ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ପାରାଦୀପ ବନ୍ଦରର ନୂତନ ରେକର୍ଡ: ଗୋଟିଏ ଦିନରେ ସର୍ବାଧିକ କୋଇଲା ଲୋଡିଂ

ପାରାଦୀପ ବନ୍ଦରର ନୂତନ ରେକର୍ଡ: ଗୋଟିଏ ଦିନରେ ସର୍ବାଧିକ କୋଇଲା ଲୋଡିଂ – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:

ପାରାଦୀପ,୧୧/୧୦:- ପାରାଦୀପ ବନ୍ଦର ପ୍ରାଧିକରଣ ଅଧୀନସ୍ଥ ମେକାନାଇଜ୍‌ଡ କୋଲ୍ ହ୍ୟାଣ୍ଡଲିଂ ପ୍ଲାଣ୍ଟ (ଏମସିଏଚପି) ରେ ଗତ ଶନିବାର ଦିନ ଗୋଟିଏ ଦିନରେ ସର୍ବାଧିକ ୧,୪୦,୦୨୨ ମେଟ୍ରିକ୍ ଟନ୍ କୋଇଲା ଲୋଡ଼ିଂ କରି ନୂତନ ରେକର୍ଡ ସ୍ଥାପନ କରିଛି। ଏମ.ଭି.ଏପିଜେ ଇନ୍ଦ୍ରାଣୀ ଏବଂ ଏମ.ଭି.ରିପ୍ଲେ ପିନାକ୍ଲ ନାମକ ଦୁଇଟି ଜାହାଜରେ ଏହି କୋଇଲା ଲୋଡିଂ କରାଯାଇଛି। ଏହି ସଫଳତା ଗତ ୨୦୨୨ ମସିହା ମେ ୨୯ରେ ଏମ.ଭି. ଅରେଥୋଉସା ଏବଂ ଏମ.ଭି.ଆଇଏସଏଲ ଷ୍ଟାର ଜାହାଜରେ ହାସଲ ହୋଇଥିବା ୧,୩୭,୫୦୦ ମେଟ୍ରିକ୍ ଟନ୍‌ର ପୂର୍ବ ରେକର୍ଡକୁ ଅତିକ୍ରମ କରିଛି। ନୂତନ ରେକର୍ଡ ପୂର୍ବ ରେକର୍ଡଠାରୁ ୨,୫୨୨ ମେଟ୍ରିକ୍ ଟନ୍ ଅଧିକ, ଯାହା ବନ୍ଦରର ପଣ୍ୟ ପରିଚାଳନା ଦକ୍ଷତା ଓ କାର୍ଯ୍ୟକ୍ଷମତାରେ ଉନ୍ନତିକୁ ପ୍ରତିଫଳିତ କରୁଛି।

ପାରାଦୀପ ବନ୍ଦରର ନୂତନ ରେକର୍ଡ: ଗୋଟିଏ ଦିନରେ ସର୍ବାଧିକ କୋଇଲା ଲୋଡିଂ – ସମୀକ୍ଷା


ପାରାଦୀପ ବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ପୁରୋହିତ ଏହି ଉଲ୍ଲେଖନୀୟ ସଫଳତା ପାଇଁ ଏମସିଏଚପି ସହ ସମ୍ପୃକ୍ତ ସମସ୍ତ ଶ୍ରମିକ, ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ସେମାନଙ୍କର ନିଷ୍ଠା, ସମନ୍ୱିତ ପ୍ରୟାସ ଓ କାର୍ଯ୍ୟ ପ୍ରତି ପ୍ରତିବଦ୍ଧତାକୁ ପ୍ରଶଂସା କରିବା ସହ ଏହି ସଫଳତାକୁ ବନ୍ଦର କର୍ମଚାରୀଙ୍କ ସାମୂହିକ ଉଦ୍ୟମର ଫଳ ବୋଲି ଅଭିହିତ କରିଛନ୍ତି।
ଏହି ମାଇଲଖୁଣ୍ଟ ପାରାଦୀପ ବନ୍ଦରର ଦକ୍ଷ ପଣ୍ୟ ପରିଚାଳନା, ଜାହାଜ ପରିଚାଳନାରେ ସମନ୍ୱୟ ଏବଂ ଉପଲବ୍ଧ ଭିତ୍ତିଭୂମିର ଉତ୍ତମ ଉପଯୋଗକୁ ପ୍ରମାଣିତ କରୁଛି। ଏଥିସହିତ ଦେଶର ବାଣିଜ୍ୟ ଓ ଲଜିଷ୍ଟିକ୍ସ କ୍ଷେତ୍ରକୁ ସମର୍ଥନ ଯୋଗାଇବା ସହ ଭାରତର ପୂର୍ବ ଉପକୂଳରେ ଏକ ପ୍ରମୁଖ ନୌବାଣିଜ୍ୟିକ କେନ୍ଦ୍ର ଭାବେ ପାରାଦୀପ ବନ୍ଦରର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି l

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜଗତସିଂହପୁର:ବରିଷ୍ଠ ନାଗରିକ ସଂଗଠନର ସାଧାରଣ ସଭା l