ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ପର୍ଯ୍ୟଟନ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ପୁଞ୍ଜି ନିବେଶ- ସ୍ବାଗତଯୋଗ୍ୟ ପଦକ୍ଷେପ

ପର୍ଯ୍ୟଟନ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ପୁଞ୍ଜି ନିବେଶ- ସ୍ବାଗତଯୋଗ୍ୟ ପଦକ୍ଷେପ – ସମୀକ୍ଷା ଖବର
ପର୍ଯ୍ୟଟନ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ପୁଞ୍ଜି ନିବେଶ- ସ୍ବାଗତଯୋଗ୍ୟ ପଦକ୍ଷେପ – ସମୀକ୍ଷା


ଡ଼. ହରି ପ୍ରସାଦ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ – ସ୍ତମ୍ଭକାର, ଭୁବନେଶ୍ୱର

ଦୀର୍ଘ ବର୍ଷ ପରେ ସରକାର ପର୍ଯ୍ୟଟନ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ପୁଞ୍ଜି ନିବେଶ ପାଇଁ ଓଡ଼ିଶାରେ5 ପ୍ରକଳ୍ପକୁ ମଞ୍ଜୁରି ଦେବା ଅତ୍ୟନ୍ତ ଭଲ ଏବଂ ସ୍ବାଗତ ଯୋଗ୍ୟ ଏହାକୁ ଅାମେ ଶିଳ୍ପ ନିବେଶ କ୍ଷେତ୍ରରେ ଅାଉ ଏକ ବଡ଼ ପଦକ୍ଷେପ ବୋଲି କହି ପାରିବା 150ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବା ଏସଏଲଏସଡବଲୁସିଏ ବୈଠକରେ 19ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ମିଳିଛି ଏହି ପ୍ରକଳ୍ପଗୁଡ଼ିକରେ ମୋଟ 3,280.58 କୋଟି ଟଙ୍କାର ନିବେଶ ହେବା ସହ 10,661ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୈଠକରେ ମଞ୍ଜୁରି ପାଇଥିବା ପ୍ରକଳ୍ପଗୁଡ଼ିକ ଟେକ୍ସଟାଇଲ ଓ ଅାପାରେଲ, ଟେକ୍ନିକାଲ ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ, ଷ୍ଟିଲ ଡାଉନଷ୍ଟ୍ରିମ, ଗ୍ଲୋବାଲ କ୍ୟାପାବିଲିଟି ସେ[ର, ବାୟୋଫୁ୍ୟଏଲ, କେମିକାଲ୍ସ, ସର୍କୁଲାର ଇକୋନୋମି, ପ୍ଲାଷ୍ଟିକ୍ସ ଓ ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ରରେ ରହିଛି ପ୍ରକଳ୍ପଗୁଡ଼ିକ ଅନୁଗୋଳ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡ଼ା, କଟକ, ଖୋର୍ଦ୍ଧା, କୋରାପୁଟ, ପୁରୀ ଓ ସୁନ୍ଦରଗଡ଼ ସମେତ ବିଭିନ୍ନ ଜିଲ୍ଲାରେ ସ୍ଥାପିତ ହେବ ଏହାସହ ଏକ ବାୟୋଫୁ୍ୟଏଲ୍ ପ୍ରକଳ୍ପ 8ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ ଖୋର୍ଦ୍ଧାରେ ଡଲାର ଇଣ୍ଡଷ୍ଟ୍ରିଜ 125 କୋଟି ଟଙ୍କା ବ୍ୟୟରେ ଇ[ିଗ୍ରେଟେଡ୍ ହୋଜିଅରୀ ମାନୁଫାକ୍ଜରିଂ ୟୁନିଟ୍ ସ୍ଥାପନ କରିବ ଏଥିରେ 1,185ଟି ନିଯୁକ୍ତି ସୁଯୋଗ ରହିବ ସେହିପରି ପୁରୀରେ ସାଇ ଓ୍ୱର୍କେଓ୍ୱୟାର ପ୍ରାଇଭେଟ୍ ଲିମିଟେଡ 59 କୋଟି ଟଙ୍କା ନିବେଶରେ ଟେକ୍ନିକାଲ୍ ଟେକ୍ସଟାଇଲ୍ ମାନୁଫାକ୍ଜରିଂ ୟୁନିଟ୍ କରିବ

