ଆଦର୍ଶ କୁମାର ମହାନ୍ତି / ସିଟି ରିପୋର୍ଟର /ଭୁବନେଶ୍ୱର:
ତା ୧୦/୧୦/୨୦୨୬, ଆଜି ସି. ଏଚ. ଏସ. ୮୩ ୱେଲଫେୟାର ସୋସାଇଟ ତରଫରୁ କେୟାର ହସ୍ପିଟାଲ , Rotary Club of Bhubaneswar Excellence ଓ ଉତ୍କଳ କରାଟେ ସ୍କୁଲ ଙ୍କ ମିଳିତ ଉଦ୍ୟମରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ର ଆୟୋଜନ କରାଯାଇଛି । ଏହି ସ୍ୱାସ୍ଥ୍ୟ ସେବା ଶିବିର ରେ ପ୍ରାୟ ୧୦୦ ଜଣଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା । ECG , PFT , DENTAL , SUGAR ଭଳି ଅନେକ ଗୁରୁତ୍ବପୂର୍ଣ ପରୀକ୍ଷା କରାଯିବା ସହିତ କେୟାର ହସ୍ପିଟାଲ ର ଅଭିଙ୍ଗ୍ୟ ଡାକ୍ତର ଡ. ଦାମୋଦର ବିନ୍ଧାଣି ଓ ସହଯୋଗୀ ମାନଙ୍କ ଦ୍ଵାରା ପରାମର୍ଶ ଦିଆ ଯାଇଥିଲା । ସୂଚନାଯୋଗ୍ୟ କ୍ୟାପିଟାଲ ହାଇସ୍କୁଲ ଭୁବନେଶ୍ବର ର ୧୯୮୩ ମସିହା ବ୍ୟାଚ ଦ୍ଵାରା ଗଠିତ ସାମାଜିକ ସଂଗଠନ ଦ୍ଵାରା ପ୍ରତିବର୍ଷ ଏହି ପରି ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ ହୋଇଆସୁଛି । ଅନେକ ବୟଯୋଷ୍ଠ ବ୍ୟକ୍ତି , ରୋଟାରିଆନ ଓ କ୍ୟାପିଟାଲ ହାଇସ୍କୁଲ ର ପୁରାତନ ଛାତ୍ର ମାନେ ଏଥିରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ।

ଏହି ସ୍ୱାସ୍ଥ୍ୟ ସେବା ଶିବିରରେ ସି. ଏଚ. ଏସ. ୮୩ ୱେଲଫେୟାର ସୋସାଇଟ ର ସମ୍ପାଦକ ପୁଲିନ ସାହୁ , ସଭାପତି ବିଜୟ କୁମାର ପାତ୍ର ଦେବାଶିଷ ପାଢୀ, ମୁରଗଙ୍କା ଛାଟରାୟ, ବିଭୂଦତ୍ତ ଶୁବୁଦ୍ଧି, ଶଶାଙ୍କ ପତି। Rotary Club of Bhubaneswar Excellence ର ସଭାପତି, ବିଜୟ କୁମାର ଚୌଧୁରୀ ପୂର୍ବତନ ସଭାପତି, ଶୁଭେନ୍ଦୁ ମହାନ୍ତି , ଉତ୍କଳ କରାଟେ ସ୍କୁଲ ର ପ୍ରତିଷ୍ଠାତା ଡ. ହରି ପ୍ରସାଦ ପଟ୍ଟନାୟକ , କେୟାର ହସ୍ପିଟାଲ ର ଡାକ୍ତର ଡ. ଦାମୋଦର ବିନ୍ଧାଣି ଓ ଡାକ୍ତର ଡ. ସ୍ୱରୂପ ରଞ୍ଜନ ଭଞ୍ଜ ଉପସ୍ଥିତ ରହି ଏହାକୁ ପରିଚାଳନା କରିଥିଲେ । ଆଗାମୀ ଦିନରେ ବିଦ୍ୟାଳୟର ଛାତ୍ର ଓ ଛାତ୍ରୀ ମାନଙ୍କ ପାଇଁ ଏକ ଚକ୍ଷୁ ପରୀକ୍ଷା କରାଯିବ ବୋଲି ଆଯୋଜକ ମାନେ ସୂଚନା ଦେଇଛନ୍ତି ।





