ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ:
ଗୁଣପୁର, ୧୦ ଅକ୍ଟୋବର: ଗୁଣପୁର ମହାବିଦ୍ୟାଳୟରେ ୨୦୨୬-୨୦୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ବିଭିନ୍ନ ସହଯୋଗୀ ସଂଘର ଚୂଡ଼ାନ୍ତ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ନାମାଙ୍କନ ପ୍ରତ୍ୟାହାର ଓ ଯୋଗ୍ୟତା ଯାଞ୍ଚ ପରେ ମହାବିଦ୍ୟାଳୟ ପକ୍ଷରୁ ତାଲିକା ଜାରି ହୋଇଛି। ଛାତ୍ର ସଂସଦର ସଭାପତି ପଦ ପାଇଁ ପ୍ରବୀଣ ସାହୁ, ଚିନ୍ମୟ ଶବର ଓ ଶୁଭମ ଶବର; ଉପସଭାପତି ପଦ ପାଇଁ ରାଜେଶ ହରିଜନ, ତୁମୁଲା ଜସ୍ମନ୍ତ ଓ ହେବାଲ ଗୋମାଙ୍ଗୋ; ସମ୍ପାଦକ ପଦ ପାଇଁ ମନୋଜ ଶବର, ଆଦିତ୍ୟ ପାଢ଼ୀ ଓ ମମାଳି ଗୌଡ଼ା ପ୍ରାର୍ଥୀ ହୋଇଛନ୍ତି। ସହକାରୀ ସମ୍ପାଦକ ପଦ ପାଇଁ ଶ୍ରୀଲକ୍ଷ୍ମୀ, ସ୍ମୃତିମୟୀ ସେନାପତି ଓ ସୌଦାମିନୀ ପାଟିକାଙ୍କ ନାମ ରହିଛି। ଆଥଲେଟିକ୍ ଆସୋସିଏସନ୍ର ସମ୍ପାଦକ ପଦ ପାଇଁ ଦେବରାଜ ତାରେଲି, ବେନୁଧର ଶବର ଓ ରଘୁନାଥ ମାଣ୍ଡାଙ୍ଗୀ; ଡ୍ରାମାଟିକ୍ ଆସୋସିଏସନ୍ରେ ହେମନ୍ତ କୁମାର ଶବର, ଦେବବ୍ରତୀ ଜସୱନ୍ତ ଓ ନେନିତା ଶବର; ସାହିତ୍ୟ ଆସୋସିଏସନ୍ରେ ସଚିନ ଚୌଧୁରୀ, ଶୁଭମ ସାହୁ ଓ ଜଗନ୍ନାଥ ଶବର ପ୍ରାର୍ଥୀ ଅଛନ୍ତି।
ଡିଏସ୍ଏ ଓ କମନ୍ ରୁମ୍ ଆସୋସିଏସନ୍ର ସମ୍ପାଦକ ପଦ ପାଇଁ ପୁରୁଷୋତ୍ତମ ଶବର, ନିଶାରାଣୀ ପାଣିଗ୍ରାହୀ ଓ କାର୍ତ୍ତିକ ବେହେରା; ସାଇନ୍ସ ଆସୋସିଏସନ୍ରେ ଚାନ୍ତି ପାଲକା, ଗ୍ରୀଷ୍ମା ସାହୁକାର ଓ ଗେଡ଼ିଲା ଦାନେଶ ରାଓ ପ୍ରାର୍ଥୀ ହୋଇଛନ୍ତି। ହ୍ୟୁମାନିଟି ଆସୋସିଏସନ୍ର ସମ୍ପାଦକ ପଦ ପାଇଁ ଶୁଭଶ୍ରୀ ଦାସ ଏବଂ କମର୍ସ ଆସୋସିଏସନ୍ର ସମ୍ପାଦକ ପଦ ପାଇଁ ରିଙ୍କି ମହାନନ୍ଦିଆଙ୍କ ନାମ ରହିଛି। ଅନ୍ୟ ପଦବୀ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରାଯାଇଛି।

ହ୍ୟୁମାନିଟି ଆସୋସିଏସନ୍ର ସମ୍ପାଦକ ପଦରୁ ବିପିନ ଜାନୀ ଓ ସଂଗ୍ରାମ ପରିଚ୍ଛା ଏବଂ ଛାତ୍ର ସଂସଦର ସହକାରୀ ସମ୍ପାଦକ ପଦରୁ ଜସ୍ମିନ୍ ପ୍ରିୟଦର୍ଶିନୀ ସିଆ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି।
ମହାବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରାର୍ଥୀମାନଙ୍କୁ ଆଚରଣବିଧି ପାଳନ କରି ଶାନ୍ତିପୂର୍ଣ୍ଣ ଓ ସ୍ୱଚ୍ଛ ନିର୍ବାଚନୀ ପରିବେଶ ରକ୍ଷା କରିବାକୁ ଆହ୍ୱାନ ଦେଇଛନ୍ତି।





