ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଧାମନଗରରେ ସଡ଼କ ସୁରକ୍ଷା ସଚେତନତା ଶିବିର: ମହିଳା ସ୍କୁଟି ଚାଳକଙ୍କୁ ମାଗଣା ହେଲମେଟ ବଣ୍ଟନ

ଧାମନଗରରେ ସଡ଼କ ସୁରକ୍ଷା ସଚେତନତା ଶିବିର: ମହିଳା ସ୍କୁଟି ଚାଳକଙ୍କୁ ମାଗଣା ହେଲମେଟ ବଣ୍ଟନ – ସମୀକ୍ଷା ଖବର

ରତିକାନ୍ତ ନାୟକ /ଧାମନଗର/ସମୀକ୍ଷା ନ୍ୟୁଜ :

ଧାମନଗର, ୧୨/୧୦/୨୦୨୬ (ସମୀକ୍ଷାନିୟୁଜ): ସଡ଼କ ଦୁର୍ଘଟଣା ରୋକିବା ଓ ଜନସାଧାରଣଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଧାମନଗର ଇଣ୍ଡୋର ଷ୍ଟାଡିୟମ ପରିସରରେ ଏକ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏହି ଅବସରରେ ପରିବହନ ବିଭାଗ ପକ୍ଷରୁ ମହିଳା ସ୍କୁଟି ଚାଳକମାନଙ୍କୁ ମାଗଣାରେ ହେଲମେଟ ବଣ୍ଟନ କରାଯାଇଥିଲା। ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ନିର୍ଦ୍ଦେଶକ୍ରମେ ଭଦ୍ରକ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ଶୁଭେନ୍ଦୁ ରଞ୍ଜନ ରାୟଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସରକାରଙ୍କ ‘ସେବା ହିଁ ସଂକଳ୍ପ’ ଅଭିଯାନ ଅନ୍ତର୍ଗତ ଏହି ଶିବିରରେ ସଡ଼କ ସୁରକ୍ଷା ନିୟମ ପାଳନ ଏବଂ ଦୁର୍ଘଟଣା ହ୍ରାସ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଶିବିରରେ ଉପସ୍ଥିତ ଅତିଥିମାନେ କହିଥିଲେ ଯେ, ଦୁଇଚକିଆ ଯାନ ଚଳାଇବା ସମୟରେ ହେଲମେଟ ପିନ୍ଧିବା, ମୋବାଇଲ ଫୋନ୍ ବ୍ୟବହାରରୁ ଦୂରେଇ ରହିବା, ନିର୍ଦ୍ଧାରିତ ବେଗରେ ଗାଡ଼ି ଚଳାଇବା ଏବଂ ଟ୍ରାଫିକ୍ ନିୟମ ଓ ସଙ୍କେତ ପାଳନ କରିବା ଅତ୍ୟନ୍ତ ଜରୁରୀ। ନିଜ ଜୀବନର ସୁରକ୍ଷା ସହ ରାସ୍ତାରେ ଯାତାୟାତ କରୁଥିବା ଅନ୍ୟମାନଙ୍କ ଜୀବନ ପ୍ରତି ମଧ୍ୟ ପ୍ରତ୍ୟେକ ଚାଳକ ଦାୟିତ୍ୱବାନ ହେବା ଆବଶ୍ୟକ।

ଧାମନଗରରେ ସଡ଼କ ସୁରକ୍ଷା ସଚେତନତା ଶିବିର: ମହିଳା ସ୍କୁଟି ଚାଳକଙ୍କୁ ମାଗଣା ହେଲମେଟ ବଣ୍ଟନ – ସମୀକ୍ଷା

ଏଥିସହ ରାସ୍ତାରେ କୌଣସି ଦୁର୍ଘଟଣା ଘଟିଥିବା ଦେଖିଲେ ଆହତଙ୍କୁ ତୁରନ୍ତ ସହାୟତା ଯୋଗାଇଦେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ଜରୁରୀକାଳୀନ ପରିସ୍ଥିତିରେ ପୋଲିସ ସହାୟତା ପାଇଁ ୧୧୨ ଏବଂ ଆମ୍ବୁଲାନ୍ସ ସେବା ପାଇଁ ୧୦୮ ନମ୍ବରକୁ ଫୋନ୍ କରିବା ସହ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସହଯୋଗ କରିବା ପ୍ରତ୍ୟେକ ନାଗରିକଙ୍କ ମାନବିକ କର୍ତ୍ତବ୍ୟ ବୋଲି କୁହାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗର ଜୁନିୟର ଏମ୍‌ଭିଆଇ ପ୍ରିୟଙ୍କା ପ୍ରିୟଦର୍ଶନୀ ପ୍ରଧାନ, ଆରଟିଓ ଶୁଭେନ୍ଦୁ ରଞ୍ଜନ ରାୟ, ଧାମନଗର ତହସିଲଦାର ଜ୍ଞାନରଞ୍ଜନ ସାହୁ, ବିଡିଓ ବନବିହାରୀ ଦିନ୍ଦା, ଏସ୍‌ଡିପିଓ ବିଷ୍ଣୁଚରଣ ବାରିକ ଏବଂ ଧାମନଗର ଥାନା ଆଇଆଇସି ଶୁଭ୍ରଜିତ ଦାଶ ଯୋଗ ଦେଇଥିଲେ। ସେହିପରି ବିଜେପି ନେତା ଅଶୋକ ପୁହାଣ, ଅରବିନ୍ଦ ପତି, କୈଳାଶ ମହାପାତ୍ର, ସରୋଜ ମହାପାତ୍ର, ଆଇନଜୀବୀ ରଞ୍ଜିତ ମହାନ୍ତି, ବିଜୟ କୁମାର ରାମ, ଗୋଲାମ ଜିଲାନି ହବିବି ଓ କୃଷ୍ଣଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ମହିଳା ସ୍କୁଟି ଚାଳକଙ୍କୁ ମାଗଣା ହେଲମେଟ ବଣ୍ଟନ ମାଧ୍ୟମରେ ସୁରକ୍ଷିତ ଯାତାୟାତ ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ସଡ଼କ ସୁରକ୍ଷାର ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଯାଇଥିଲା। ସଡ଼କ ସୁରକ୍ଷା କେବଳ ପରିବହନ ବିଭାଗର ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ। ନିୟମ ପାଳନ ଓ ସଚେତନତା ମାଧ୍ୟମରେ ସଡ଼କ ଦୁର୍ଘଟଣା ହ୍ରାସ କରିବାକୁ ଏହି ଶିବିରରେ ଆହ୍ୱାନ ଦିଆଯାଇଥିଲା।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଚିତ୍ରକୋଣ୍ଡା ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି: ୫୧ଟି ଅଭିଯୋଗ ମଧ୍ୟରୁ ୩ଟିର ସଦ୍ୟ ସମାଧାନ