ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ସି. ଏଚ. ଏସ.  ୮୩ ୱେଲଫେୟାର  ସୋସାଇଟ ଆନୁକୁଲ୍ଯରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ସି. ଏଚ. ଏସ.  ୮୩ ୱେଲଫେୟାର  ସୋସାଇଟ ଆନୁକୁଲ୍ଯରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର – ସମୀକ୍ଷା ଖବର

ଆଦର୍ଶ କୁମାର ମହାନ୍ତି / ସିଟି ରିପୋର୍ଟର /ଭୁବନେଶ୍ୱର:

ତା ୧୦/୧୦/୨୦୨୬. ଆଜି ସି.  ଏଚ.  ଏସ.  ୮୩ ୱେଲଫେୟାର  ସୋସାଇଟ ତରଫରୁ କେୟାର ହସ୍ପିଟାଲ , Rotary Club of Bhubaneswar Excellence ଓ ଉତ୍କଳ କରାଟେ ସ୍କୁଲ ଙ୍କ ମିଳିତ ଉଦ୍ୟମରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ର ଆୟୋଜନ କରାଯାଇଛି । ଏହି ସ୍ୱାସ୍ଥ୍ୟ ସେବା ଶିବିର ରେ ପ୍ରାୟ ୧୦୦ ଜଣଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା । ECG , PFT , DENTAL , SUGAR ଭଳି ଅନେକ ଗୁରୁତ୍ବପୂର୍ଣ ପରୀକ୍ଷା କରାଯିବା ସହିତ କେୟାର ହସ୍ପିଟାଲ ର ଅଭିଙ୍ଗ୍ୟ ଡାକ୍ତର ଡ. ଦାମୋଦର ବିନ୍ଧାଣି ଓ ସହଯୋଗୀ ମାନଙ୍କ ଦ୍ଵାରା ପରାମର୍ଶ ଦିଆ ଯାଇଥିଲା । ସୂଚନାଯୋଗ୍ୟ କ୍ୟାପିଟାଲ ହାଇସ୍କୁଲ ଭୁବନେଶ୍ବର  ର ୧୯୮୩ ମସିହା ବ୍ୟାଚ ଦ୍ଵାରା ଗଠିତ ସାମାଜିକ ସଂଗଠନ ଦ୍ଵାରା ପ୍ରତିବର୍ଷ ଏହି ପରି ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ ହୋଇଆସୁଛି । ଅନେକ ବୟଯୋଷ୍ଠ ବ୍ୟକ୍ତି , ରୋଟାରିଆନ ଓ କ୍ୟାପିଟାଲ ହାଇସ୍କୁଲ ର ପୁରାତନ ଛାତ୍ର ମାନେ ଏଥିରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ।

ସି. ଏଚ. ଏସ.  ୮୩ ୱେଲଫେୟାର  ସୋସାଇଟ ଆନୁକୁଲ୍ଯରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର – ସମୀକ୍ଷା

ଏହି ସ୍ୱାସ୍ଥ୍ୟ ସେବା ଶିବିରରେ ସି.  ଏଚ.  ଏସ.  ୮୩ ୱେଲଫେୟାର  ସୋସାଇଟ ର ସମ୍ପାଦକ ପୁଲିନ ସାହୁ , ସଭାପତି ବିଜୟ କୁମାର ପାତ୍ର ଦେବାଶିଷ ପାଢୀ, ମୁରଗଙ୍କା ଛାଟରାୟ, ବିଭୂଦତ୍ତ ଶୁବୁଦ୍ଧି, ଶଶାଙ୍କ ପତି। Rotary Club of Bhubaneswar Excellence ର ସଭାପତି, ବିଜୟ କୁମାର ଚୌଧୁରୀ ପୂର୍ବତନ ସଭାପତି, ଶୁଭେନ୍ଦୁ ମହାନ୍ତି , ଉତ୍କଳ କରାଟେ ସ୍କୁଲ ର ପ୍ରତିଷ୍ଠାତା ଡ. ହରି ପ୍ରସାଦ ପଟ୍ଟନାୟକ , କେୟାର ହସ୍ପିଟାଲ ର ଡାକ୍ତର ଡ. ଦାମୋଦର ବିନ୍ଧାଣି ଓ ଡାକ୍ତର ଡ. ସ୍ୱରୂପ ରଞ୍ଜନ ଭଞ୍ଜ  ଉପସ୍ଥିତ ରହି ଏହାକୁ ପରିଚାଳନା କରିଥିଲେ । ଆଗାମୀ ଦିନରେ ବିଦ୍ୟାଳୟର ଛାତ୍ର ଓ ଛାତ୍ରୀ ମାନଙ୍କ ପାଇଁ ଏକ ଚକ୍ଷୁ ପରୀକ୍ଷା କରାଯିବ ବୋଲି ଆଯୋଜକ ମାନେ ସୂଚନା ଦେଇଛନ୍ତି ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସି.  ଏଚ.  ଏସ.  ୮୩ ୱେଲଫେୟାର  ସୋସାଇଟ ଆନୁକୁଲ୍ଯରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର