ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ନୀତି ଆୟୋଗର ଉପାଧ୍ଯକ୍ଷ ଡ. ଅଶୋକ କୁମାର ଲାହିରୀଙ୍କ ପାରାଦୀପ ବନ୍ଦର ପ୍ରାଧୂକରଣ ପରିଦର୍ଶନ

ନୀତି ଆୟୋଗର ଉପାଧ୍ଯକ୍ଷ ଡ. ଅଶୋକ କୁମାର ଲାହିରୀଙ୍କ ପାରାଦୀପ ବନ୍ଦର ପ୍ରାଧୂକରଣ ପରିଦର୍ଶନ – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:

ନୀତି ଆୟୋଗର ଉପାଧ୍ଯକ୍ଷ ଡ. ଅଶୋକ କୁମାର ଲାହିରୀଙ୍କ ପାରାଦୀପ ବନ୍ଦର ପ୍ରାଧୂକରଣ ପରିଦର୍ଶନ,ଭୁବନେଶ୍ବର ବିମାନବନ୍ଦରରେ ପାରାଦୀପ ବନ୍ଦର ପ୍ରାଧୂକରଣର ଅର୍ଥ ପରାମର୍ଶଦାତା ଓ ମୁଖ୍ୟ ହିସାବ ଅଧୂକାରୀ ଶ୍ରୀ ଅଶୋକ କୁମାର ସାହୁ ଡ. ଲାହିରୀଙ୍କୁ ସ୍ବାଗତ କରିଥିଲେ। ପରବର୍ତ୍ତୀ ସମୟରେ ଡ. ଲାହିରୀ ହେଲିକପ୍ଟର ଯୋଗେ ପାରାଦୀପର ଗୋପବନ୍ଧୁ ଷ୍ଟାଡିୟମ ହେଲିପ୍ୟାଡରେ ପହଞ୍ଚିଥିଲେ। ସେଠାରେ ପାରାଦୀପ ବନ୍ଦର ପ୍ରାଧୂକରଣର ଉପାଧ୍ୟକ୍ଷ ଶ୍ରୀ ଟି. ଭେନୁ ଗୋପାଳ ତାଙ୍କୁ ସ୍ବାଗତ କରିଥିଲେ। ପରେ ସେ ୱେଟ୍ ବେସିନ୍‌ରେ ପହଞ୍ଚିବା ପରେ ପାରାଦୀପ ଦୀପ ବନ୍ଦର ସିଆଇଏସ୍ଏଫ୍ ୟୁନିଟ୍ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ସ୍ବାଗତ ପରେ ଡ. ଲାହିରୀ, ପାରାଦୀପ ବନ୍ଦର ପ୍ରାଧୂକରଣର ଉପାଧ୍ୟକ୍ଷ ଶ୍ରୀ ଟି. ଭେନୁ ଗୋପାଳଙ୍କ ସହ ପାରାଦୀପ ବନ୍ଦର ହାର୍ବର୍ ଅଞ୍ଚଳରେ ଲଞ୍ଚ ଯାତ୍ରା କରିଥିଲେ। ଏହି ହାର୍ବର୍ ପରିଦର୍ଶନ ସମୟରେ ସେ ବନ୍ଦରର ନୌବାଣିଜ୍ୟିକ କାର୍ଯ୍ୟକଳାପ, ଜାହାଜ ଚଳାଚଳ ଏବଂ ବିଭିନ୍ନ ପଣ୍ୟ ଣ୍ୟ ପରିଚାଳନା କାର୍ଯ୍ୟକୁ ନିକଟରୁ ଅବଲୋକନ କରିଥିଲେ।

ନୀତି ଆୟୋଗର ଉପାଧ୍ଯକ୍ଷ ଡ. ଅଶୋକ କୁମାର ଲାହିରୀଙ୍କ ପାରାଦୀପ ବନ୍ଦର ପ୍ରାଧୂକରଣ ପରିଦର୍ଶନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଆଜି ବିଶ୍ୱ ପ୍ରସିଦ୍ଧ ବାଘୁଣୀ ଖଇରୀ ଜନ୍ମଦିନ