ଡା ୦୨।୧୦: କୁଚିଣ୍ଡା ବ୍ଲକର କୁସୁମୀଠାରେ ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡି ପକ୍ଷରୁ ଆୟୋଜିତ ଜନସମ୍ପର୍କ ପଦଯାତ୍ରାକୁ ନେଇ ଦଳ ଭିତରେ ଅସନ୍ତୋଷ ସାମ୍ନାକୁ ଆସିଛି। ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ନାଏକଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ନବୀନ ହୋତା ଓ କୃଷ୍ଣଚନ୍ଦ୍ର ଟପ୍ପୋଙ୍କ ସମେତ ଅନେକ ନେତା ଯୋଗଦେଇଥିଲେ। ତେବେ କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିସାନ, ପୂର୍ବତନ ବ୍ଲକ ସଭାପତି ଅମୂଲ୍ୟ ମିଶ୍ର, ଯୁବ ସଭାପତି ବିଜୁ ସାହୁ, ଛାତ୍ର ସଭାପତି ଅଭିଳାଷ ଅଗ୍ରୱାଲ ଓ ବିଭିନ୍ନ ୱାର୍ଡ ସଭାପତିଙ୍କ ସମେତ କିଛି ସକ୍ରିୟ କର୍ମୀଙ୍କୁ କାର୍ଯ୍ୟକ୍ରମ ପାଇଁ ଡକାଯାଇନଥିବା ଅଭିଯୋଗ ହୋଇଛି।

କୁଚିଣ୍ଡା ବିଜେଡିରେ ଗୋଷ୍ଠୀ କନ୍ଦଳ ପଦାରେ: ଜନସମ୍ପର୍କ ପଦଯାତ୍ରାରେ ବ୍ଲକ ଅଧ୍ୟକ୍ଷ ଓ ବରିଷ୍ଠ କର୍ମକର୍ତ୍ତାଙ୍କୁ ଅଣଦେଖା ଅଭିଯୋଗ – ସମୀକ୍ଷା

ଏହି ଘଟଣାକୁ ନେଇ ସ୍ଥାନୀୟ ବିଜେଡି କର୍ମୀଙ୍କ ଏକ ଅଂଶରେ ଅସନ୍ତୋଷ ପ୍ରକାଶ ପାଇଥିବା ଜଣାପଡ଼ିଛି। ନବୀନ ନିବାସରେ ପୂର୍ବରୁ ଦେଖାଦେଇଥିବା ଆଭ୍ୟନ୍ତରୀଣ ବିବାଦ ପରେ ଏବେ ବ୍ଲକ ସ୍ତରର କାର୍ଯ୍ୟକ୍ରମରେ ମଧ୍ୟ ସମାନ ଧରଣର ଅଭିଯୋଗ ଆସିବା କୁଚିଣ୍ଡା ବିଜେଡିର ସାଙ୍ଗଠନିକ ସମନ୍ୱୟକୁ ନେଇ ପ୍ରଶ୍ନ ଉଠାଇଛି। ସ୍ଥାନୀୟ ସ୍ତରରେ ଦଳ ଦୁଇଟି ଗୋଷ୍ଠୀରେ ବିଭକ୍ତ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ, ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ଆଭ୍ୟନ୍ତରୀଣ ମତଭେଦ କିପରି ସମାଧାନ ହେଉଛି, ତାହା ଉପରେ ନଜର ରହିଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ‘ଉତ୍ସାହ ଓ ମହକ-୨୦୨୬’ କାର୍ଯ୍ୟକ୍ରମ ଉଦ୍‌ଘାଟିତ