ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

​ ଧାମନଗର-ଉଜୁଡିଗଲା ଧାନ ବିଲ, ଚରୁଛନ୍ତି ଗୋରୁ: ବନ୍ୟା ଦାଉରୁ ଚାଷୀ ସର୍ବସ୍ୱାନ୍ତ

​ ଧାମନଗର-ଉଜୁଡିଗଲା ଧାନ ବିଲ, ଚରୁଛନ୍ତି ଗୋରୁ: ବନ୍ୟା ଦାଉରୁ ଚାଷୀ ସର୍ବସ୍ୱାନ୍ତ – ସମୀକ୍ଷା ଖବର


​ ରତିକାନ୍ତ ନାୟକ /ଧାମନଗର /ସମୀକ୍ଷା ନିୟୁଜ:

ଧାମନଗର ତା ୫/୧୦: ବୈତରଣୀ ନଦୀ ସହିତ ଅନ୍ୟାନ୍ୟ ନଦୀରେ କ୍ରମାଗତ ବନ୍ୟା ଓ ଜଳବନ୍ଦୀ ସ୍ଥିତି ଯୋଗୁଁ ଚଳିତ ଧୂଷୁରୀ ଅଞ୍ଚଳରେ ଅଞ୍ଚଳର ଚାଷୀମାନେ ଅତ୍ୟନ୍ତ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ପବିତ୍ର ଆଶ୍ୱିନ ମାସରେ ଯେଉଁ ସମୟରେ ବିଲରେ ଧାନ ଫସଲ ହସୁଥିବା କଥା, ସେହି ସମୟରେ ଜମିଗୁଡ଼ିକ ସମ୍ପୂର୍ଣ୍ଣ ଧାନଶୂନ୍ୟ ହୋଇ ପଡ଼ିରହିଛି। ଫସଲ ନଷ୍ଟ ହୋଇଯିବା ପରେ ଏବେ ସେହି ଶୂନ୍ୟ ବିଲରେ ଗୋରୁ ଚରୁଥିବାର କରୁଣ ଦୃଶ୍ୟ ଦେଖିବାକୁ ମିଳୁଛି।କ୍ରମାଗତ ୮ ଥର ଆସିଥିବା ବନ୍ୟା ଯୋଗୁଁ କାଶୀମପୁର, ଫତେପୁର, ବମକୁରା, ପାଳସାହି, ରଇପୁର, ହସନାବାଦ, ଅର୍ଜୁନପୁର, ଭଟ୍ଟସାହି, ନଦୀଗାଁ, ସୁନ୍ଦରପୁର, ଓଳଗ, ଆରଡ଼ି, ନାନ୍ଦପୁର, କୋଠାର, ଧୂଷୁରୀ ଓ ସାହାସପୁର ପ୍ରଭୃତି ପଞ୍ଚାୟତ ଗୁଡ଼ିକରେ ବ୍ୟାପକ କ୍ଷତି ହୋଇଛି। ହଜାର ହଜାର ଏକର ଜମିରେ ଲାଗିଥିବା ଧାନ ଫସଲ ସମ୍ପୂର୍ଣ୍ଣ ପଚି ନଷ୍ଟ ହୋଇଯାଇଛି। ବନ୍ୟା ଛାଡ଼ିବା ପରେ ମଧ୍ୟ ପୁନର୍ବାର ଚାଷ କରିବା ପାଇଁ ବେଳ ନଥିବାରୁ ଜମିଗୁଡ଼ିକ ପଡ଼ିଆ ପଡ଼ିଛି|ଧାରକରଜ କରି ଚାଷ କରିଥିବା ଚାଷୀମାନେ ଏବେ ସର୍ବସାନ୍ତ ହୋଇପଡ଼ିଛନ୍ତି। ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ବର୍ଷସାରା ପରିବାର କିପରି ଚଳିବ ଏବଂ ଋଣ ଶୋଧ କିପରି ହେବ, ସେ ନେଇ ଚାଷୀ କୂଳ ଗଭୀର ଚିନ୍ତାରେ ବୁଡ଼ିରହିଛନ୍ତି। ବନ୍ୟା ଦାଉରୁ ଚାଷ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ସରକାରୀ ସହାୟତା ପାଇଁ ଚାଷୀମାନେ ଚାହିଁ ରହିଛନ୍ତି|ସମ୍ପୃକ୍ତ ପଞ୍ଚାୟତଗୁଡ଼ିକର କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ ଫସଲ କ୍ଷତିପୂରଣ ଓ ଇନପୁଟ୍ ସବସିଡି ପ୍ରଦାନ କରିବା ସହ ଆଗାମୀ ରବି ଚାଷ ପାଇଁ ମାଗଣାରେ ବିହନ, ସାର ଓ କୀଟନାଶକ ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।

​ ଧାମନଗର-ଉଜୁଡିଗଲା ଧାନ ବିଲ, ଚରୁଛନ୍ତି ଗୋରୁ: ବନ୍ୟା ଦାଉରୁ ଚାଷୀ ସର୍ବସ୍ୱାନ୍ତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସବୁଜ ପରିବେଶ ଗଠନ ସହ ପ୍ରକୃତି ସୁରକ୍ଷାର ମହତ୍ତ୍ୱ ବୁଝାଇଲେ ସେଵା, ଚାଙ୍ଗୁରୁବାଲି ବିଦ୍ୟାଳୟରେ ଲାଗିଲା ବିଭିନ୍ନ ପ୍ରକାର ଚାରା