ଏଥିରେ 3,650 ଜଣଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହେବ ଖୋର୍ଦ୍ଧାରେ ଜିଓଫାଷ୍ଟ ଇଣ୍ଡଷ୍ଟ୍ରିଜ୍ (ଇଣ୍ଡିଅା) ଲିମିଟେଡ 120 କୋଟି ଟଙ୍କାରେ ସ୍ନାକ୍ସ, ସାଭୋରୀ ଓ ନମକିନ୍ ଉତ୍ପାଦନ ପାଇଁ ଏକୀକୃତ କାରଖାନା ସ୍ଥାପନ କରିବ ଏଥିରେ 350ଟି ନିଯୁକ୍ତି ମିଳିବ କଟକରେ ଜୟ ଭବାନୀ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ 100 କୋଟି ଟଙ୍କାରେ ଫୁଡ୍ ଓ କନଫେକ୍ସନେରୀ କୋ-ପ୍ୟାକେଜିଂ ୟୁନିଟ୍ କରିବ ଏଥିରେ 550 ଜଣଙ୍କ ନିଯୁକ୍ତି ସମ୍ଭାବନା ରହିଛି ଦେବଗଡ଼ରେ ଏସପିଏସ୍ ଅରିହନ୍ତ ଷ୍ଟିଲ୍ ଷ୍ଟ୍ରକ୍ଜର୍ସ ପ୍ରାଇଭେଟ୍ ଲିମିଟେଡ୍ 140 କୋଟି ଟଙ୍କା ନିବେଶରେ ଷ୍ଟିଲ୍ ଅାଇ-ଗର୍ଡର, ବକ୍ସ ବିମ, ଫାଷ୍ଟେନର, ଟିଏମ୍ଟି ରିବାର୍ କପ୍ଲର ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ ଏଥିରେ 595ଟି ଚାକିରି ସୃଷ୍ଟି ହେବ ସୁନ୍ଦରଗଡ଼ରେ ଷ୍ଟିଲେଜ୍ ଫ୍ୟାବ୍ରିକେସନ 108.82 କୋଟି ଟଙ୍କାରେ ଫ୍ୟାବ୍ରିକେସନ୍ ଓ ମେସିନିଂ ୟୁନିଟ୍ କରିବ ଏହି ପ୍ରକଳ୍ପରୁ 375 ନିଯୁକ୍ତି ମିଳିବ କଟକରେ ଭୁବନେଶ୍ୱର ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍ 101.99 କୋଟି ଟଙ୍କାରେ କଲର୍ କୋଟେଡ୍ ସିଟ୍, କରଗେଟେଡ୍ ଏଓ ସିଟ୍, ପ୍ଲେନ୍ ଏଓ ସିଟ୍ ଓ ଏଓ ଷ୍ଟ୍ରକ୍ଜରାଲ୍ କମ୍ପୋନେ[ ଉତ୍ପାଦନ କରିବ ଏଥିରେ 130ଟି ନିଯୁକ୍ତି ସୁଯୋଗ ରହିବ ଖୋର୍ଦ୍ଧାରେ ଟାଟା ପାଓ୍ୱାର 54.31 କୋଟି ଟଙ୍କା ନିବେଶରେ ଏକ ଗ୍ଲୋବାଲ କାପାବିଲିଟି ସେ[ର ସ୍ଥାପନ କରିବ ଏହା ମାଧ୍ୟମରେ 110ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବାୟୋଫୁଏଲ୍ କ୍ଷେତ୍ରରେ ଇଣ୍ଡିଅାନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ 960 କୋଟି ଟଙ୍କା ନିବେଶରେ 39,600 ଟିପିଏ କ୍ଷମତାର କମ୍ପ୍ରେସ୍ଡ ବାୟୋ ଗ୍ୟାସ୍ ବା ସିବିଜି ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ ଏହି ପ୍ରକଳ୍ପ ବାଲେଶ୍ୱର, ବଲାଙ୍ଗିର, ବରଗଡ଼, ଗଞ୍ଜାମ, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଓ ସୁବର୍ଣ୍ଣପୁର ଜିଲ୍ଲାରେ କାର୍ଯ୍ୟକାରୀ ହେବ ଏଥିରେ 760 ନିଯୁକ୍ତି ସୁଯୋଗ ରହିବ ଗଞ୍ଜାମରେ କିନେଟା ଗ୍ଲୋବାଲ୍ ଲିମିଟେଡ 170 କୋଟି ଟଙ୍କା ନିବେଶରେ ପ୍ଲା[ କରିବ ଏଥିରେ 170 ଜଣଙ୍କ ନିଯୁକ୍ତି ହେବ ପର୍ଯ୍ୟଟନ କ୍ଷେତ୍ରରେ ଗଞ୍ଜାମ, ଝାରସୁଗୁଡ଼ା, କୋରାପୁଟ ଓ ପୁରୀରେ 5ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ‘କେବଳ ନିବେଶ ଅାକର୍ଷଣ ନୁହେଁ, ଉତ୍ପାଦନଶୀଳ ନିଯୁକ୍ତି ସୃଷ୍ଟି, ସ୍ଥାନୀୟ ସମ୍ବଳର ମୂଲ୍ୟବୃଦ୍ଧି, ସପ୍ଲାଏ ଚେନ୍ ବିକାଶ ଏବଂ ଅ*ଳଭିିକ ଶିଳ୍ପ ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି

ପର୍ଯ୍ୟଟନ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ପୁଞ୍ଜି ନିବେଶ- ସ୍ବାଗତଯୋଗ୍ୟ ପଦକ୍ଷେପ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବାଲିକୁଦା:ଓଡିଶା ଡ୍ରାଇଭର ମହାସଂଘର ସାଂଘଠନିକ ସଭା