ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ନିର୍ବାଚନକୁ ଅପେକ୍ଷା କଲେଣି ମୟୂରଭଞ୍ଜ ବାସୀ

ନିର୍ବାଚନକୁ ଅପେକ୍ଷା କଲେଣି ମୟୂରଭଞ୍ଜ ବାସୀ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୩/୧୦/୨୬ – ଏଣୁ ସେବା ନାଁ ନେଇ ବିଭିନ୍ନ ଉପାୟ ବା ଆଳରେ ହେଉଥିବା ବ୍ୟକ୍ତିଗତ ଆର୍ଥିକ ସଞ୍ଚୟ ବା ପ୍ରଗତିକୁ ରୋକାଯିବା ସହ ସେବା କ୍ଷେତ୍ରରେ କୌଣସି ପ୍ରାପ୍ୟ ନମିଳିଲେ ବା ଦାବି ନକଲେ ଦେଶର ଋଣଭାର କମିଯାଆନ୍ତା ବୋଲି ବୁଦ୍ଧିଜୀବୀଙ୍କ ଆଲୋଚନାରୁ ସ୍ପଷ୍ଟ ଜଣାପଡିଛି । ସେବା ନାମିତ ପ୍ରସ୍ତାବ ପାଇଁ ଏକ ସ୍ୱତନ୍ତ୍ର ନିୟମ ଓ କଟକଣା ଆସିବା ଉଚିତ । ସେବା ନାଁ କୁ ଅପଭ୍ରଂଶ କରି ନିଜେ ମାଲେମାଲ ହେଉଥିବା ନେଇ ସେବା ସହ କୌଣସି ପାରିଶ୍ରମିକ ସାମିଲ ନହେଲେ ଲୋକଙ୍କ ସମସ୍ୟା ସମାଧାନ ପାଇଁ ଉଚିତ ମାର୍ଗ ମିଳିପାରିବ ଓ ଅର୍ଥର ସଠିକ ବିନିଯୋଗ ହୋଇପାରିବ ବୋଲି ନିର୍ବାଚନୀ ଆଲୋଚନାରେ ସେମାନେ ଚର୍ଚ୍ଚା କରୁଛନ୍ତି । ଘଟଣାକ୍ରମେ ବିଭିନ୍ନ କ୍ଷେତ୍ରରେ ବିକାଶ ପାଇଁ ମୟୂରଭଞ୍ଜରେ ରହିଛି ପର୍ଯ୍ୟାପ୍ତ ଭିତ୍ତିଭୂମି । ମାତ୍ର ଅଣଦେଖାରୁ ସେସବୁ ଲୁକ୍କାୟିତ ଏବଂ ସୁପ୍ତ ଅବସ୍ଥାରେ ରହିଛନ୍ତି। ପରିତାପର ବିଷୟ ଏହା ଯେ, ବିଭିନ୍ନ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଅଣଦେଖା କରାଯାଇ ଜିଲ୍ଲାବାସୀଙ୍କ ଉନ୍ନତିମୂଳକ ପଦକ୍ଷେପ ଦାବିରେ ମଧ୍ୟ କୌଣସି ସହାୟତା ମିଳିପାରୁ ନାହିଁ। ରାଜାରାଜୁଡ଼ା ଅମଳରୁ ଓଡ଼ିଶାର ବିକାଶ କ୍ଷେତ୍ରରେ ମୟୂରଭଞ୍ଜର ମହାରାଜାଙ୍କ ଅବଦାନର ଉଲ୍ଲେଖନୀୟ ଭୂମିକା ରହିଥିବା ବେଳେ ଜିଲ୍ଲାରୁ କେନ୍ଦ୍ରକୁ ବିପୁଳ ରାଜସ୍ୱ ମିଳୁଛି। ତେବେ ଏତେସବୁ ପରେ ବି ଅବହେଳିତ ହୋଇଥିବା ଏହି ଜିଲ୍ଲାରେ ଏବେ ବିଦ୍ରୋହର ଶଙ୍ଖନାଦ ଶୁଣିବାକୁ ମିଳୁଛି । ବର୍ଦ୍ଧିତ ଜନସଂଖ୍ୟା ତୁଳନାରେ ଆବଶ୍ୟକ ରୋଜଗାର ସୃଷ୍ଟି ନହେଉଥିବାରୁ ଜିଲ୍ଲାବାସୀଙ୍କୁ ଲଗାତର ଆନ୍ଦୋଳନ, ଧର୍ମଘଟ ମେଳି ବାନ୍ଧିବା ପରି ପରିସ୍ଥିତି ସୃଷ୍ଟି କରିବାକୁ ବାଧ୍ୟ କରୁଛି ।

ନିର୍ବାଚନକୁ ଅପେକ୍ଷା କଲେଣି ମୟୂରଭଞ୍ଜ ବାସୀ – ସମୀକ୍ଷା

କୁହାଯାଉଛି ବିହାର ପରେ ଓଡ଼ିଶାରେ ବଢ଼ିଛି ଗରିବୀ ସଂଖ୍ୟା । ଗୋଟିଏ ବର୍ଷରେ ଓଡ଼ିଶାର ସ୍କୋର ତଳରୁ ଆଉ ତଳକୁ ଖସିଚାଲିଛି । ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଜନକଲ୍ୟାଣ ଯୋଜନା ବନ୍ଦ ହୋଇ ଅର୍ଥ ବରାଦ ମଧ୍ୟ ହ୍ରାସ ପାଇଛି । ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଭାବେ ପରିଗଣିତ ହୋଇଥିବା ବେଳେ ଗଣନାନୁଯାୟୀ ୨୦୧୧ରେ ୨୫,୧୯,୬୩୮ ଜନସଂଖ୍ୟାରେ ୧୩,୭୯,୫୭୭ ହେଉଛନ୍ତି ଆଦିବାସୀ। ଶତକଡ଼ା ୮୨ଭାଗ ଗ୍ରାମାଞ୍ଚଳରେ ବସବାସ କରି ବିକାଶ ଠାରୁ ଦୂରରେ ରହୁଥିବା ଆଦିବାସୀ ନିଜ ମୌଳିକ ସୁବିଧା ନେଇ ମଧ୍ୟ ଅନଭିଜ୍ଞ ଏବଂ ନିଜ ରୋଜଗାର ପାଇଁ ପ୍ରତ୍ୟହ ଅନ୍ୟ ରାଜ୍ୟକୁ ଯାଉଥିବା ପ୍ରମାଣ ରହିଛି । ସେହିପରି ଚାଲୁ ରହିଥିବା ରେଳ ପ୍ରକଳ୍ପରେ ବିଭାଗର ଆଶାଜନକ ଅଗ୍ରସର ନହେବା ଆଉ ଏକ ହାସ୍ୟାସ୍ପଦ ବିଷୟ ହୋଇଛି । ଅନ୍ୟ ଦୃଷ୍ଟି କୋଣରୁ ବିଶ୍ୱପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଦୃଷ୍ଟି ଆଢୁଆଳରେ ରହିଛି ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ଜଳପ୍ରପାତ, ଔଷଧୀୟ ବୃକ୍ଷରାଜି । ସେହିପରି ଏହାର କ୍ଷିପ୍ର ବିକାଶ, ଶିଳ୍ପ ପ୍ରତିଷ୍ଠା, ପର୍ଯ୍ୟଟନ ଶିଳ୍ପର ବିକାଶ, ରେଳପଥର ବିକାଶ, ଜଙ୍ଗଲଜାତ ଦ୍ରବ୍ୟ ବୋବେଇ ଓ ବାଉଁଶ ଶିଳ୍ପର ବିକାଶ ଭଳି ଅନ୍ୟାନ୍ୟ କେତେକ ଦାବି କ୍ଷେତ୍ରରେ କ୍ରମାଗତ ଅବହେଳିତ ଏ ଜିଲ୍ଲା ପାଇଁ ନେତୃବର୍ଗ ସମସ୍ତେ ଯେମିତି ଚିନ୍ତାଶୂନ୍ୟ, ମାତ୍ର ଜନ ସାଧାରଣଙ୍କ ଚିନ୍ତା ବଢ଼ାଉଛି । ଘୋଷଣା କି ଶୁଭ ପକେଇ, ଆଶା ଦେଖାଇ, ଭାଷଣ ମାରି, ଫୋଟ ଛାଡିଦେଇ ନିଜ ବଡ଼ିମା ବଖାଣି ଦେଲେ ଆଉ ଚଳିବନି ବୋଲି ଏବେ ଜିଲ୍ଲାବାସୀ ସଜାଗ ହୋଇ ସାରିଲେଣି ଭଳି ଘଟଣା ଘଟିବା ପଛରେ ଜବାବ ଦେବାକୁ ଏବେ ମୟୂରଭଞ୍ଜିଆ ମେଳି ହେଉଛନ୍ତି । ଆମଠୁ ଟାକ୍ସ ନେଇ ଆମଠୁ ପୁଞ୍ଜି ଜୁଟାଇ ଆମ ପାଇଁ ଉନ୍ନତି ମୂଳକ ଯୋଜନା ଆଳରେ ହେଉଥିବା ହରିଲୁଟର ହିସାବକିତାବ ଆମକୁ ବୁଝିବାକୁ ବାକିନାହିଁ, ହରିଲୁଟ ପଇସାରେ ଏଥର ତୁମ ସଉକର ଦୃଢ଼ ଜବାବ ଦିଆଯିବ ବୋଲି ଦୃଢ଼ସ୍ୱର ଦେଲେଣି । ଆଉ ନିର୍ଯାତନା ସହିବୁନି, ନିର୍ବାଚନ ସମୟରେ ଆସ ମାଗିବାକୁ, ଆଗାମୀ ପଞ୍ଚାୟତ ନିର୍ବାଚନକୁ ବୁଝାଇଦେବୁ ବୋଲି ଗାଁଗହଳିରୁ ଏବେ ଏଭଳି ସ୍ୱର ଶୁଭିଲାଣି ।

ନିର୍ବାଚନକୁ ଅପେକ୍ଷା କଲେଣି ମୟୂରଭଞ୍ଜ ବାସୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଧାମନଗରରେ ସଡ଼କ ସୁରକ୍ଷା ସଚେତନତା ଶିବିର: ମହିଳା ସ୍କୁଟି ଚାଳକଙ୍କୁ ମାଗଣା ହେଲମେଟ ବଣ୍ଟନ